ଟ୍ରମ୍ପ୍‌ଙ୍କ ଟାରିଫ୍‌କୁ ଡବ୍ଲ୍ୟୁଟିଓରେ ଚ୍ୟାଲେଞ୍ଜ କଲା ଚାଇନା

ଓ୍ବାଶିଂଟନ,୬।୨: ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୧୦ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଇଥିବାରୁ ବେଜିଂ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ରେ ଏହାକୁ ଚ୍ୟାଲେଞ୍ଜ କରିଛି। ଉକ୍ତ ନୂଆ ଟାରିଫ୍‌ ସହ କମ୍‌ ମୂଲ୍ୟର ସାମଗ୍ରୀ ଉପରେ ଶୁଳ୍କ ଛାଡ଼କୁ ବାତିଲ କରାଯାଇଥିବାରୁ ବୁଧବାର ଡବ୍ଲ୍ୟୁଟିଓରେ ଚାଇନା ପ୍ରତିବାଦ ଦାଖଲ କରିଛି।

ଆମେରିକାର ଏଭଳି ପଦକ୍ଷେପ ସଂରକ୍ଷଣାତ୍ମକ ଏବଂ ଏହାର ଡବ୍ଲ୍ୟୁଟିଓ ନିୟମାବଳୀର ଉଲ୍ଲଂଘନ ବୋଲି ଚାଇନା କହିଛି। ଟ୍ରମ୍ପ୍‌ଙ୍କ ନିଷ୍ପତ୍ତିକୁ ନେଇ ମାଲ୍‌ ପରିବହନକାରୀ ଏବଂ ଖୁଚୁରା ବିକ୍ରେତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଥିଲାବେଳେ ବେଜିଂ ଆମେରିକାର ବାଣିଜ୍ୟ ପରାମର୍ଶ ପାଇଁ ନିବେଦନ କରିଛି।

ଟ୍ରମ୍ପ୍‌ ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ, ଚାଇନା ଏବଂ ହଂକଂରୁ ଆସୁଥିବା ସମସ୍ତ କ୍ଷୁଦ୍ର ପ୍ୟାକେଜ୍‌ ହୋଇଥିବା ସାମଗ୍ରୀ ପହଞ୍ଚତ୍ବା ପୂର୍ବରୁ ସେଗୁଡ଼ିକ ସୀମାଶୁଳ୍କ ବିଭାଗରେ ଏଣ୍ଟ୍ରି ହେବା ଜରୁରୀ। ଏସବୁ କାଗଜପତ୍ର କାମ ହୋଇ ନ ଥବଲେ କେତେକ ପଣ୍ୟ ସାମଗ୍ରୀକୁ ଆମେରିକା ଫେରାଇଦେବ। ଡବ୍ଲ୍ୟୁଟିଓ ସୂଚନା ଅନୁଯାୟୀ ଟାରିଫ୍‌ ଉପରେ ଆମେରିକାର ପରାମର୍ଶ ପାଇଁ ଚାଇନା ନିବେଦନ କରିଛି।

ଆମେରିକାକୁ ଫେଣ୍ଟାନିଲ୍‌ ଭଳି ବେଆଇନ ନିଶାଦ୍ରବ୍ୟ ଓ ସେଗୁଡ଼ିକର ମୁଖ୍ୟ ରାସାୟନିକ ସାମଗ୍ରୀ ପ୍ରବେଶ ରୋକିବାକୁ ଟ୍ରମ୍ପ୍‌ ନୂଆ ଶୁଳ୍କ ଲାଗୁ କରିଛନ୍ତି। ତେବେ ଏଭଳି ଅଭିଯୋଗ ଭୁଲ୍‌ ଓ ଅମୂଳକ କହି ଚାଇନା ଉଦ୍‌ବେଗ ପ୍ରକାଶ କରିଛି। ଏଭଳି ଟାରିଫ୍‌ ଲଗାଯିବା ପକ୍ଷପାତିତା, ଯାହା କେବଳ ଚାଇନାର ମୂଳ ସାମଗ୍ରୀଗୁଡ଼ିକ ଉପରେ ଲାଗୁ ହୋଇଛି। ଏହା ଆମେରିକାର ଡବ୍ଲ୍ୟୁଟିଓ ଦାୟିତ୍ୱ ବିରୋଧୀ ବୋଲି ବେଜିଂ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ହାଦିଙ୍କ ପରେ ଏବେ ସିକଦରଙ୍କୁ ହତ୍ୟା, ମୁଣ୍ଡରେ ଗୁଳି ମାରି…

ନୂଆଦିଲ୍ଲୀ,୨୨।୧୨:  ବାଂଲାଦେଶରେ ନିର୍ବାଚନ ଘୋଷଣା ପରେ ରାଜନୈତିକ ହତ୍ୟାର ଘଟଣା ଜାରି ରହିଛି ।ଇକବାଲ ଫୋରମର ଓସମାନ ହାଦିଙ୍କ ପରେ ଅପରାଧୀମାନେ ଏବେ ଖୁଲନାରେ ମୋତାଲେବ...

Moscow Bomb Blast: ଭ୍ଲାଦିମିର ପୁଟିନଙ୍କୁ ବଡ଼ ଝଟକା! ମସ୍କୋ କାର ବୋମା ବିସ୍ଫୋରଣରେ ରୁଷିଆ ଜେନେରାଲଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏକ ବଡ଼ ଝଟକା ଲାଗିଛି। ଭ୍ଲାଦିମିର ପୁଟିନଙ୍କ ସେନାର ଅପରେସନାଲ୍ ଟ୍ରେନିଂ ବିଭାଗର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫାନିଲ୍...

ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ FTA ଘୋଷଣା, ୨୦ ନିୟୁତ ଡଲାରର ନିବେଶ

ନୂଆଦିଲ୍ଲୀ,୨୨।୧୨: ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଭାରତ ଆଉ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର...

ଭୟଙ୍କର ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ରାଜପଥରେ ଓଲଟିଲା ବସ୍, ୧୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୨: ଇଣ୍ଡୋନେସିଆରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଏକ ଯାତ୍ରୀବାହୀ ବସ୍...

ୟୁନୁସ ଭାରତ ବିରୋଧରେ…ବାଂଲାଦେଶ ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଶେଖ ହାସିନା

ଢାକା,୨୨।୧୨: ବାଂଲାଦେଶର ରାଜଧାନୀ ଢାକାର ପରିସ୍ଥିତି ସାମ୍ପ୍ରତିକ ହିଂସା ଏବଂ ପ୍ରତିବାଦ ପରେ ଶାନ୍ତ ହେଉଥିବା ପରି ମନେ ହେଉଛି। ତଥାପି ରାଜନୈତିକ ମହଲରେ ଉତ୍ତେଜନା...

ରୁଷିଆ ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଭାରତୀୟ ଯୁବକ: ମୋଦିଙ୍କୁ କଲେ ଏମିତି ନିବେଦନ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ଏବଂ ୟୁକ୍ରେନ ଦୀର୍ଘ ସମୟ ଧରି ଯୁଦ୍ଧ ଚାଲିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରାମ ପାଇଁ ମଧ୍ୟସ୍ଥତା ପାଇଁ ପ୍ରୟାସ ଜାରି ରହିଛି।...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri