୧୦୩.୪ ବିଲିୟନ ଡଲାରକୁ ବଢ଼ିବ ଏସ୍‌ସି ବଜାର

ଭୁବନେଶ୍ୱର,୨୯।୧: ଇଣ୍ଡିଆନ ଇଲେକ୍ଟ୍ରୋନିକ୍ସ ଆଣ୍ଡ ସେମିକଣ୍ଡକ୍ଟର ଆସୋସିଏସନ (ଆଇଇଏସ୍‌ଏ)ର ବହୁ ପ୍ରତୀକ୍ଷିତ ପୁସ୍ତକ ‘ଇଣ୍ଡିଆ ସେମିକଣ୍ଡକ୍ଟର ମାର୍କେଟ ରିପୋର୍ଟ ୨୦୩୦’କୁ ଉକତ୍ର୍ଷ ଓଡ଼ିଶା କନ୍‌କ୍ଲେଭ-୨୦୨୫ର ଉଦ୍‌ଘାଟନୀ ଅବସରରେ ଉନ୍ମୋଚନ କରାଯାଇଛି। ଏପରିକି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଓଡ଼ିଶାର ଇଲେକ୍ଟ୍ରୋନିକକ୍ସ୍‌ ଆଣ୍ଡ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ପ୍ରମୁଖ ଏହି ରିପୋର୍ଟକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ। ସେହିଭଳି ଏହି ରିପୋର୍ଟରେ ୨୦୨୩ରୁ ୨୦୩୦ ମଧ୍ୟରେ ଭାରତର ସେମିକଣ୍ଡକ୍ଟର ବଜାରର ଗଭୀର ବିଶ୍ଳେଷଣ କରାଯାଇଛି; ଯେଉଁଥିରେ ହ୍ୟାଣ୍ଡସେଟ୍‌, ଆଇଟି, ଟେଲିକମ୍‌, ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ, ଅଟୋମୋଟିଭ୍‌, ଏରୋସ୍ପେସ୍‌ ଏବଂ ପ୍ରତିରକ୍ଷା ଭଳି ପ୍ରମୁଖ ଶିଳ୍ପକୁ ଅନ୍ତର୍ଭୁକ୍ତ କରାଯାଇଛି। ଏପରିକି ଏହା ପ୍ରୋସେସର, ମେମୋରି, କନେକ୍ଟିଭିଟି ଏବଂ ପାୱାର ସଲ୍ୟୁସନ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ଉପାଦାନଗୁଡିକ ବିଷୟରେ କାର୍ଯ୍ୟକ୍ଷମ ବୁଝାମଣା ପ୍ରଦାନ କରିବା ସହିତ ସ୍ଥାନୀୟ ସୋର୍ସିଂ ବୃଦ୍ଧି ପାଇଁ ସୁପାରିସ ମଧ୍ୟ ପ୍ରଦାନ କରିଥାଏ। ଏ ସମ୍ପର୍କରେ ଆଇଇଏସ୍‌ଏର ସଭାପତି ଅଶୋକ ଚାନ୍ଦକ କହିଥିଲେ, ୨୦୩୦ ସୁଦ୍ଧା ଭାରତର ସେମିକଣ୍ଡକ୍ଟର (ଏସ୍‌ସି) ବଜାର ୧୦୩.୪ ବିଲିୟନ ଡଲାରକୁ ବଢ଼ିବ ବୋଲି ଆକଳନ କରାଯାଇଛି। ଏପରିକି ଏକ ଦୃଢ଼ ସେମିକଣ୍ଡକ୍ଟର ଡିଜାଇନ ଏବଂ ଉତ୍ପାଦନ ପଦକ୍ଷେପକୁ ପ୍ରୋତ୍ସାହିତ କରିବାରେ ସରକାରୀ ନୀତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମଧ୍ୟ ସେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri