୨୦ ହଜାର ଡଲାରର ହୀରା ଉପହାର

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୪ା୧: ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତବେଳେ ସେଠାକାର ରାଷ୍ଟ୍ରପତିଙ୍କ ସ୍ତ୍ରୀ ଜିଲ୍‌ ବାଇଡେନ୍‌ଙ୍କୁ ୨୦,୦୦୦ ଡଲାର (ପ୍ରାୟ ୧୭.୧୫ ଲକ୍ଷ ଟଙ୍କା) ମୂଲ୍ୟର ଏକ ହୀରା ଉପହାର ଦେଇଥିଲେ। ଲାବ୍‌ରେ ପ୍ରସ୍ତୁତ ତଥା ସୁରଟ୍‌ରେ ପଲିଶ୍‌ କରାଯାଇଥିବା ୭.୫ କ୍ୟାରେଟ୍‌ର ଏହି ସବୁଜ ହୀରାକୁ କାଗଜ ମଣ୍ଡରେ ତିଆରି ଏକ ବକ୍ସ ‘କର୍‌-ଏ-କାଲାମଦାନି’ରେ ରଖାଯାଇଛି।
ଅଫିସ୍‌ ଅଫ୍‌ ଦି ଚିଫ୍‌ ଅଫ୍‌ ପ୍ରୋଟୋକଲ ପକ୍ଷରୁ ଜାରି ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦି ୨୦୨୩ ଜୁନ୍‌ରେ ଆମେରିକାକୁ ପ୍ରଥମ ସରକାରୀ ଗସ୍ତରେ ଯାଇଥିବାବେଳେ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଫାଷ୍ଟ ଲେଡି ଜିଲ୍‌ ବାଇଡେନ୍‌ ତାଙ୍କୁ ଆପ୍ୟାୟିତ କରିଥିଲେ। ମୋଦି ଭାରତ ସରକାରଙ୍କ ପକ୍ଷରୁ ଜୋ ବାଇଡେନ୍‌ଙ୍କୁ ଚନ୍ଦନକାଠରେ ନିର୍ମିତ ଏକ ବକ୍ସ ଉପହାର ଦେଇଥିଲେ। ସେଥିରେ ଗଣେଶଙ୍କ ମୂର୍ତ୍ତି, ଦୀପ ଓ ‘ଦଶ ଦାନମ୍‌’ ରହିଥିଲା। ସେହିପରି ‘ଦି ଟେନ୍‌ ପ୍ରିନ୍ସିପାଲ ଉପନିଷଦ୍‌ସ’ ଶୀର୍ଷକ ପୁସ୍ତକର ପ୍ରଥମ ସଂସ୍କରଣରୁ ଗୋଟିଏ କପି ମଧ୍ୟ ଜିଲ୍‌ଙ୍କୁ ମୋଦି ଦେଇଥିଲେ। ବାଇଡେନ୍‌ ଦମ୍ପତି ଏହା ବଦଳରେ ମୋଦିଙ୍କୁ ହାତରେ ତିଆରି ଏକ ଆମେରିକୀୟ ପ୍ରାଚୀନ ପୁସ୍ତକ, କ୍ୟାମେରା ଏବଂ ରୋବର୍ଟ ଫ୍ରୋଷ୍ଟଙ୍କ କବିତା ସଙ୍କଳନ ଉପହାର ଦେଇଥିଲେ।
ପ୍ରଧାନମନ୍ତ୍ରୀ ଜିଲ୍‌କୁ ଦେଇଥିବା ହୀରା ଉପହାରକୁ ସେ ବ୍ୟବହାର କରିପାରିବେ ନାହିଁ। ଆସନ୍ତା ୨୦ରେ ବାଇଡେନ୍‌ ଦମ୍ପତି ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ପୂର୍ବରୁ ଏହାକୁ ହସ୍ତାନ୍ତର କରିବା ପରେ ନ୍ୟାଶନାଲ ଆର୍କାଇଭ୍ସରେ ରଖାଯିବ। ଜିଲ୍‌ ଚାହିଁଲେ ଏହାକୁ କିଣିପାରିବେ। କାରଣ ଆମେରିକାର ଆଇନ ଅନୁସାରେ ୪୮୦ ଡଲାରରୁ ଅଧିକ ମୂଲ୍ୟର ବିଦେଶୀ ଉପହାରକୁ ରାଷ୍ଟ୍ରପତି କିମ୍ବା ତାଙ୍କ ସ୍ତ୍ରୀ କିଣିବା ଉପରେ କଟକଣା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri