Posted inଫୁରସତ

ଭାରତ ପ୍ରେମରେ ଜର୍ମାନ୍‌ ପର୍ଯ୍ୟଟକ

ବର୍ଲିନ: ପ୍ରତିବର୍ଷ ଅନେକ ବିଦେଶୀ ପର୍ଯ୍ୟଟକ ଭାରତକୁ ଆସି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗକରି ବିମୋହିତ ହୋଇଥାନ୍ତି। ୨୦୨୪ରେ ମଧ୍ୟ ଅନେକ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ଭାରତ ପରିଦର୍ଶନ କରିବାକୁ ଆସି ସୋସିଆଲ ମିଡିଆରେ ସେମାନଙ୍କ ଭାରତ ଗସ୍ତର ଚମତ୍କାର ଅନୁଭୂତି ବଖାଣିଛନ୍ତି। ଜର୍ମାନ୍‌ ବ୍ଲଗର ସାମୁଏଲ୍‌ ହ୍ୟୁବର୍‌ ମଧ୍ୟ ଭାରତ ଗସ୍ତରେ ଆସି ନିଜ ଅନୁଭୂତିକୁ ସୋସିଆଲ ମିଡିଆରେ ବଖାଣିଛନ୍ତି। କିଛିଦିନ ତଳେ ହିମାଚଳ ପ୍ରଦେଶର ଧର୍ମଶାଳାରେ ଆୟୋଜିତ ‘ଫାରକାଷ୍ଟର ବିଲ୍ଡର ଇଣ୍ଟରନ୍ୟାଶନାଲ ଫେଲୋଶିପ୍‌’ରେ ଅଂଶଗ୍ରହଣ କରିବାକୁ ହ୍ୟୁବର ଭାରତ ଆସିଥିଲେ। ଭାରତର ଆତିଥ୍ୟ ଏବଂ ପ୍ରାକୃତିକ ପରିବେଶ ତାଙ୍କୁ ବେଶ୍‌ ଭାଲ ଲାଗିଥିଲା। ହ୍ୟୁବର ଗୁରୁବାର ଏକ ପୋଷ୍ଟ କରି ଲେଖିଛନ୍ତି, ସେ ତାଙ୍କ ଭାରତ ଗସ୍ତରେ ଧର୍ମଶାଳାରେ ରହି ନିଜ ଭାଇମାନଙ୍କ ସହିତ ଖୁବ୍‌ ଉପଭୋଗ କରୁଛନ୍ତି। ସେମାନେ ପର୍ବତ ଶିଖରରେ ଫୁଟ୍‌ବଲ ଖେଳିଥିଲେ, ଯାହା ବେଶ୍‌ ଆନନ୍ଦଦାୟକ ଥିଲା। ସେହିପରି ହ୍ୟୁବର ପର୍ବତରେ ଫୁଟ୍‌ବଲ ଖେଳୁଥିବାର ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି। ସେ ଜର୍ମାନୀରୁ ଦିଲ୍ଲୀରେ ଅବତରଣ କରିବା ପରେ ପ୍ରଥମେ ‘ଫାର୍‌କାଷ୍ଟର ବିଲ୍‌ଡର ଇଣ୍ଟରନ୍ୟାଶନାଲ ଫେଲୋଶିପ୍‌’ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅଂଶଗ୍ରହଣକାରୀଙ୍କ ସହ ଧର୍ମଶାଳା ଅଭିମୁଖେ ଯାତ୍ରା କରିଥିଲେ। ତେବେ ଏହି ଯାତ୍ରାବେଳେ ତାଙ୍କ କାର୍‌ ଭାଙ୍ଗିଯାଇଥିଲା ଏବଂ ସେ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ରାତିସାରା କାର୍‌ ମଧ୍ୟରେ ବିତାଇବାକୁ ପଡିଥିଲା। ତେବେ ଧର୍ମଶାଳାରେ ପହଞ୍ଚି ସେଠାକାର ପରିବେଶକୁ ଦେଖିବା ପରେ ହ୍ୟୁବର ଏବଂ ତାଙ୍କ ସାଥୀମାନଙ୍କର ସମସ୍ତ ଥକ୍କାପଣ ଦୂର ହୋଇଯାଇଥିଲା। ଧର୍ମଶାଳାର ସ୍ଥାନୀୟ ଲୋକଙ୍କ ଦ୍ୱାରା ସେ ବହୁତ୍‌ ପ୍ରଭାବିତ ହୋଇଛନ୍ତି ବୋଲି ହ୍ୟୁବର କହିଛନ୍ତି। ନିଜ ଭାରତ ଗସ୍ତବେଳେ ସେ ଧର୍ମଶାଳାର ପାରମ୍ପରିକ ପୋଷାକ ମଧ୍ୟ ପିନ୍ଧିଥିଲେ। ଏହି ଭାରତ ଗସ୍ତ ତାଙ୍କୁ ବେଶ୍‌ ଖୁସି ଦେଇଛି ଏବଂ ଆସନ୍ତା ବର୍ଷ ପୁଣି ଥରେ ସେ ଭାରତ ଭ୍ରମଣ କରିବା ପାଇଁ ଆସିବେ ବୋଲି ହ୍ୟୁବର କହିଛନ୍ତି। ଅନେକ ୟୁଜର୍ସ ହ୍ୟୁବରଙ୍କ ଏହି ପୋଷ୍ଟ ଏବଂ ତାଙ୍କ ଭାରତ ଗସ୍ତର କାହାଣୀକୁ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିହାର ନିର୍ବାଚନ ହାରିବା ପରେ CWCର ପ୍ରଥମ ବୈଠକ, ଦିଲ୍ଲୀରେ ମନ୍ଥନ

ନୂଆଦିଲ୍ଲୀ,୨୭।୧୨: ଶନିବାର (ଡିସେମ୍ବର ୨୭) ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ବୈଠକ କରୁଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri