ପପ୍‌କର୍ନରେ ଜିଏସ୍‌ଟିକୁ ନେଇ ବିବାଦ

ନୂଆଦିଲ୍ଲୀ,୨୪ା୧୨:ଦେଶରେ ପପ୍‌କର୍ନ ଉପରେ ନୂଆ ଟିକସକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏବେ ବିଭିନ୍ନ ଫ୍ଲେଭରର ପପ୍‌କର୍ନ ଉପରେ ଭିନ୍ନଭିନ୍ନ ଜିଏସ୍‌ଟି ଲାଗୁ ହୋଇଛି। ସାଦା ପପ୍‌କର୍ନ ଉପରେ ୫ ପ୍ରତିଶତ ଜିଏସ୍‌ଟି ଲାଗୁ ହୋଇଥିବାବେଳେ ବ୍ରାଣ୍ଡେଡ୍‌ ପପ୍‌କର୍ନ ଉପରେ ୧୨%ଏବଂ କାରାମେଲ୍‌ ବା ଶର୍କରାଯୁକ୍ତ ପପ୍‌କର୍ନ ଉପରେ ୧୮% ଜିଏସ୍‌ଟି ଧାର୍ଯ୍ୟ ହୋଇଛି। ସମାଲୋଚକମାନେ ଏହାକୁ ଅତ୍ୟନ୍ତ ଜଟିଳ ବ୍ୟବସ୍ଥା ବୋଲି କହିଥିବାବେଳେ ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି।
ପୂର୍ବତନ ଅର୍ଥନୈତିକ ଉପଦେଷ୍ଟାମାନେ ମଧ୍ୟ ଏହାକୁ ନେଇ ଚିନ୍ତା ପ୍ରକଟ କରିଥିବାବେଳେ ସରକାର ଏପର୍ଯ୍ୟନ୍ତ କୌଣସି ସଫେଇ ଦେଇନାହାନ୍ତି। ଚିନି ଓ ମସଲାଯୁକ୍ତ ପପ୍‌କର୍ନ ଉପରେ ଭିନ୍ନ ଟିକସ ବ୍ୟବସ୍ଥାକୁ ନେଇ ବିରୋଧୀ ଦଳଗୁଡ଼ିକ କଡ଼ା ସମାଲୋଚନା କରିଥିବାବେଳେ ସୋସିଆଲ ମିଡିଆରେ ଉତ୍ତେଜନା ପ୍ରକାଶ ପାଇଛି। ୨୦୧୭ରେ ଲାଗୁ ହୋଇଥିବା ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାକୁ ନେଇ ୨ ଜଣ ପୂର୍ବତନ ଅର୍ଥନୈତିକ ଉପଦେଷ୍ଟା ପ୍ରଶ୍ନ ଉଠାଇଛନ୍ତି।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଅଧ୍ୟକ୍ଷତାରେ ଗତ ଶନିବାର ଜିଏସ୍‌ଟି କାଉନସିଲ୍‌ ବୈଠକ ବସି ପପ୍‌କର୍ନ ଉପରେ ଭିନ୍ନଭିନ୍ନ ଟିକସ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଲୁଣ ଏବଂ ମସଲାଯୁକ୍ତ ଅଣବ୍ରାଣ୍ଡେଡ୍‌ ପପ୍‌କର୍ନ ଉପରେ ୫ ପ୍ରତିଶତ ଜିଏସ୍‌ଟି ଲାଗୁ ହୋଇଥିବାବେଳେ ପୂର୍ବରୁ ପ୍ୟାକ୍‌ ହୋଇଥିବା ବ୍ରାଣ୍ଡେଡ୍‌ ପପ୍‌କର୍ନ ଉପରେ ୧୨ ପ୍ରତିଶତ ଏବଂ କାରାମେଲ୍‌ ପପ୍‌କର୍ନ ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲଗାଯିବାକୁ ଘୋଷଣା କରାଯିବା ସହ ତ୍ୱରିତ୍‌ ଲାଗୁ କରାଯାଇଛି। ଏବେ ବିଭିନ୍ନ ରାଜ୍ୟରେ ପପ୍‌କର୍ନ ଉପରେ ଭିନ୍ନ ଭିନ୍ନ ଟିକସ ଲାଗୁଛି। କାରାମେଲ୍‌ ପପ୍‌କର୍ନ ଉପରେ ୧୮ ପ୍ରତିଶତ ଜିଏସ୍‌ଟିକୁ ନେଇ ସୀତାରାମନ୍‌ କହିଥିଲେ, ଶର୍କରାଯୁକ୍ତ ସାମଗ୍ରୀ ଉପରେ ଭିନ୍ନ ଟିକସ ଲଗାଯାଇଥାଏ।
ଏହି ଘୋଷଣା ପରେ ରବିବାର ସାମାଜିକ ଗଣମାଧ୍ୟମରେ ଝଡ଼ ସୃଷ୍ଟି ହୋଇଛି। ବିରୋଧୀ ରାଜନେତା, ଅର୍ଥନୀତିଜ୍ଞ ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସମର୍ଥକମାନେ ମଧ୍ୟ ଏଭଳି ଟିକସ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। ଜଟିଳତା ଏକ ଅମଲାତନ୍ତ୍ରୀ ଆନନ୍ଦ ହୋଇଥିବାବେଳେ ନାଗରିକଙ୍କ ପାଇଁ ଅତ୍ୟନ୍ତ କଟୁ ଅନୁଭବ ବୋଲି ପୂର୍ବତନ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କେ.ଭି. ସୁବ୍ରମଣ୍ୟନ୍‌ ଏକ୍ସ’ରେ ଲେଖିଛନ୍ତି। ସେ ଏଭଳି ନିଷ୍ପତ୍ତିର ବାସ୍ତବତାକୁ ନେଇ ପ୍ରଶ୍ନ କରିଛନ୍ତି। ଅନ୍ୟତମ ପୂର୍ବତନ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ୍‌ କହିଛନ୍ତି, ସରଳତା ଦିଗରେ ନ ଯାଏ, ଆମେ ଅଧିକ ଜଟିଳତା ଦିଗକୁ ଢଳୁଛେ। ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ କରିବା କଷ୍ଟସାଧ୍ୟ ଏବଂ ଅବାସ୍ତବ ବୋଲି ସେ କହିଛନ୍ତି। ଜିଏସ୍‌ଟି ଅଧୀନରେ ପପ୍‌କର୍ନ ଉପରେ ୩ ପ୍ରକାର ଟିକସ ସ୍ଲାବ୍‌ ମୂର୍ଖତା, ଯାହା ଟିକସ ବ୍ୟବସ୍ଥାରେ ବଢ଼ୁଥିବା ଜଟିଳତାକୁ ପଦାରେ ପକାଇଛି ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି। ପୂର୍ବରୁ ମଧ୍ୟ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସ୍‌ଟି ହାରକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri