୩ ହଜାର ଟଙ୍କାରେ ବିକ୍ରି ହେଉଛି ଗ୍ୟାସ ସିଲିଣ୍ଡର: କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ-ଆମେରିକା ମଧ୍ୟରେ ଲାଗିଥିବା ଯୁଦ୍ଧର ପରିଣାମ ଆମ ଦେଶ ସମେତ ଅନ୍ୟାନ୍ୟ ଦେଶକୁ ମଧ୍ୟ ଭୋଗିବାକୁ ପଡ଼ୁଛି। ଗ୍ୟାସ, ପେଟ୍ରୋଲ, ଡିଜେଲ ଆମଦାନୀ ଠିକ ଭାବେ ହେଉନାହିଁ। ତେଣୁ ଦେଶରେ ଏହାର ସଙ୍କଟ କିଛିଟା ଦେଖାଦେଇଛି। ଯାହାର ପରିଣାମ ସାଧାରଣ ଜନତା ଭୋଗୁଛନ୍ତି। ଏହିଭଳି ପରିସ୍ଥିତିରେ ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ କମର୍ସିଆଲ ଗ୍ୟାସ ଆଉ ମିଳୁନାହିଁ। ଯାହାକିଛି ଘରୋଇ ବ୍ୟବହାର ଗ୍ୟାସ ସିଲିଣ୍ଡର ମିଳୁଛି। କମର୍ସିଆଲ ଗ୍ୟାସ ସିଲିଣ୍ଡର ନ ମିଳିବା ଦ୍ୱାରା ଭଞ୍ଜନଗର ସହରର ଅନେକ ହୋଟେଲ ଆଉ ଠିକ ଭାବେ ଖୋଲୁନାହିଁ । ଏହାର ମୁଖ୍ୟ କାରଣ ହେଲା କମର୍ସିଆଲ ଗ୍ୟାସ ନ ମିଳିବା। ଆଉ ଚୋରାରେ କିଣିଲେ ୨ ରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ୁଛି। ଯଦି ଚୋରାରେ କିଣି ବ୍ୟବସାୟ କରିବୁ ତେବେ ଦର ବୃଦ୍ଧି କରିବାକୁ ପଡ଼ୁଛି। ବର୍ଦ୍ଧିତ ଦର ଆମେ ବାଧ୍ୟ ହୋଇ ଗ୍ରାହକଙ୍କ ଉପରେ ପକାଉଛୁ ବୋଲି ଭଞ୍ଜନଗର ମୁଖ୍ୟ ସଡ଼କରେ ଥିବା ଜଣେ ହୋଟେଲ ମାଲିକ ଏଠାରେ ପ୍ରକାଶ କରିଛନ୍ତି।

ଅନ୍ୟପଟେ କିଛି ହୋଟେଲରେ ବର୍ଦ୍ଧିତ ଦରକୁ ନେଇ ମଧ୍ୟ ଗ୍ରାହକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ଗ୍ୟାସ ଡିଷ୍ଟ୍ରିବ୍ୟୁଟରଙ୍କ ମତାମତ ନେବାପାଇଁ ତାଙ୍କ ଫୋନ ନମ୍ବର ରେ ଉଦ୍ୟମ କରାଯାଇଥିଲା କିନ୍ତୁ ତାହା ସମ୍ଭବପର ହୋଇପାରିନାହିଁ। ଯୁଦ୍ଧ ଯଦି ଲାଗିରହେ ଏବଂ ଗ୍ୟାସ, ପେଟ୍ରୋଲ, ଡିଜେଲ ଆମଦାନୀ କମିବ ତେବେ ଗ୍ରାହକ ମାନେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବେ। ଏହିଭଳି ପରିସ୍ଥିତିରେ କିଛି ଲୋକ ଜାଳେଣି କାଠ ବ୍ୟବହାର ଆରମ୍ଭ କରିଦେଲେଣି। ଏହାଦ୍ବାରା ଜଙ୍ଗଲ କ୍ଷୟ ହେବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ମଧ୍ୟ ଗ୍ୟାସ କଳାବଜାରୀ ଯେଭଳି ନହେବ, ଗ୍ରାହକଙ୍କୁ ଠିକ ଭାବେ ନିର୍ଦ୍ଧାରିତ ସମୟରେ ଗ୍ୟାସ ସିଲିଣ୍ଡର ମିଳିବ ସେଥିପାଇଁ ପଦକ୍ଷେପ ନିଆଯାଇଛି।
ଏନେଇ ଉପ ଜିଲାପାଳ ଉମାଶଙ୍କର ବେହେରା ନିୟମିତ ସମୀକ୍ଷା କରୁଛନ୍ତି। ତେଣୁ ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଯଥା ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ବିଷୟରେ ଇତିମଧ୍ୟରେ ଏକ ଉପଖଣ୍ଡ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗ୍ରାମ୍ୟ ଅଞ୍ଚଳ ଓ ସହରାଞ୍ଚଳ ରନ୍ଧନ ଗ୍ୟାସ ସିଲିଣ୍ଡର ସରବରାହର ଅବସ୍ଥା ଓ ବୁକିଂ ପ୍ରକ୍ରିୟା ତଥା ଅନ୍ୟ ସମସ୍ତ ସମସ୍ୟା ଉପରେ ଚର୍ଚ୍ଚା ହୋଇଛି।
ବୈଠକରେ ନିର୍ଦ୍ଧାରଣ ହୋଇଛି ଯେ, ଗ୍ରାମାଞ୍ଚଳରେ ରନ୍ଧନ ଗ୍ୟାସ ବିତରଣ ଚକ୍ରକୁ ୪୫ଦିନ ବୃଦ୍ଧି ଓ ସହରାଞ୍ଚଳରେ ୨୫ ଦିନ ବୁକିଂର ବ୍ୟବଧାନ ରହିବ, ଯାହା ଘରୋଇ ପରିବାରମାନଙ୍କୁ ଅନିୟମିତ ସରବରାହରୁ ମୁକ୍ତ ରଖାଯିବ। ଆପାତକାଳୀନ ପରିସ୍ଥିତିରେ ଅଗ୍ରାଧିକାର ଭିତ୍ତିରେ ଗ୍ୟାସ ସିଲିଣ୍ଡର ପ୍ରଦାନ କରାଯିବ ବୋଲି ଉପଜିଲାପାଳ ଶ୍ରୀଯୁକ୍ତ ବେହେରା କହିଛନ୍ତି। ଏହି ପରିବେଶରେ ଓଟିପି ମାଧ୍ୟମରେ ବୁକିଂ, ସ୍ବଚ୍ଛତା ଓ ବଜାର ନିୟନ୍ତ୍ରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଅଯଥା ଗ୍ୟାସ ସିଲିଣ୍ଡର୍‌ ଷ୍ଟକ ନ କରିବା ପାଇଁ ଜନସାଧାରଣ ଙ୍କୁ ଅବଗତ କରାଯାଇଛି। ଉପଭୋକ୍ତାମାନଙ୍କୁ ସୁବିଧା ପ୍ରଦାନ ପାଇଁ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ମୁତାବକ, ଭଞ୍ଜନଗର ଉପଖଣ୍ଡରେ ୨ ଲକ୍ଷ ୫୨ ହଜାର ୮୯୨ ଜଣ ଘରୋଇ ଓ ୧୦୫୩ ଜଣ ବାଣିଜ୍ୟିକ ଗ୍ୟାସ ଉପଭୋକ୍ତା ଥିବାବେଳେ ଶନିବାର ସୁଦ୍ଧା ଉପଖଣ୍ଡର ଆସିକା ରେ ୧୨୩୮ ଟି ଘରୋଇ ଓ ୧୮୮ଟି ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମହଜୁଦ ରହିଛି। ସେହିପରି ବେଲଗୁଣ୍ଠା ରେ ୪୪୧ଟି ଘରୋଇ ଓ ୪୫ଟି ବାଣିଜ୍ୟିକ, ଭଞ୍ଜନଗରରେ ୮୩୭ଟି ଘରୋଇ ଓ ୧ଟି ବାଣିଜି୍ୟକ, ବୁଗୁଡାରେ ୪୪୨ଟି ଘରୋଇ ଓ ୭୯ଟି ବାଣିଜ୍ୟିକ, ଧରାକୋଟରେ ୫୦୪ଟି ଘରୋଇ ଓ ୬ଟି ବାଣିଜ୍ୟିକ, ଜଗନ୍ନାଥପ୍ରସାଦରେ ୭୪୨ଟି ଘରୋଇ ଓ ୧୬୬ଟି ବାଣିଜ୍ୟିକ, ଶେରଗଡରେ ୫୧୮ଟି ଘରୋଇ ଓ ଗୋଟିଏ ବାଣିଜ୍ୟିକ ଏବଂ ସୋରଡ଼ାରେ ୩୬୪ଟି ଘରୋଇ ଓ ୧୫ଟି ବାଣିଜି୍ୟକ ଗ୍ୟାସ ସିଲିଣ୍ଡର ମହଜୁଦ ରହିଛି। ବର୍ତମାନ ଉପଖଣ୍ଡ ରେ ପ୍ରଚୁର ଗ୍ୟାସ, ପେଟ୍ରୋଲ ଓ ଡିଜେଲ ମହଜୁଦ ରହିଛି। କୌଣସି ଭ୍ରାନ୍ତ କଥାରେ ବିଶ୍ୱାସ କରନ୍ତୁ ନାହିଁ।ଗ୍ୟାସ କଳାବଜାରୀ କଲେ କଡା କାର୍ଯାନୁଷ୍ଠାନ ନିଆଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ବେହେରା କହିଛନ୍ତି। ବୈଠକରେ ଅତିରିକ୍ତ ଯୋଗାଣ ଅଧିକାରୀ ସୁଭରଜ ସାମନ୍ତରା ଓ ଉପଖଣ୍ଡର ସମସ୍ତ ଯୋଗାଣ ନିରୀକ୍ଷକ ଉପସ୍ଥିତ ରହିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଯୋଗିତା ଛାଡ଼ି ଛାତ୍ରୀଙ୍କୁ ରୋଷେଇ କାମ!

ତୁମୁଡ଼ିବନ୍ଧ, ୨୫।୯ (ଦୀପକ କୁମାର ପରାସେଠ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଜନିତ ବର୍ଷା ଗତ ୪ ଦିନ ହେଲା ଲାଗିରହିଛି। ଏହା ମଧ୍ୟରେ ଶୁକ୍ରବାର ତୁମୁଡ଼ିବନ୍ଧସ୍ଥିତ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

ସମୁଦ୍ର ଉପକୂଳ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ: ପ୍ରଶାସନିକ ଅଧିକାରୀଙ୍କ ସହ ବନ୍ୟାସ୍ଥିତି ନେଇ ଆଲୋଚନା

ଛତ୍ରପୁର, ୨୫।୯ (ଦିଲ୍ଲୀପ ସାମଲ/ ବିଦ୍ୟାଧର ସାହୁ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର…

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?