ରାସ୍ତା ମଝିରେ ଜଳିଗଲା ଗ୍ୟାସ ସିଲିଣ୍ଡର ଟ୍ରକ

ଗଞ୍ଜାମ,୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ପୁଇଁତଳା ଛକରେ ବୁଧବାର ଏକ ଅଘଟଣ ଘଟିଛି। ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଚଳନ୍ତା ଟ୍ରକରେ ନିଆଁ ଲାଗିଯାଇଥିଲା l ମିଳିଥିବା ସୂଚନା ମୁତାବକ, ଏକ ଏଲ୍‌ପିଜି ସିଲିଣ୍ଡର ବୋଝେଇ ଟ୍ରକ ୧୬ ନମ୍ବର ଜାତୀୟ ରାଜପଥରେ ଆସୁଥିବା ବେଳେ ପୁଇଁତଳା ଛକଠାରେ ଟ୍ରକ ଇଞ୍ଜିନ୍‌ରେ ହଠାତ୍‌ ନିଆଁ ଲାଗି ହୁତୁହୁତୁ ହୋଇ ଜଳି ଉଠିଥିଲା। ଖବର ପାଇ ଛତ୍ରପୁର ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ, ଛତ୍ରପୁର ଏସ୍‌ଡିପିଓ ଗୌରହରି ସାହୁ, ଥାନା ଆଇଆଇସି ସୁମିତ୍ରା ପାତ୍ର, ଗ୍ରାସୀମ ସୁରକ୍ଷା ଅଧିକାରୀ ଲିପିକ ମହାନ୍ତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ l ଟ୍ରକର ସେଲ୍ଫ ମଟରରେ ଶର୍ଟ ସର୍କିଟ ହୋଇ ଗାଡିରେ ନିଆଁ ଲାଗିଯାଇଥିବା ଟ୍ରକ ଡ୍ରାଇଭର ପ୍ରହଲ୍ଲାଦ ଯାନୀ ସୂଚନା ଦେଇଛନ୍ତି l

ସୂଚନା ଯୋଗ୍ୟ, ଖୋର୍ଦ୍ଧା ପିପିସିଏଲରୁ ଟ୍ରକ ନଂ 000C 58552 ବ୍ରହ୍ମପୁରକୁ ଆସୁଥିଲା l ହେଲେ ପୁଇଁତଳା ଛକରେ ହଟାତ ଗାଡି ଇଞ୍ଜିନଣୁ ଧୂଆଁ ବାହାରୁ ଥିବା ଜାଣି ଡ୍ରାଇଭର ପ୍ରହଲ୍ଲାଦ ଗାଡିକୁ ଅଟକାଇ ଦେଇଥିଲେ। ପରବର୍ତ୍ତୀ ସମୟରେ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଅନ୍ୟପକ୍ଷେ ଗ୍ୟାସ୍‌ ସିଲିଣ୍ଡରେ ନିଆଁ ଲାଗିବା ପୂର୍ବରୁ କମ୍ପାନୀ କର୍ମଚାରୀ ଏବଂ ଛତ୍ରପୁର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଫଳରେ ସମସ୍ତ ସିଲିଣ୍ଡର ସୁରକ୍ଷିତ ରହିଛି। ହେଲେ ଇଞ୍ଜିନ ପୋଡ଼ି ନଷ୍ଟ ହୋଇଯାଇଛି l ଗାଡ଼ିରେ ୪୨୦ ସିଲିଣ୍ଡର ଓ ୧୦ଟି ୩୫କେଜି ସିଲିଣ୍ଡର ଲୋଡ଼ ଥିବା ଡ୍ରାଇଭର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri