Posted inଜାତୀୟ

ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ବିସ୍ଫୋରକ ବୟାନ: ଖରାପ ସ୍ଥିତିରେ ଭାରତୀୟ ଅର୍ଥନୀତି

ନୂଆଦିଲ୍ଲୀ,୨୪ା୮: କେନ୍ଦ୍ର ସରକାରଙ୍କ ଥିଙ୍କ ଟ୍ୟାଙ୍କ କୁହାଯାଉଥିବା ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ନେଇ ଗୁରୁବାର ବିସ୍ଫୋରକ ବୟାନ ଦେଇଛନ୍ତି। ଆର୍ଥିକ କ୍ଷେତ୍ରରେ ବର୍ତ୍ତମାନ ଦେଖାଦେଇଥିବା ସ୍ଥିତି ଉପରେ ମତବ୍ୟକ୍ତ କରି ସେ କହିଛନ୍ତି ଯେ, ଏଭଳି ଅବସ୍ଥା ଦୀର୍ଘ ୭୦ ବର୍ଷ ଭିତରେ ଦେଖାଯାଇ ନ ଥିଲା। ସମ୍ପୂର୍ଣ୍ଣ ସେକ୍ଟର ଦୋହଲିଯାଇଛି। କେହି କାହାକୁ ଭରସା କରିପାରୁନାହାନ୍ତି। ଏହାର ମୁକାବିଲା ଲାଗି ସ୍ବତନ୍ତ୍ର ପଦକ୍ଷେପ ନେବାକୁ ହେବ। ସରକାର ଅନେକଗୁଡ଼ିଏ ପଦକ୍ଷେପ ସମ୍ପର୍କରେ ବିଚାର କରୁଛନ୍ତି। ଅନ୍ୟପକ୍ଷରେ ଦେଶର ଅର୍ଥନୀତି ଅଭିବୃଦ୍ଧି ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ବିଭିନ୍ନ ପ୍ରୋତ୍ସାହନ ଘୋଷଣା କରିଛନ୍ତି। ଏହାଦ୍ୱାରା ନଗଦ ସଙ୍କଟ ଦୂର ହେବା ସହିତ ଚାହିଦା ବୃଦ୍ଧି ପାଇବାକୁ ଯାଉଛି।
ଏକ କାର୍ଯ୍ୟକ୍ରମରେ ଯୋଗଦେଇ କୁମାର କହିଛନ୍ତି ଯେ, ଆର୍ଥିକ କ୍ଷେତ୍ରରେ ଜାରି ସଙ୍କଟର ପ୍ରଭାବ ଏବେ ଦେଶର ବିକାଶ ଉପରେ ପଡୁଥିବା ଲକ୍ଷ୍ୟ କରାଯାଇଛି। ଦୀର୍ଘ ୭୦ ବର୍ଷ ଭିତରେ ଆର୍ଥିକ ଅତ୍ୟନ୍ତ ଖରାପ ହୋଇଛି। ବିମୁଦ୍ରୀକରଣ ଏବଂ ସାମଗ୍ରୀ ଓ ସେବା କର(ଜିଏସ୍‌ଟି) କାରଣରୁ ଆରମ୍ଭ ହୋଇଥିବା ନଗଦ ସଙ୍କଟ ଏବେ ଉତ୍କଟ ରୂପ ଧାରଣ କରିଛି। ତେବେ ଏବେ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟ ପାଇଁ ସେ ପୂର୍ବର ଉପା ସରକାରଙ୍କୁ ଦାୟୀ କରିଛନ୍ତି। ୨୦୦୯-୧୪ ମଧ୍ୟରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଆଖିବୁଜା ଋଣ ବଣ୍ଟନ କରାଯିବା ଯୋଗୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କର କହିବାନୁଯାୟୀ, ଏହି ସମୟରେ ଦିଆଯାଇଥିବା ଋଣ ବ୍ୟାପକ ହାରରେ ଏନ୍‌ପିଏ(ଅନାଦାୟ ଋଣ) ହୋଇଯାଇଛି। ଫଳରେ ବ୍ୟାଙ୍କଗୁଡ଼ିକ ନୂଆ ଋଣ ଦେବାର କ୍ଷମତା ହରାଇଛନ୍ତି। ଅର୍ଥନୀତିକୁ ନେଇ ବିସ୍ଫୋରକ ବୟାନ ଦେବାର ଚବିଶ ଘଣ୍ଟା ନ ପୁରୁଣୁ ରାଜୀବ କୁମାର ନିଜ ବକ୍ତବ୍ୟରୁ ଓହରିଯାଇଛନ୍ତି। ଟୁଇଟ୍‌ ଜରିଆରେ ସଫେଇ ଦେଇ ସେ କହିଛନ୍ତି ଯେ, ତାଙ୍କ ବୟାନକୁ ମିଡିଆରେ ଭୁଲ୍‌ ଭାବେ ଉପସ୍ଥାପନ କରାଯାଇଛି। ଅନ୍ୟପକ୍ଷରେ ଦେଶର ଅର୍ଥନୀତିକୁ ମାନ୍ଦାବସ୍ଥାରୁ ବାହାର କରିବା ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ଏକାଧିକ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିବାଦ୍ୱାରା ଉଦ୍ୟୋଗ ଓ ବ୍ୟାଙ୍କିଙ୍ଗ ସିଷ୍ଟମରେ ଅଧିକ ନଗଦ ପ୍ରବେଶ ସମ୍ଭବ ହେବ। ଦେଶର ଆର୍ଥିକ ସ୍ଥିତି ସମ୍ପର୍କରେ ଉଲ୍ଲେଖ କରିବାକୁ ଯାଇ ସୀତାରାମନ୍‌ ଶୁକ୍ରବାର ଏଠାରେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ସାରା ବିଶ୍ୱ ଏବେ ମାନ୍ଦାବସ୍ଥାର ସାମ୍ନା କରୁଛି। ତେବେ ବିଶ୍ୱ ମୁକାବିଲାରେ ଭାରତର ଅର୍ଥନୀତି ଭଲ ସ୍ଥିତିରେ ରହିଛି। ବିଶ୍ୱରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ବୁଝିବାକୁ ହେବ। ଆର୍ଥିକ ସଂସ୍କାର ଏକ ନିରନ୍ତର ପ୍ରକ୍ରିୟା ଏବଂ ଦେଶରେ କ୍ରମାଗତ ଆର୍ଥିକ ସଂସ୍କାର ଧାରା ଜାରି ରହିଛି। ଭାରତର ଅର୍ଥନୀତି ଅନ୍ୟ ଦେଶ ତୁଳନାରେ ଅଧିକ ଉନ୍ନତ। ଏହି ଅବସରରେ ସେ କହିଛନ୍ତି ଯେ, ଏଣିକି ଟିକସ ନୋଟିସ କେନ୍ଦ୍ରୀୟ ସିଷ୍ଟମ ମାଧ୍ୟମରେ ଦିଆଯିବ ଏବଂ କାହାକୁ ହଇରାଣ କରାଯିବ ନାହିଁ। ଅକ୍ଟୋବର ପହିଲାରୁ କେନ୍ଦ୍ରୀୟ ସିଷ୍ଟମ ଜରିଆରେ ନୋଟିସ ପଠାଯିବ। ଶେୟାର ଓ ମ୍ୟୁଚୁଆଲ ଫଣ୍ଡରେ ଲାଗୁ ହୋଇଥିବା ଲଙ୍ଗ ଟର୍ମ ଏବଂ ସର୍ଟ ଟର୍ମ କ୍ୟାପିଟାଲ ଗେନ୍ସ ଉପରେ ଅତିରିକ୍ତ ସରଚାର୍ଜକୁ ପ୍ରତ୍ୟାହାର କରାଯିବ। ଏହାସହ ଏଥିରୁ ମିଳୁଥିବା ଲାଭକୁ ଟିକସମୁକ୍ତ କରାଯାଇଛି। ସେହିପରି ଫରେନ ପୋର୍ଟଫୋଲିଓ ଇନ୍‌ଭେଷ୍ଟମେଣ୍ଟ(ଏଫ୍‌ପିଆଇ) ଉପରେ ଲାଗୁଥିବା ସରଚାର୍ଜ ପ୍ରତ୍ୟାହାର ହେବ। ଫଳରେ ବଜେଟ ପୂର୍ବ ସ୍ଥିତି ପୁଣି କାଏମ ରହିବ। କର୍ପୋରେଟ ସୋସିଆଲ ରେସ୍‌ପନ୍ସିବିିଲିିଟି (ସିଏସ୍‌ଆର)କୁ ଏଣିକି ଆପରାଧିକ ବ୍ୟବସ୍ଥାରୁ ବାଦ୍‌ ଦିଆଯାଇଛି। ତ୍ରୁଟିବିଚ୍ୟୁତି ପାଇଁ କେବଳ ସିଭିଲ ମାମଲା କରାଯିବ। ସୀତାରାମନ୍‌ କହିଛନ୍ତି ଯେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ୭୦ ହଜାର କୋଟି ଟଙ୍କା ପ୍ରଦାନ କରାଯିବ। ଫଳରେ ସେମାନେ ସହଜରେ ଋଣ ଦେଇ ପାରିବେ। ବ୍ୟାଙ୍କଗୁଡ଼ିକର ସୁଧ ହାରକୁ ଆର୍‌ବିଆଇ ଦ୍ୱାରା ଘୋଷଣା ହେଉଥିବା ରେପୋ ରେଟ ସହ ଯୋଡାଯିବ। ଏହାଦ୍ୱାରା ସମସ୍ତ ପ୍ରକାର ଋଣ ଶସ୍ତା ହେବ। ଷ୍ଟାର୍ଟଅପ୍‌ ଟିକସର ସମାଧାନ ଲାଗି ସ୍ବତନ୍ତ୍ର ସେଲ୍‌ ଗଠନ କରାଯିବ। ଋଣ ଆବେଦନଗୁଡ଼ିକୁ ଏଣିକି ଅନ୍‌ଲାଇନରେ ଦେଖିହେବ। ଋଣ ଫେରସ୍ତ ହେବା ୧୫ ଦିନ ଭିତରେ ସମସ୍ତ ବନ୍ଧକ କାଗଜପତ୍ର ଗ୍ରାହକଙ୍କୁ ଫେରାଇବାକୁ ହେବ। ଡିମ୍ୟାଟ୍‌ ଆକାଉଣ୍ଟ ଲାଗି ଆଧାରଯୁକ୍ତ କଓ୍ବୋଇସି ବ୍ୟବସ୍ଥା ଲାଗୁ ହେବ। ଅଟୋ ସେକ୍ଟର ପାଇଁ ପ୍ରୋତ୍ସାହନ ଘୋଷଣା କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏଣିକି ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କିଣାଯାଇଥିବା ବିଏସ୍‌-୪ ଗାଡ଼ିକୁ ସରକାର ମାନ୍ୟତା ପ୍ରଦାନ କରିବେ। ଏହା ପଞ୍ଜୀକରଣ ଅବଧି ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ଇଲେକ୍ଟ୍ରି ଓ ଇଣ୍ଟରନାଲ କମ୍ବଶନ ଭେହିକିଲ(ଇସିଭି)ର ରେଜିଷ୍ଟ୍ରେଶନ ଜାରି ରହିବ। ଓ୍ବାନ୍‌ ଟାଇମ ରେଜିଷ୍ଟ୍ରେଶନ ଫିଜ୍‌କୁ ଜୁନ୍‌ ୨୦୨୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ବକେୟା ଜିଏସ୍‌ଟି ରିଫଣ୍ଡକୁ ୩୦ ଦିନ ଭିତରେ ପ୍ରଦାନ କରାଯିବ। ଷ୍ଟାର୍ଟଅପ୍‌ଙ୍କ ଠାରୁ ଆଞ୍ଜେଲ ଟିକସ ଆଦାୟ କରାଯିବ ନାହିଁ। ପୁରୁଣା ଗାଡ଼ି ବାଦ୍‌ ଦେବା ନେଇ ସରକାର ଖୁବଶୀଘ୍ର ଏକ ନୀତି ଘୋଷଣା କରିବେ। ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଗାଡ଼ି ଉପରେ ୧୫% ଅତିରିକ୍ତ ଡେପ୍ରିସିଏଶନକୁ ସରକାର ଅନୁମତି ଦେଇଛନ୍ତି।

ପ୍ରମୁଖ ଘୋଷଣା
-ଶେୟାର ବଜାରରେ କ୍ୟାପିଟାଲ ଗେନ୍ସରୁ ସରଚାର୍ଜ ହଟିଲା
-ଷ୍ଟାର୍ଟଅପ୍‌ ଟ୍ୟାକ୍ସ ସମାଧାନ ପାଇଁ ସ୍ବତନ୍ତ୍ର ସେଲ୍‌ ଗଠନ ହେବ
-ଋଣ ଆବେଦନକୁ ଅନ୍‌ଲାଇନରେ ନଜର ରଖି ହେବ
-ଋଣ ଫେରସ୍ତ ହେବାର ୧୫ ଦିନ ଭିତରେ ବନ୍ଧକ କାଗଜପତ୍ର ଫେରସ୍ତ
-ରେପୋ ରେଟ ସହ ସୁଧ ହାରକୁ ଯୋଡାଯିବ
-ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ଦିଆଯିବ ୭୦ ହଜାର କୋଟି
-ଡିମ୍ୟାଟ୍‌ ଆକାଉଣ୍ଟକୁ ଆଧାରଯୁକ୍ତ କଓ୍ବୋଇସି
-୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କିଣାଯାଇଥିବା ବିଏସ୍‌-୪ ଗାଡ଼ି ବୈଧ ହେବ
-ଇଲେକ୍ଟ୍ରିକ ଓ ଇସିଭି ରେଜିଷ୍ଟ୍ରେଶନ ଜାରି ରହିବ
-୩୦ ଦିନ ଭିତରେ ଜିଏସ୍‌ଟି ରିଫଣ୍ଡ


Enter your email to get our daily news in your inbox.

All Right Reserved By Dharitri.Com

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ଈଶାନ କିସାନଙ୍କ ଧୂଆଁଧାର ଶତକ: ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଲା ଝାଡ଼ଖଣ୍ଡ

ପୁନେ,୧୮ା୧୨: ଅଧିନାୟକ ଇଶାନ କିଶନଙ୍କ ଧୂଆଁଧାର ଶତକ ବଳରେ ଝାଡ଼ଖଣ୍ଡ କ୍ରିକେଟ ଦଳ ଏକ ନୂଆ ଇତିହାସ ରଚିଛି। ଗୁରୁବାର ପୁଣେର MCA ଷ୍ଟାଡିୟମଠାରେ ଅନୁଷ୍ଠିତ...

ଭୁବନେଶ୍ୱର ଏମ୍‌ସକୁ ଯିବ ସ୍ୱତନ୍ତ୍ର ‘ଆମ୍ବୁଲାନ୍ସ କରିଡର’: ଆଉ ଟ୍ରାଫିକ୍‌ରେ ଫସିବେନି ରୋଗୀ

ଭୁବନେଶ୍ୱର,୧୮ା୧୨: ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କୁ ସୁରକ୍ଷିତ ଓ ଶୀଘ୍ର ହସ୍ପିଟାଲରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ଭୁବନେଶ୍ୱର ଖଣ୍ଡଗିରି...

୫୬,୦୦୦ ପାକିସ୍ତାନୀ ଭିକାରିଙ୍କୁ ତଢ଼ିଲା ସାଉଦି ଆରବ

ନୂଆଦିଲ୍ଲୀ,୧୮ା୧୨: ପାକିସ୍ତାନର ପେଶାଦାର ଭିକାରୀମାନେ ଏବେ ବିଶ୍ୱ ସ୍ତରରେ ଦେଶ ପାଇଁ ଏକ ବଡ଼ ଅପମାନର କାରଣ ସାଜିଛନ୍ତି। ନିକଟରେ ସାଉଦି ଆରବ ପ୍ରାୟ ୫୬,୦୦୦...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri