୨୫ରେ ବିଧାନସଭା ସର୍ବଦଳୀୟ ବୈଠକ

ଭୁବନେଶ୍ୱର, ୨୦ା୧୧(ସୁନିତ୍‌ ମିଶ୍ର):ବିଧାନସଭାର ଶୀତ ଅଧିବେଶନ ଆସନ୍ତା ୨୬ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ଭାଜପା ସରକାର ଆସିବା ପରେ ଏହା ଦ୍ୱିତୀୟ ବିଧାନସଭା ଅଧିବେଶନ। ଚଳିତ ଅଧିବେଶରେ ଭାଜପା ସରକାର ପ୍ରଥମ ଅତିରିକ୍ତ ଚିଠା ବଜେଟ ଆଗତ କରିବେ। ଏହି ଚିଠା ବଜେଟକୁ ୨୩ରେ ବସିବାକୁ ଥିବା ମନ୍ତ୍ରିମଣ୍ଡଳ ଏବଂ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିବ ବୋଲି ଜଣାପଡିଛି। ଶୀତ ଅଧିବେଶନକୁ ସୁରୁଖୁରୁରେ ଚଲାଇବା ଲାଗି ୨୫ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଙ୍ଗଳବାର ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୬ରେ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ। ଏହି ଚିଠା ବଜେଟକୁ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରୀ ପରିଷଦର ଅନୁମୋଦନ ମିଳିବ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୨.୬୫ ଲକ୍ଷ କୋଟି ଟଙ୍କାର ବଜେଟ ଗତ ଜୁଲାଇ ୨୫ରେ ଉପସ୍ଥାପନ କରିଥିଲେ। ଏହା ସେପ୍ଟେମ୍ବର ୧୧ରେ ଅନୁମୋଦନ ଲାଭ କରିଥିଲା। ଏଥର ସରକାର ଚିଠା ବଜେଟ ଆଗତ କରିବାକୁ ଯାଉଛନ୍ତି। ହେଲେ ବିଭିନ୍ନ ପ୍ରସଙ୍ଗକୁ ଏକାଠିକରି ବିରୋଧୀ ବିଜେଡି ଏବଂ କଂଗ୍ରେସ ସଦସ୍ୟମାନେ ଗୃହରେ ଶାସକ ଦଳକୁ ଘେରିବାକୁ ଯୋଜନା ରଖିଛନ୍ତି। ଆମ୍ବଟାକୁଆ ଜାଉ ଖାଇ ମୃତ୍ୟୁବରଣ କରିଥିବା ବିଷୟ ନେଇ ବିଜେଡି ବାରମ୍ବାର ଶାସକ ଭାଜପାକୁ ଟାର୍ଗେଟ କରୁଛି। ସେହିପରି ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ ରହିଛି, ଯାହାକୁ ନେଇ ବିରୋଧୀ ଶାସକ ଦଳକୁ ଘେରିବାକୁ ଯୋଜନା ରଖିଛି। କେଉଁସବୁ ପ୍ରସଙ୍ଗରେ ଶାସକ ଦଳକୁ ଘେରାଯିବ ସେନେଇ ବିଜେଡି ଓ କଂଗ୍ରେସ ସେମାନଙ୍କ ବିଧାୟକ ଦଳରେ ରଣନୀତି ପ୍ରସ୍ତୁତ କରିବେ। ହେଲେ ଉଭୟ ଦଳର ବିଧାୟକ ଦଳ ବୈଠକ ନେଇ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ପେଟ୍ରୋଲ ପମ୍ପ ସ୍ଥାନରେ ଧାନ ଚାଷ: ସାଟେଲାଇଟ ସର୍ଭେରେ ଧରାପଡିଲା ଗୁମର

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ପେଟ୍ରୋଲ ପମ୍ପ ଅଛି, କିନ୍ତୁ ଧାନ ଚାଷ ହୋଇଥିବା ନେଇ ଚାଷୀ କରିଛି ପଞ୍ଜିକରଣ। ଶେଷରେ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ କମ୍ପ୍ୟୁଟର...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଖାଲେଦା ଜିଆ କରିଥିଲେ ନାମାଙ୍କନ, ଏବେ ଆଲୋଚନା ପୁଅଙ୍କୁ ମିଳିବକି ସହାନୁଭୁତି? ଜାଣନ୍ତୁ ବାଂଲାଦେଶ ରାଜନୀତିର…

ଢାକା,୩୦।୧୨: ଆସନ୍ତା ବର୍ଷ ଫେବୃଆରୀରେ ବାଂଲାଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ମୃତ୍ୟୁକୁ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

ବୈତରଣୀ ନଦୀ ପାର୍‌ ହୋଇଆସିଲା ହାତୀ: ଲୋକେ ଭୟଭୀତ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀଟି ବ୍ଲକ ଅଧୀନ ବିଭିନ୍ନ ଗାଁ ଏବଂ ଛକ ବଜାରରେ ବୁଲୁଥିବାବେଳେ...

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ହୁକିଟୋଲାର ସୌନ୍ଦର୍ଯ୍ୟ

ମହାକାଳପଡ଼ା,୩୦ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଙ୍ଗୋପସାଗର ନୀଳ ଜଳରାଶି ସହ ବିଶାଳ ବାଲୁକା ଶଯ୍ୟା ଆଇଲାଣ୍ଡ ହୁକିଟୋଲା ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଖୁବ୍‌...

ଭୟଙ୍କର ଦୁର୍ଘଟଣା: ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୩୦।୧୨: ଉତ୍ତରାଖଣ୍ଡରୁ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଅଲମୋରା ଜିଲାରେ ଏକ ଯାତ୍ରୀବାହୀ ବସ ନିୟନ୍ତ୍ରଣ ହରାଇ ଘାଇକୁ ଖସି ଯାଇଥିଲା ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri