Posted inଜାତୀୟ

ଜମ୍ମୁ-କଶ୍ମୀରରେ ରେକର୍ଡ ଭାଙ୍ଗିଲା ବେକାରୀ ସମସ୍ୟା, ୩.୫୨ ଲକ୍ଷ ବେରୋଜଗାର

ଶ୍ରୀନଗର,୧୬।୧୧: ଜମ୍ମୁ କଶ୍ମୀରରେ ବେକାରୀ ହାରରେ ବୃଦ୍ଧି ଘଟିଛି। ଜମ୍ମୁ କଶ୍ମୀର ସରକାରଙ୍କ ନିଯୁକ୍ତି ନିର୍ଦ୍ଦେଶାଳୟ (DoE) ର ତଥ୍ୟ ଅନୁଯାୟୀ ୨୦୨୪ର ପ୍ରଥମ ତ୍ରୟମାସିକରେ ରାଜ୍ୟରେ ୩.୫୨ ଲକ୍ଷ ଯୁବକ ବେକାର ଅଛନ୍ତି। ଏଥିମଧ୍ୟରୁ ୧.୦୯ଲକ୍ଷ ଯୁବକ ସ୍ନାତକ ଏବଂ ପୋଷ୍ଟ ଗ୍ରାଜୁଏଟ ଯେଉଁମାନେ ରାଜ୍ୟରେ ୩୧% ବେକାର ଅଛନ୍ତି।
ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏକଆଇଇ) ର ରିପୋର୍ଟ ଅନୁଯାୟୀ ଜମ୍ମୁ କଶ୍ମୀରରେ ବେକାରୀ ହାର ୨୩.୧% ଅଟେ, ଯାହା ସମଗ୍ର ଭାରତରେ ସର୍ବାଧିକ। ଏହି ଆକଳନ ରାଜ୍ୟରେ ବେକାରୀ ସମସ୍ୟାକୁ ଦର୍ଶାଉଛି। ରୋଜଗାର ନିର୍ଦ୍ଦେଶକ ନିସାର ଅହମ୍ମଦ ୱାନୀଙ୍କ ଅନୁଯାୟୀ, ୨୦୨୩ର ଶେଷ ତ୍ରୟମାସରେ ବେକାର ସ୍ନାତକ ଏବଂ ପୋଷ୍ଟ ସ୍ନାତକ ସଂଖ୍ୟା ୧୦,୦୦୦ବୃଦ୍ଧି ପାଇଛି।
ତେବେ ଜମ୍ମୁ କଶ୍ମୀର ସରକାରଙ୍କ ୨୦୨୩ର ଅଥନୈତିକ ସର୍ଭେରେ ବେକାରୀ ହାରରେ ହ୍ରାସ ଘଟିଛି। ଏହା ୨୦୧୯-୨୦ରେ ୬.୭% ରୁ ୨୦୨୧-୨୨ରେ ୫.୨% କୁ ହ୍ରାସ ପାଇଛି । ଅକ୍ଟୋବର-ଡିସେମ୍ବର ୨୦୨୨ପାଇଁ ତ୍ରୟମାସିକ ସହରୀ ବେକାରୀ ହାର ୧୩.୫% ରେକର୍ଡ ହୋଇଥିବାବେଳେ ଜାତୀୟ ହାରାହାରି ୮.୨% ଥିଲା। ଶିକ୍ଷା, ଆଇନ ପ୍ରଣୟନ ଏବଂ ସାଧାରଣ ପ୍ରଶାସନ ଭଳି କ୍ଷେତ୍ରରେ ୩ଲକ୍ଷରୁ ଅଧିକ ଖାଲି ପଦବୀ ଥାଇ ମଧ୍ୟ ବେକାରୀ ସମସ୍ୟା ଜାରି ରହିଛି। ଯୋଗ୍ୟ ପ୍ରାର୍ଥୀମାନେ ଏହି ଖାଲି ପଦବୀକୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri