ଚାନ୍ଦି ଭଣ୍ଡାରର ନୂତନ ଅଭିଯାନ

ଭୁବନେଶ୍ୱର,୧୬।୧୧: ରାଜ୍ୟର ଅଗ୍ରଣୀ ରୁପା ରିଟେଲ ଚେନ୍‌ ‘ଚାନ୍ଦି ଭଣ୍ଡାର’ର ବହୁ ପ୍ରତୀକ୍ଷିତ ତଥା ନୂତନ ଅଭିଯାନ (କ୍ୟାମ୍ପେନ) ‘ୱେଡିଂ ଷ୍ଟୋରିଜ୍‌ ବାୟ ଚାନ୍ଦି ଭଣ୍ଡାର’ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ବିବାହ ଋତୁ ଉପଲକ୍ଷେ ଷ୍ଟୋର ପକ୍ଷରୁ ରୁପା ଗହଣା ଏବଂ ଆର୍ଟିଫାକ୍ଟର ଅନନ୍ୟ କଲେକ୍ସନଗୁଡିକୁ ମଧ୍ୟ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି।
ଅପରପକ୍ଷରେ ବିବାହ ଏକ କାହାଣୀ, ବଧୂର ଅତି ପ୍ରିୟ ବିରାସତ, ବରର ଆଭୂଷଣ ଏବଂ ପରିବାରର ସମ୍ପତ୍ତି, ଯାହା ପିଢ଼ି ପରେ ପିଢ଼ିଙ୍କୁ ଯୋଡ଼ିଥାଏ। ପ୍ରତି ପିସ୍‌ ଗହଣା ଏକ ଦମ୍ପତିଙ୍କ ଯାତ୍ରାର ଅଂଶ ବିଶେଷ ପାଲଟିଥାଏ,ସେମାନଙ୍କ ପ୍ରତିଜ୍ଞା ତଥା ସେମାନେ ଏକତ୍ର ତିଆରି କରିଥିବା ସ୍ମୃତିଗୁଡ଼ିକର ଏହା ମୂକସାକ୍ଷୀ ହୋଇଥାଏ। ଏହି ବିବାହ ଋତୁରେ ଚାନ୍ଦି ଭଣ୍ଡାରର ନୂତନ କ୍ୟାମ୍ପେନ ‘ୱେଡିଂ ଷ୍ଟୋରିଜ୍‌ ବାୟ ଚାନ୍ଦି ଭଣ୍ଡାର’ ଜରିଆରେ ଉକ୍ତ ସ୍ବତନ୍ତ୍ର ସଂଯୋଗଗୁଡ଼ିକୁ ପାଳନ କରୁଛି। ନିଜ ଯାତ୍ରାରେ ଚାନ୍ଦି ଭଣ୍ଡାରକୁ ସାମିଲ କରିଥିବା ବାସ୍ତବ ଦମ୍ପତିମାନଙ୍କୁ ନେଇ ଏହି କ୍ୟାମ୍ପେନ ପ୍ରସ୍ତୁତ ହୋଇଛି। ୱେଡିଂ ଷ୍ଟୋରିଜ୍‌ ମାଧ୍ୟମରେ ଚାନ୍ଦି ଭଣ୍ଡାର ଉକ୍ତ ମୁହୂର୍ତ୍ତକୁ ପାଳନ କରୁଛି,ଯାହାକି ବିବାହକୁ ପରିଭାଷିତ କରିଥାଏ। ଏହି ଅବସରରେ ଷ୍ଟୋର ପକ୍ଷରୁ ରୁପା ଗହଣା ଏବଂ ଆର୍ଟିଫାକ୍ଟର ଅନନ୍ୟ କଲେକ୍ସନ ଉପଲବ୍ଧ ରହିଛି।
ଏ ସମ୍ପର୍କରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଥିଲେ, ଆମର ସମସ୍ତ ଗହଣା ନିଜ ନିଜ କାଳଜୟୀ ଡିଜାଇନ ସହ ପ୍ରତି ବିବାହର ପ୍ରେମ, ପରମ୍ପରା ଏବଂ ସୌନ୍ଦର୍ଯ୍ୟକୁ ପ୍ରତିଫଳିତ କରିଥାଏ। ଏପରିକି ପିଢ଼ି ପରେ ପିଢି ସ୍ମୃତି ସାଇତି ରଖିବା ପାଇଁ ଆମ ଗହଣା ସର୍ବୋକୃଷ୍ଟ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।
ସେହିଭଳି ଚଳିତ ବିବାହ ଋତୁକୁ ପାଳନ କରିବାକୁ ଯାଇ ଚାନ୍ଦି ଭଣ୍ଡାର ଏକ ସୀମିତ ସମୟ ଅଫରର ଶୁଭାରମ୍ଭ କରିଛି। ଏହି ଅଫର ୨୦୨୪ ନଭେମ୍ବର ୧୫ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ସମସ୍ତ ଚାନ୍ଦି ଭଣ୍ଡାର ଷ୍ଟୋରରେ ଉପଲବ୍ଧ। ଏପରିକି ଏହା ଜରିଆରେ ଗ୍ରାହକ ଆମର ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଗହଣା ଏବଂ କଳାକୃତିର ଗଢ଼ା ମଜୁରିରେ ୩୦% ପର୍ଯ୍ୟନ୍ତ ରିହାତି ପାଇପାରିବେ।
ଏହି ଅଭିଯାନ ସହିତ ଆମେ ସେହି ସଂଯୋଗ ଏବଂ ପ୍ରକୃତ ଦମ୍ପତିଙ୍କ ପ୍ରାମାଣିକ ସୌନ୍ଦର୍ଯ୍ୟକୁ ପାଳନ କରିବାକୁ ଲକ୍ଷ୍ୟ ରଖିଛୁ। ଏହା ମାଧ୍ୟମରେ ପ୍ରକୃତ ଉଦ୍ଦେଶ୍ୟ ହେଉଛି, ଚାନ୍ଦି ଭଣ୍ଡାରକୁ ନିଜ ଅର୍ଥପୂର୍ଣ୍ଣ ସେଲିବ୍ରେଶନରେ ସାମିଲ କରିଥିବା ବହୁ ମୂଲ୍ୟବାନ୍‌ ଗ୍ରାହକଙ୍କୁ କୃତଜ୍ଞତା ଜଣାଇବା। ଆମ ଅଳଙ୍କାର ଶୋଭାଠାରୁ ଅଧିକ-ଏହା ପରମ୍ପରାର ଏକ ଅଂଶ, ପ୍ରେମର ଅଭିବ୍ୟକ୍ତି ଏବଂ ଆମ ଗ୍ରାହକଙ୍କ ବିବାହ କାହାଣୀର ଏକ ଅଂଶ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri