ମୁମ୍ବାଇ,୧୬।୧୧ (ଅଭୟ ଦାଶ): ରିଲାଏନ୍ସ ରିଟେଲର ବିୟୁଟି ରିଟେଲ ଚେନ ତଥା ପ୍ରିମିୟମ ବ୍ରାଣ୍ଡ ‘ଟିରା’ର ଏକ୍ସକ୍ଲୁସିଭ ଆଉଟଲେଟ ମୁମ୍ବାଇର ଜିଓ ୱାଲର୍ଡ ପ୍ଲାଜାଠାରେ ଉଦ୍ଘାଟିତ ହୋଇଯାଇଛି। ଏପରି କି ଏହାର ବିଳାସପୂର୍ଣ୍ଣ ଫ୍ଲାଗଶିପ୍ ଷ୍ଟୋର୍ରେ ବ୍ରାଣ୍ଡର ନୂତନ କଲେକ୍ସନଗୁଡ଼ିକୁ ମଧ୍ୟ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ଉଲ୍ଲେଖଯୋଗ୍ୟ, ୬୨୦୦ ବର୍ଗଫୁଟ ପରିମିତ ସ୍ଥାନରେ ପ୍ରତିଷ୍ଠିତ ବିଶ୍ୱସ୍ତରୀୟ ବ୍ରାଣ୍ଡଗୁଡ଼ିକର ୧୫ ଟି ଶପ-ଇନ-ଶପ ବୁଟିକ୍ ରହିଛି। ଏହି ଷ୍ଟୋରରେ ବିଳାସପୂର୍ଣ୍ଣ ସ୍କିନ୍ କେୟାର ବ୍ରାଣ୍ଡ ଅଗଷ୍ଟିନସ୍ ବେଡର୍ ମଧ୍ୟ ସାମିଲ ରହିଛି, ଯାହା କେବଳ ଟିରା ଷ୍ଟୋରର ଉପଲବ୍ଧ।
ଏ ସମ୍ପର୍କରେ ରିଲାଏନ୍ସ ରିଟେଲ୍ ଭେଞ୍ଚର୍ସ ଲିମିଟେଡ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଇଶା ଅମ୍ବାନୀ କହିଛନ୍ତି, ଭାରତରେ ସୌନ୍ଦର୍ଯ୍ୟ ଏବଂ ବିଳାସକୁ ‘ଟିରା’ ବ୍ରାଣ୍ଡ ପୁନଃ ପରିଭାଷିତ କରୁଛି, ବିଶ୍ୱସ୍ତରୀୟ ବ୍ରାଣ୍ଡ ଏବଂ ସିଗନେଚର ସେବା ସହିତ ଏହା ଏକ ଭିନ୍ନ ଅନୁଭୂତି ପ୍ରଦାନ କରିବ। ସେହିଭଳି ଜିଓ ୱାଲର୍ଡ ପ୍ଲାଜାରେ ଆମର ଟିରା ଫ୍ଲାଗଶିପ୍ ଷ୍ଟୋର୍ ପ୍ରେରିତ କରିବା, ସମସ୍ତଙ୍କୁ ଏକାଠି କରିବା ଏବଂ ପରିବର୍ତ୍ତନ ଆଣିବା ପାଇଁ ବେଶ୍ ଯନତ୍ର ସହିତ ଏବଂ ସୁନ୍ଦର ଭାବେ ପରିକଳ୍ପିତ ହୋଇଛି। ଏପରି କି ବିଳାସପୂର୍ଣ୍ଣ ସୌନ୍ଦର୍ଯ୍ୟର ଏହି ଅସାଧାରଣ ଯାତ୍ରାରେ ଗ୍ରାହକମାନଙ୍କୁ ସାମିଲ କରିବାକୁ ଆମେ ପ୍ରସ୍ତୁତ ରହିଛୁ। ସେହିପରି ସୁଗନ୍ଧପ୍ରେମୀମାନଙ୍କ ପାଇଁ ଏହି ଷ୍ଟୋରରେ ଏକ ସ୍ବତନ୍ତ୍ର ସେଣ୍ଟ ରୁମ୍ ପ୍ରସ୍ତୁତ କରାଯାଇଛି। ଏହାକୁ ଏପରି ଭାବେ ଡିଜାଇନ୍ କରାଯାଇଛି, ସୁଗନ୍ଧଗୁଡ଼ିକ ବାୟୁରେ ଭାସମାନ ରହିଥାଏ। ସେଣ୍ଟ ବା ସୁଗନ୍ଧର ଅନ୍ତର୍ଜାତୀୟ ବ୍ରାଣ୍ଡ ଏବଂ ସୀମିତ-ସଂସ୍କରଣ ସଂଗ୍ରହ ମଧ୍ୟ ଏଠାରେ ଉପଲବ୍ଧ ହେବ। ବିଳାସପୂର୍ଣ୍ଣ ସୌନ୍ଦର୍ଯ୍ୟ ରିଟେଲ ବ୍ୟବସାୟରେ ପ୍ରଥମ ଥର ପାଇଁ ଟିରା ପକ୍ଷରୁ ଟିରା ବିୟୁଟି ସୁଟ୍ରେ ସ୍ବତନ୍ତ୍ର ଇନ-ଷ୍ଟୋର ସ୍କିନ୍ କେୟାର ସେବା ଆରମ୍ଭ କରିଛି। ଟିରାର ସିଗ୍ନେଚର ଟ୍ରିଟ୍ମେଣ୍ଟରେ ସିଗ୍ନେଚର-ଗ୍ଲୋ, ୟୁଥ୍ ଏଲିକ୍ସିର୍ ଏବଂ ଆକ୍ୱା ଇନ୍ଫ୍ୟୁଜନ୍ ଫେସିଆଲ ବ୍ୟତୀତ ଅଗଷ୍ଟିନସ୍-ବେଡର୍ ସିଗ୍ନେଚର ଫେସିଆଲ ବିଶେଷ ଭାବେ ସାମିଲ କରାଯାଇଛି।
୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ: ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା
ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...
ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…
ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...
ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା
ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...
ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍ଲାଇଫ୍ ମ୍ୟୁଚୁଆଲ ଫଣ୍ଡ୍ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା
କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...
ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ
ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...
ଏଇ ଭାରତରେ
ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...
ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର
ଖଜୁରୀପଡ଼ା,୮ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର...
ଏକ ପରିବେଶୀୟ ଆହ୍ୱାନ
ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...
Archives


