ବିଷାକ୍ତ ମୂର୍ତ୍ତି ରଙ୍ଗ

ସଂପ୍ରତି ମୂର୍ତ୍ତି କାରିଗରିରେ କେବଳ ବିଷାକ୍ତ ରଙ୍ଗ ନୁହେଁ, ମୂର୍ତ୍ତି ତିଆରି, ପ୍ରସ୍ତୁତିରେ ବ୍ୟାପକ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବ୍ୟବହାର ହେଉଛି। ଏହା ଆମ ସମସ୍ତଙ୍କ ପାଇଁ ଘାତକ। ଖୁଦୁରୁକୁଣୀ, ଗଣେଶ ପୂଜା, ବିଶ୍ୱକର୍ମା ପୂଜା, ସରସ୍ବତୀ ପୂଜା, ଦଶହରା, ଦୀପାବଳି ପଛକୁ ପଛ ବାଲିଯାତ୍ରାରେ ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି ହୋଇଥାଏ। ଆଉ ଏହି ମୂର୍ତ୍ତିରେ ବ୍ୟବହାର କରାଯାଉଥିବା ରାସାୟନିକ ରଙ୍ଗ ବ୍ୟାପକ ଜଳସମ୍ପଦକୁ ପ୍ରଦୂଷିତ କରିବା ସହ ଏହାର ପ୍ରତ୍ୟକ୍ଷ ବା ପରୋକ୍ଷରେ ଆସୁଥିବା ବ୍ୟକ୍ତିବିଶେଷଙ୍କ ଚର୍ମ ଓ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ସଂକ୍ରମିତ କରି ରୋଗାକ୍ରାନ୍ତର ସମ୍ଭାବନା ଦେଖାଯାଇଥାଏ। ଦୁଃଖର କଥା ହେଉଛି ଆମେ ସମସ୍ତେ ଏହାକୁ ଜାଣି ବି ବ୍ୟାପକ ଭାବରେ ସଚେତନ ନ ହେବାରୁ ଏହାକୁ ନେଇ ଚାରିଆଡ଼େ ଏକପ୍ରକାର ନୀରବତାର ହୋହଲ୍ଲା!! ସାଧାରଣତଃ ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରିରେ ବିଭିନ୍ନ ରାସାୟନିକ ରଙ୍ଗ ବ୍ୟବହାର କରାଯାଇଥାଏ। ଏହା ଉଦ୍‌ବେଗଜନକ ସମସ୍ୟା ସୃଷ୍ଟି କରୁଥିବା ଶିଳ୍ପୀମାନେ ବୁଝୁଥିଲେ ବି ପେଟପାଟଣାକୁ ନେଇ ସେମାନେ ବି ନାଚାର। ଦ୍ୱିତୀୟ କଥା ଏହି ବ୍ୟବହୃତ ରଙ୍ଗରେ ମାଗ୍ନେସିୟମ୍‌, ମୋଲିବଡେନମ୍‌ ଏବଂ ସିଲିକନ୍‌ ଭଳି ଭାଗ ରହୁଛି, ଯାହା ନଦୀ, ପୋଖରୀରେ ମିଶି ଜଳକୁ ପ୍ରଦୂଷିତ କରୁଛି। ମାଗ୍ନେସିୟମ୍‌ ଜଳର ଶୁଦ୍ଧତାରେ ପ୍ରଭାବ ପକାଉଥିବା ବେଳେ ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ପାଣିରେ ଲୁଣି ପରିମାଣ ବୃଦ୍ଧି କରିଥାଏ। ରଙ୍ଗରେ ମର୍କ୍ୟୁରି’ ରାସାୟନିକ ଭାଗ ରହିଲେ ଏହା ଅନେକ ଅଜଣା ରୋଗକୁ ଡାକିଆଣିଥାଏ। ଯାହା ଜାପାନରେ ଅନେକ ଲୋକଙ୍କ ମୃତ୍ୟୁର କାରଣ ପାଲଟିଥିଲା। ଜାପାନର ‘ମିନମାତା’ ଅଞ୍ଚଳରେ ପାଣିରେ କୌଣସି କାରଣରୁ ମର୍କ୍ୟୁରି ଭାଗ ରହିଯାଇଥିବାରୁ ଏଭଳି ଅଘଟଣ ଘଟିଥିଲା। ସେହିପରି ଉକ୍ତ ରାସାୟନିକ ରଙ୍ଗ ମାଛ ତଥା ଜଳଜୀବଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ରଙ୍ଗରେ ରହୁଥିବା ଆର୍ସେନିକ୍‌ ଏବଂ ଲିଡ୍‌ ଭଳି ରାସାୟନିକ ପଦାର୍ଥ ବିପଦର କାରଣ ହୋଇପାରେ। ସୂଚନାଯୋଗ୍ୟ, ଅହମ୍ମଦାବାଦରେ ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ବ୍ୟବହୃତ ମୂର୍ର୍ତ୍ତିି ଉପରେ କଟକଣା ଲଗାଯାଇଥିବାବେଳେ ଓଡ଼ିଶାରେ ଏହା ଉପରେ ଲଗାମ ନାହିଁ। ମୂର୍ତ୍ତି କାରିଗରମାନେ ସେମାନଙ୍କ ମନମୁତାବକ ନିଜ ଲାଭକୁ ଦେଖି ଶସ୍ତା ଓ ନିମ୍ନମାନର ରଙ୍ଗ ବ୍ୟବହାର କରୁଛନ୍ତି। କିନ୍ତୁ ଦିନ ଥିଲା, ମୂର୍ତ୍ତି ତିଆରିରେ ପ୍ରାଚୀନ ପଦ୍ଧତିର ପ୍ରାକୃତିକ ରଙ୍ଗର ବହୁଳ ବ୍ୟବହାର କରାଯାଉଥିଲା। ଗାଁ ଗଣ୍ଡାର କଇଁଆ ଅଠା, ବିଭିନ୍ନ ପ୍ରକାର ବଣଜ ଓ ଗ୍ରାମ୍ୟ ଅଞ୍ଚଳର ଫୁଲ, ଶଙ୍ଖଚୂନ, ଶିଠା ଫଳ ଆଦି ବ୍ୟବହାର କରାଯାଉଥିଲା। କିନ୍ତୁ ବର୍ତ୍ତମାନ ପ୍ରଥମତଃ ସେହି ଜିନିଷଗୁଡ଼ିକ ଆଉ ବଜାରରେ ଉପଲବ୍ଧ ହେଉନି।
ସବୁଜ ବିପ୍ଳବ ନାମରେ ବର୍ତ୍ତମାନ ପ୍ରଗତି ପଥରେ ସମସ୍ତେ ଆଗେଇ ଚାଲିଥିଲେ ବି ବାସ୍ତବରେ କିନ୍ତୁ ‘ଗୋଦରା କୋଡ଼େ ଯେତେ ମାଡ଼େ ସେତେ’ ନ୍ୟାୟରେ ଏହି ପ୍ରଦୂଷଣକୁ କେହି ଗୁରୁତ୍ୱ ଦେଉନାହାନ୍ତି। ଜଳ ଆମ ଜୀବନର ପ୍ରମୁଖ ଉତ୍ସ ହୋଇଥିବା ବେଳେ ଏହାର ସୁରକ୍ଷା ଦାୟିତ୍ୱ ।
ରାଜ୍ୟର ଅନେକ ସ୍ଥାନରେ ନଦୀନାଳ ଜଳକୁ ଲୋକମାନେ ନିଜର ନିତ୍ୟବ୍ୟବହାର୍ଯ୍ୟ କାର୍ଯ୍ୟଠାରୁ ଜୀବନରକ୍ଷକ ପିଇବା ପାଣି, ଗାଈଗୋରୁ ମଧ୍ୟ ବ୍ୟବହାର କରିଥାନ୍ତି। ସେମାନେ ସିଧାସଳଖ ପ୍ରତ୍ୟକ୍ଷ ଭାବେ ଏହାର ସଂସ୍ପର୍ଶରେ ଆସି ରୋଗାକ୍ରାନ୍ତ ହୋଇଥାନ୍ତି। କେବଳ ସେତିକି ନୁହେଁ, ଚାଷକ୍ଷେତକୁ ଏହି ରାସାୟନିକ ରଙ୍ଗର ପାଣି ଅନେକାଂଶରେ ପ୍ରଭାବିତ କରିଥାଏ। ଏହାଦ୍ୱାରା ଚାଷବାସ ମଧ୍ୟ ପ୍ରଭାବିତ ହୋଇଥାଏ ବୋଲି କୃଷିବିଜ୍ଞାନୀମାନେ ମତ ଦିଅନ୍ତି। ଏସବୁ ଜାଣି ମଧ୍ୟ ଆମ୍ଭେମାନେ ରାସାୟନିକ ପ୍ରଦୂଷଣକୁ ନେଇ ସାମାନ୍ୟତମ ଚିନ୍ତା କରୁନାହୁଁ। ଆଉ ଗୋଟିଏ କଥା ହେଉଛି ଯେଉଁ ମୂର୍ତ୍ତି କାରିଗରମାନେ ସ୍ପ୍ରେ ଦ୍ୱାରା ଏହି ଭୟାନକ ରାସାୟନିକ ରଙ୍ଗ ମୂର୍ତ୍ତିରେ ଦେଇଥାନ୍ତି, ସେମାନେ ଏହାର ପାର୍ଶ୍ୱପ୍ରତିକ୍ରିୟାର ସମ୍ମୁଖୀନ ହୋଇ ସେମାନଙ୍କ ଚର୍ମରେ ଏକପ୍ରକାର ବିକିରଣର ପ୍ରଭାବ ପକାଇଥାଏ। ମୂର୍ତ୍ତି ବିସର୍ଜନ ବେଳେ ଯେଉଁପ୍ରକାର ପ୍ରଦୂଷଣ ହେଉଛି ଓ ମୂର୍ତ୍ତିରେ ବ୍ୟବହୃତ ରଙ୍ଗର ମାନକୁ ନେଇ ଅନେକ ସମୟରେ ମାନ୍ୟବର ଅଦାଲତ ନିର୍ଦ୍ଦେଶାବଳୀ ଦେଉଥିଲେ ବି ଏହାକୁ କେହି ଖାତିର କରୁନାହାନ୍ତି।
ଗୋତରା, ମାହାଙ୍ଗା, କଟକ
ମୋ:୯୪୩୭୧୪୨୭୧୭


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri