ପାର୍ବଣରେ ୫୦ ହଜାର କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୫।୧୦ (ଅନୁରାଧା ମହାରଣା): ନବରାତ୍ରିରେ ରାମଲୀଲା ଗରବା ଏବଂ ଦାଣ୍ଡିଆ ଉସତ୍ବ ପ୍ରତିବର୍ଷ ସାରା ଦେଶରେ ୧୦ ଦିନ ପାଳନ କରାଯାଉଥିବାବେଳେ ଦେଶରେ ବ୍ୟବସାୟିକ କ୍ଷେତ୍ରରେ ଏକ ବଡ଼ ଉତ୍ସାହ ଦେଖିବାକୁ ମିଳିଛି। କନ୍‌ଫେଡେରେଶନ ଅଫ୍‌ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି)ର ଏକ ଆକଳନ ଅନୁଯାୟୀ ଆସନ୍ତା ୧୦ ଦିନ ମଧ୍ୟରେ ସାରା ଦେଶରେ ୫୦ ହଜାର କୋଟିରୁ ଅଧିକ ମୂଲ୍ୟର ବ୍ୟବସାୟ ହେବା ସମ୍ଭାବନା ରହିଛି। କେବଳ ଦିଲ୍ଲୀରେ ୮ ହଜାର କୋଟିରୁ ଅଧିକ ବ୍ୟବସାୟ ହୋଇପାରେ। ସିଏଆଇଟିର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି, ବର୍ତ୍ତମାନ ଚାଇନା ନିର୍ମିତ ସାମଗ୍ରୀର ଚାହିଦା କମିଥିବାବେଳେ ଉତ୍ସବ ସମୟରେ ସ୍ବଦେଶୀ ଦ୍ରବ୍ୟ କ୍ରୟ ପ୍ରତି ଲୋକମାନେ ଗୁରୁତ୍ୱ ଦେଉଛନ୍ତି। ସମଗ୍ର ଦେଶରେ ନବରାତ୍ରି ତଥା ଦଶହରା ଅବସରରେ ୧ ଲକ୍ଷରୁ ଅଧିକ ଛୋଟ ଏବଂ ବଡ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ଲକ୍ଷ ଲକ୍ଷ ଲୋକ ରୋଜଗାର ପାଆନ୍ତ। ନବରାତ୍ରି ପଛକୁ ବିଜୟାଦଶମୀ, କରଓ୍ବାଚୌଥ୍‌, ଧନତେରାସ୍‌, ଦୀପାବଳି, ଭାଇ ଦୂଜ, ଛଟ୍‌ ପୂଜା ଏବଂ ତୁଳସୀ ବିବାହ ଆଦି ପର୍ବ ପାଳନ କରାଯିବ। ଦିଲ୍ଲୀରେ ୧ ହଜାରରୁ ଅଧିକ ଛୋଟ ଏବଂ ବଡ଼ ରାମଲୀଳା ସଙ୍ଗଠିତ ହୋଇଥିବାବେଳେ ପଶ୍ଚିମବଙ୍ଗ, ଓଡ଼ିଶା ଆଦି ରାଜ୍ୟରେ ଶହ ଶହ ଦୁର୍ଗାପୂଜା ତୋରଣ ପ୍ରସ୍ତୁତ କରାଯାଉଛି। ଗୁଜରାଟ, ଦିଲ୍ଲୀ ସମେତ ସାରା ଦେଶରେ ଦାଣ୍ଡିଆ ଏବଂ ଗରବା କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ପାର୍ବଣ ଋତୁରେ ବିଶେଷକରି ସରାରା, ଲେହେଙ୍ଗା ଏବଂ କୁର୍ତ୍ତା ଭଳି ପାରମ୍ପରିକ ପୋଷାକର ଚାହିଦା ଯଥେଷ୍ଟ ବୃଦ୍ଧି ପାଇଥାଏ। ପୂଜା ଏବଂ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ନୂତନ ପୋଷାକ କିଣିବା କାରଣରୁ ପୋଷାକ ବ୍ୟବସାୟରେ ବୃଦ୍ଧି ଘଟିଥାଏ। ଫଳ, ଫୁଲ, ନଡ଼ିଆ, ଚୂନରୀ, ଦୀପ, ଧୂପକାଠି ଆଦି ପୂଜା ସାମଗ୍ରୀ ବିକ୍ରି ମଧ୍ୟ ବଢ଼ିଥାଏ। ଏହାସହ ଖାଦ୍ୟ ଏବଂ ମିଠା ବିଶେଷକରି ହାଲୱା, ଲଡୁ, ବର୍‌ଫି, ସନ୍ଦେଶ, ରସଗୋଲା ସୋନପାପଡ଼ି ବିକ୍ରି ମଧ୍ୟ ବୃଦ୍ଧି ପାଇଥାଏ। ଫଳ ଏବଂ ଫୁଲର ଚାହିଦା ମଧ୍ୟ ରହିଥାଏ। ପର୍ବପର୍ବାଣିରେ ଘର ଏବଂ ପୂଜାମଣ୍ଡପ ସଜାଇବା ପାଇଁ ଦୀପ ଏବଂ ଆଲୋକମାଳା ଭଳି ସାଜସଜ୍ଜା ସାମଗ୍ରୀର ଆବଶ୍ୟକତା ବ୍ୟବସାୟ ବୃଦ୍ଧିରେ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri