Posted inଜାତୀୟ

ଆମେରିକାରେ ବଡ଼ ଘୋଷଣା କଲେ ରାହୁଲ, କଂଗ୍ରେସ ସରକାର ଆସିଲେ ମିଳିବ…

ନୂଆଦିଲ୍ଲୀ,୧୧।୯: ଆମେରିକୀୟ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂରକ୍ଷଣ ସମ୍ପର୍କ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ସେ ସଂରକ୍ଷଣ ବିରୋଧରେ ନାହାନ୍ତି ଏବଂ କଂଗ୍ରେସ ପାର୍ଟି ଏହାକୁ ୫୦ ପ୍ରତିଶତକୁ ନେବାକୁ ଲକ୍ଷ୍ୟ ରଖିଛି।
ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ ରାହୁଲ ଲେଖିଛନ୍ତି, ଆମେ ସଂରକ୍ଷଣକୁ ୫୦% ସୀମା ଅତିକ୍ରମ କରିବୁ।

ବାସ୍ତବରେ ରାହୁଲ ଗାନ୍ଧୀ ଆମେରିକା ଗସ୍ତ ସମୟରେ ମଙ୍ଗଳବାର ଜର୍ଜେଟାଉନ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ସହ କଥା ହୋଇଥିଲେ। ଏହି ସମୟରେ ତାଙ୍କୁ ପଚରାଯାଇଥିଲା ଯେ ଭାରତରେ ସଂରକ୍ଷଣ କେତେ ଦିନ ଜାରି ରହିବ? ଏହା ଉପରେ ରାହୁଲ ଗାନ୍ଧୀ କହିଛନ୍ତି, କଂଗ୍ରେସ ସଂରକ୍ଷଣ ସମାପ୍ତ କରିବାକୁ ସେବେ ଚିନ୍ତା କରିବ ଯେବେ ଠିକ୍‌ ସମୟ ଆସିବ। ଯାହା ବର୍ତ୍ତମାନ ନୁହେଁ। ରାହୁଲ କହିଛନ୍ତି, ଯେତେବେଳେ ତୁମେ ଆର୍ଥିକ ତଥ୍ୟକୁ ଦେଖିବ, ଆଦିବାସୀମାନେ ୧୦୦ଟଙ୍କାରୁ ୧୦ପଇସା ପାଆନ୍ତି, ଦଳିତମାନେ ୧୦୦ରୁ ୫ ଟଙ୍କା ଏବଂ ଓବିସି ମଧ୍ୟ ପ୍ରାୟ ସମାନ ଟଙ୍କା ପାଇଥାନ୍ତି। ବାସ୍ତବତା ହେଉଛି ସେମାନେ ଅଂଶଗ୍ରହଣ କରୁନାହାଁନ୍ତି । ଭାରତର ପ୍ରତ୍ୟେକ ବିଜ୍‌ନେସ ଲିଡରଙ୍କ ତାଲିକା ଦେଖନ୍ତୁ। ମୋତେ ଆଦିବାସୀ ଏବଂ ଦଳିତଙ୍କ ନାମ ଦେଖାନ୍ତୁ । ମୋତେ ର ନାମ ଦେଖାନ୍ତୁ । ମୁଁ ଭାବୁଛି ଶ୍ରେଷ୍ଠ ୨୦୦ ମଧ୍ୟରୁ ଓବିସି ହେଉଛି ଗୋଟିଏ । ସେମାନେ ଭାରତର ୫୦ ପ୍ରତିଶତ, କିନ୍ତୁ ଆମେ ଏହି ରୋଗକୁ ଭଲ କରିବାକୁ ଚାହୁଁନାହୁଁ। ତଥାପି, ସଂରକ୍ଷଣ ଏକମାତ୍ର ମାଧ୍ୟମ ନୁହେଁ । ଅନ୍ୟାନ୍ୟ ଉପାୟ ମଧ୍ୟ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri