ଗ୍ରାସୀମ କମ୍ପାନୀ ସମ୍ମୁଖରେ ଶ୍ରମିକଙ୍କ ଧାରଣା

ଗଞ୍ଜାମ,୨୧ା୮(ଡି.ଏନ.ଏ.): ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀର ପିଛା ଛାଡୁନି ସମସ୍ୟା। କେତେବେଳେ ବିଭିନ୍ନ ଦାବିନେଇ ଠିକା ଶ୍ରମିକଙ୍କ ଧାରଣା ତ ଆଉ କେତେବେଳେ ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ଯୁବକ ନିଯୁକ୍ତି ଦାବିରେ ଆନ୍ଦୋଳନ କରୁଛନ୍ତି। ବର୍ତ୍ତମାନ କମ୍ପାନୀ ସମ୍ମୁଖରେ ଧାରଣା ଦେଇଛନ୍ତି କାର୍ଯ୍ୟରତ ଶ୍ରମିକ। କମ୍ପାନୀର ମନମୁଖୀ ଶାସନ ପ୍ରତିବାଦରେ ମଙ୍ଗଳବାର ଅପରାହ୍ନ ୪ଟାରୁ କମ୍ପାନୀ ଆଡ୍‌ମିନିଷ୍ଟ୍ରେଟ ବିଲ୍ଡିଂ ସମ୍ମୁଖରେ ଏହି ଧାରଣା ଚାଲିଛି। ଶ୍ରମିକମାନଙ୍କ ଧାରଣା ଯୋଗୁ ଷ୍ଟାଫ ଡ୍ୟୁଟି ସରିବାପରେ ବି ଭୟରେ ବାହାରକୁ ଯାଇପାରି ନ ଥିଲେ। ରାତି ପ୍ରାୟ ୧୧ଟାରେ କମ୍ପାନୀରୁ ବାହାରି କ୍ବାର୍ଟରକୁ ଯାଇଥିଲେ। କୌଣସି ସମାଧାନ ନ ହେବାରୁ ପୁଣି କାର୍ଯ୍ୟରତ ଶ୍ରମିକ ତଥା ଜୟଶ୍ରୀ ବିଜୁ ଶ୍ରମିକ ସାମ୍ମୁଖ୍ୟ ସଙ୍ଗଠନ ବୁଧବାର ସକାଳୁ ଧାରଣା ଦେଇଛନ୍ତି। ୫୦ ବର୍ଷ ପୂର୍ବରୁ ହୋଇଥିବା ଚୁକ୍ତିକୁ କମ୍ପାନୀ ଅବମାନନା କରୁଥିବା ଉକ୍ତ ଶ୍ରମିକ ସଂଗଠନ ଅଭିଯୋଗ କରିଛି। ପୂର୍ବଚୁକ୍ତି ଅନୁଯାୟୀ ସିନିୟର ଶ୍ରମିକଙ୍କୁ କମ୍ପାନୀ ପ୍ରମୋଶନ ଦେବା ପ୍ରତିବଦଳରେ (ରେକୋଗନାଇଜ୍‌ ୟୁନିଅନ) ସ୍ବୀକୃତିପ୍ରାପ୍ତ ୟୁନିୟନ ଚାପରେ ଜୁନିୟର ଶ୍ରମିକମାନଙ୍କୁ ପ୍ରମୋଶନ ଦେଉଛି ବୋଲି ବିଜୁ ଶ୍ରମିକ ସାମ୍ମୁଖ୍ୟ ସଂଗଠନ ସମ୍ପାଦକ ଅର୍ଜୁନ କୁମାର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିସହିତ କମ୍ପାନୀରେ ଖାଲି ଥିବା ପଦବୀ ନିମନ୍ତେ ଠିକା ଭିତ୍ତିରେ ନିଯୁକ୍ତି ଦେଉଥିବା ସେ କହିଛନ୍ତି। ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିଙ୍କୁ ନିଯୁକ୍ତି ନ ଦେଇ ରାଜ୍ୟ ବାହାରୁ ଶ୍ରମିକ ଆଣି କମ୍ପାନୀରେ ନିୟୋଜିତ କରାଯାଉଛି ବୋଲି ସଂଘ ଅଭିଯୋଗ କରିଛି। ଏ ସମ୍ପର୍କରେ ସ୍ବୀକୃତିପ୍ରାପ୍ତ ୟୁନିଅନ ବା ଜୟଶ୍ରୀ କେମିକାଲ ଏମ୍ପ୍ଲୋଇଜ୍‌ ୟୁନିୟନ ସମ୍ପାଦକ ରଞ୍ଜିତ କୁମାର ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି। ପୁଣି କମ୍ପାନୀ ଲୋକ ସମ୍ପର୍କ ସୂଚନା ଅଧିକାରୀ ରବୀନ୍ଦ୍ର କୁମାର ମାହାନ୍ତିଙ୍କୁ ପଚାରିବାରେ ଶ୍ରମିକମାନଙ୍କ ଦାବି ସମ୍ପର୍କରେ ଆଲୋଚନା ଚାଲିଥିବା ସେ ସୂଚନା ଦେଇଛନ୍ତି। ଧାରଣାରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ସଙ୍ଗଠନ ସଭାପତି ଶଙ୍କର ଦାସ, ସହ ସମ୍ପାଦକ କୃଷ୍ଣ ପଲାଇ, ପଙ୍କଜ ଗୌଡ଼, ଲୋକନାଥ ମୁଦୁଲି, ବାସୁଦେବ ରେଡ୍ଡୀ, ଟୁକୁନା ବାରିକି, ନାରାୟଣ ଗୌଡ଼, ବିଜୟ ପଲାଇଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ବିଜେଡ଼ି ପ୍ରତିଷ୍ଠା ଦିବସରେ ଆଗାମୀ ପଞ୍ଚାୟତ-ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନେତା

ପାଟଣା,୨୬।୧୨,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜୁ ଜନତା ଦଳ (ବିଜେଡି)ର ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ୨୯ତମ ପ୍ରତିଷ୍ଠା ଦିବସ ସାହାରପଡ଼ା ବ୍ଲକ ମୁଖ୍ୟାଳୟ...

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri