ରତ୍ନଭଣ୍ଡାରରୁ ପୁରୁଣା ସିନ୍ଦୁକ, ଆଲମିରା ସ୍ଥାନାନ୍ତର: ରତ୍ନଭଣ୍ଡାରର ଗୁପ୍ତ ସୁଡ଼ଙ୍ଗକୁ ନେଇ ବଡ଼ ବୟାନ ଦେଲେ ଜଷ୍ଟିସ ରଥ

ପୁରୀ,୨୪ା୮(ଅଜିତ୍‌ କୁମାର ମହାନ୍ତି): ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ବା ଏସ୍‌ଓପି ଅନୁଯାୟୀ ଶୁକ୍ରବାର ଶ୍ରୀମନ୍ଦିର ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ପୁରୁଣା ସିନ୍ଦୁକ ଓ ଆଲମିରାକୁ ସ୍ଥାନାନ୍ତର କରାଯାଇଛି। ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ଏହି ସ୍ଥାନାନ୍ତର ପ୍ରକ୍ରିୟା ଚାଲିଥିଲା। ବାହାର ରତ୍ନଭଣ୍ଡାରରୁ ୨ଟି ଆଲମିରା ଓ ଗୋଟିଏ ଲୁହା ସିନ୍ଦୁକ ଏବଂ ଭିତର ଭଣ୍ଡାରରୁ ୨ଟି କାଠ ଆଲମିରା ଓ ୩ଟି ଲୁହା ସିନ୍ଦୁକକୁ ନୀଳାଦ୍ରିବିହାର ମ୍ୟୁଜିୟମ୍‌ ନିକଟ ଅସ୍ଥାୟୀ ଭଣ୍ଡାରଘରକୁ ସ୍ଥାନାନ୍ତର କରାଯାଇଛି। ତେବେ ବାହାର ରତ୍ନଭଣ୍ଡାରରୁ ଲୁହା ସିନ୍ଦୁକ ନ ଆସିପାରିବାରୁ କାଠ କବାଟ କଟାଯାଇଛି। ଉଭୟ ଭଣ୍ଡାରର ସିନ୍ଦୁକ, ଆଲମିରାକୁ ଅଲଗା ଗୃହରେ ନମ୍ବରିଂ କରାଯାଇ ରଖାଯାଇଛି। ସ୍ଥାନାନ୍ତର ପ୍ରକ୍ରିୟା ସରିଥିବାବେଳେ ଖୁବ୍‌ଶୀଘ୍ର ଭିତର ରତ୍ନଭଣ୍ଡାରକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି। ସ୍ଥାନାନ୍ତର ପ୍ରକ୍ରିୟା ସମୟରେ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ, ଅପରାହ୍ନ ୧ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିଲା। ସ୍ଥାନାନ୍ତର କାର୍ଯ୍ୟ ସରିବା ପରେ ଅପରାହ୍ନ ୫ଟା ୩୦ରେ ପୁନର୍ବାର ଦର୍ଶନ ବ୍ୟବସ୍ଥା ସ୍ବାଭାବିକ ହୋଇଥିଲା।
ସୂଚନା ଅନୁଯାୟୀ, ଦୀର୍ଘବର୍ଷ ପରେ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଅଧିକୃତ ଟିମ୍‌ ଗତ ଜୁଲାଇ ୧୪ରେ ଶ୍ରୀମନ୍ଦିରରେ ପ୍ରବେଶ କରି ବାହାର ରତ୍ନଭଣ୍ଡାର ଖୋଲି ଅଳଙ୍କାରଗୁଡ଼ିକୁ ସ୍ଥାନାନ୍ତର କରିଥିଲା। ପରେ ଜୁଲାଇ ୧୮ରେ ଉକ୍ତ ଟିମ୍‌ ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର କରିଥିଲା। ତେବେ ଉଭୟ ରତ୍ନଭଣ୍ଡାରରେ ପୁରୁଣା ଆଲମିରା ଓ ସିନ୍ଦୁକ ପଡ଼ିରହିଥିଲା। ଆଗକୁ ରତ୍ନଭଣ୍ଡାରର ସ୍କାନିଂ ଓ ମରାମତି କାର୍ଯ୍ୟକ୍ରମ ଥିବାରୁ ସରକାରଙ୍କ ପକ୍ଷରୁ ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ନିମନ୍ତେ ଏସ୍‌ଓପି ଜାରି କରାଯାଇଥିଲା। ଏହି ଏସ୍‌ଓପି ମୁତାବକ ଶୁକ୍ରବାର ଅଧିକୃତ ଟିମ୍‌ ରତ୍ନଭଣ୍ଡାରକୁ ଯାଇ ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର କରିଛି। କୋଠ ସୁଆଁସିଆ ସେବକମାନେ କାନ୍ଧରେ ଐତିହ୍ୟ ସିନ୍ଦୁକ ଓ ଆଲମିରାଗୁଡ଼ିକୁ ବୋହି ନେଇ ପଶ୍ଚିମଦ୍ୱାର ନିକଟସ୍ଥ ନୀଳାଦ୍ରି ବିହାର ମ୍ୟୁଜିୟମ ପାଖ ଅସ୍ଥାୟୀ ଭଣ୍ଡାର ଘରେ ରଖିଥିଲେ। ମୋଟ ୪ଟି ଲୁହା ସିନ୍ଦୁକ ଓ ୪ଟି ଆଲମିରା ସ୍ଥାନାନ୍ତର କରାଯାଇଛି। ଶୃଙ୍ଖଳିତ ଭାବେ ସ୍ଥାନାନ୍ତର ପ୍ରକ୍ରିୟା ସରିଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମହାପ୍ରଭୁଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ ତଦାରଖ କମିଟିର ଅଧ୍ୟକ୍ଷଙ୍କ ସମେତ ସେବାୟତମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପାଢ଼ୀ କହିଛନ୍ତି, ପୂର୍ବରୁ ରତ୍ନଅଳଙ୍କାର ସ୍ଥାନାନ୍ତର ହୋଇଥିବାବେଳେ ଶୁକ୍ରବାର ଖାଲିପଡ଼ିଥିବା ପୁରୁଣା ସିନ୍ଦୁକ ଓ ଆଲମିରାକୁ ସ୍ଥାନାନ୍ତରିତ କରାଯାଇଛି। ଅପରାହ୍ନ ପ୍ରାୟ ୨ଟାରେ ପ୍ରାଧିକୃତ ୧୨ଜଣିଆ କମିଟି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ପ୍ରଥମେ ବାହାର ରତ୍ନଭଣ୍ଡାରରେ ଥିବା ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର କରାଯାଇଥିଲା। ଏହି ସମୟରେ ଲୁହା ସିନ୍ଦୁକ ବାହାର କରିବାରେ ସମସ୍ୟା ଦେଖାଯାଇଥିଲା। ଫଳରେ ବାହାର ରତ୍ନଭଣ୍ଡାରର କାଠ କବାଟକୁ କଟାଯାଇ ସିନ୍ଦୁକ ବାହାରକୁ କଢାଯାଇଥିଲା। ପରେ ଅନ୍ୟ ସିନ୍ଦୁକ ଓ ଆଲମିରା ବାହାରକୁ ଅଣାଯାଇଥିଲା। ସମସ୍ତ ଘଟଣା ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଭିଡିଓଗ୍ରାଫି କରାଯାଇଛି। ଭିତର ରତ୍ନଭଣ୍ଡାରକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ଯାଞ୍ଚ କରିବା ପାଇଁ ଏଏସ୍‌ଆଇ ଡିଜିଙ୍କୁ ଚିଠି ଲେଖାଯିବ। ଏଏସ୍‌ଆଇ ପକ୍ଷରୁ ଲେଜର ସ୍କାନିଂ ଏବଂ ଅନୁଧ୍ୟାନ ପରେ ମରାମତି କାର୍ଯ୍ୟ ହେବ। ଏହାପରେ ଅଳଙ୍କାରଗୁଡ଼ିକୁ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇ ଗଣତିମଣତି କରାଯିବ। ସାମଗ୍ରୀ ସ୍ଥାନାନ୍ତର ପରେ ଭିତର ରତ୍ନଭଣ୍ଡାରରେ ଚାବି ଦିଆଯାଇ ସିଲ୍‌ କରାଯାଇଛି। ଚାବି ଜିଲା ଟ୍ରେଜେରିରେ ରହିବ। ସେହିପରି ବାହାର ରତ୍ନଭଣ୍ଡାରର ୩ଟି ଚାବି ଅଛି। ଗୋଟିଏ ଚାବି ଭଣ୍ଡାର ମେକାପଙ୍କ ପାଖରେ, ଆଉ ଗୋଟିଏ ଗଜପତି ମହାରାଜ ଏବଂ ତୃ୍‌ତୀୟଟି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ରଖାଯାଇଛି। ଏପରିକି ଭଣ୍ଡାର ଘରୁ ଯେଉଁ ଧୂଳି ବାଲି ବାହାରିଛି ତାକୁ ମଧ୍ୟ ସୁରକ୍ଷିତ ଭାବେ ରଖାଯାଇଛି। ସେହିପରି ଆଲମିରା ଓ ସିନ୍ଦୁକଗୁଡ଼ିକରେ ତାଲା ପକାଯାଇଛି। ଆଗାମୀ ଦିନରେ କମିଟି ବସି ନିଷ୍ପତ୍ତି ନେବା ସହ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରାଯିବ। ସେହିପରି କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥ କହିଛନ୍ତି, ରତ୍ନଭଣ୍ଡାର ଖାଲି କରିବାର ଆବଶ୍ୟକତା ରହିଥିଲା। ଏବେ ମରାମତି ପାଇଁ ଏଏସ୍‌ଆଇକୁ ତୁରନ୍ତ ହସ୍ତାନ୍ତର କରାଯିବ। ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ କି ରାସ୍ତା ଥିବା ସେ ଦେଖିନାହାନ୍ତି। ସାପ, ଝିଟିପିଟି କି ଅନ୍ୟ କିଛି ସରୀସୃପ ସେ ଦେଖିବାକୁ ପାଇନାହାନ୍ତି। ମହାପ୍ରଭୁଙ୍କ କାର୍ଯ୍ୟ ନିମନ୍ତେ ସମସ୍ତେ ପ୍ରାର୍ଥନା କରିବା ସହ ଦୀପ ବସାନ୍ତୁ ବୋଲି ରଥ କହିଛନ୍ତି। ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ହେବା ପୂର୍ବରୁ ପ୍ରଥମେ ଓଡ୍ରାଫ ଟିମ୍‌, ମେଟାଲ ଡିଟେକ୍ଟର ମେଶିିନ୍‌ ଓ ଶେଷରେ ସ୍ନେକ୍‌ ହେଲପ୍‌ ଲାଇନ୍‌ ଟିମ୍‌ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ହାଡ଼ ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି: ତାପମାତ୍ରା ରହିଛି…

ଜି.ଉଦୟଗିରି ୯/୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠି ): ଜି ଉଦୟଗିରି ସମେତ ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଏକ ସପ୍ତାହ...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

ଧାନ କିଣାବିକାରେ ଅଚଳାବସ୍ଥା: ଧାନବସ୍ତା ସହିତ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ଅତାବିରା/ଗୋଡ଼ଭଗା,୯।୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାଶ)- ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ୧୨ଦିନରେ ପହଞ୍ଚିଛି। ହେଲେ...

ଶୋଇଥିଲେ ଘର ଲୋକ, ଫାଟିଲା ସିଲିଣ୍ଡର: ଆଉ ତା’ପରେ ଘଟିଲା…

ଦେବଗଡ,୯।୧୨(ଶଶାଙ୍କ ଶେଖର ଝାଙ୍କର)ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ସଦର ରେ ଗ୍ୟାସ ସିଲିଣ୍ଡର ଫାଟି ବ୍ୟାପକ କ୍ଷୟକ୍ଷତି, ଅଳ୍ପକେ ବର୍ତ୍ତିଲେ ପରିବାର। ଦେବଗଡ ଜିଲା ବାରକୋଟ...

ଜନ୍ମଦିନରେ ଚାଷୀନେତାଙ୍କୁ ସଂଘବଦ୍ଧ ଆକ୍ରମଣ: ବିଭିନ୍ନ ମହଲରେ ନିନ୍ଦା

ବରଗଡ଼,୯।୧୨(ପ୍ରେମାନନ୍ଦ ଖମାରୀ): ସଂଯୁକ୍ତ କୃଷକ ସଂଗଠନର ଜଣେ ଆଗଧାଡ଼ିର ଚାଷୀନେତା ସୁରେଶ ନେକାଣ୍ଟିଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଲାପାଣି ଛକରେ...

ଟ୍ରେନ ଧକ୍କାରେ ମୁଣ୍ଡ ଗଣ୍ଡି ଅଲଗା, ରେଲୱେ ଟ୍ରାକରେ ପଡିଛି ମୃତଦେହ

ବଲାଙ୍ଗୀର,୯।୧୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରେଲୱେ ଷ୍ଟେଶନ ନିକଟ ମହୁଲବାହାଲି ଗାଁ ନିକଟ ଟ୍ରାକରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ। ଟ୍ରେନ...

ନର୍ମାଲ ଡେଲିଭରୀ ଚାହୁଁଥିଲେ ଆପଣାନ୍ତୁ…. ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଟିପ୍ସ

ଭୁବନେଶ୍ୱର,୯।୧୨: ଆଜିକାଲି ସିଜେରିଆନ ଡେଲିଭରି ସଂଖ୍ୟା ବଢିବାରେ ଲାଗିଛି। ଯଦି ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ସରକାରୀ ହସ୍ପିଟାଲ୍‌କୁ ଯାଆନ୍ତୁ ବୋଲି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri