ନିଯୁକ୍ତିକୁ ଅପେକ୍ଷା

ଆଇଓସିଏଲ୍‌ ଅଧ୍ୟକ୍ଷ ଶ୍ରୀକାନ୍ତ ମାଧବ ବୈଦ୍ୟଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବାବେଳେ ତାଙ୍କ ଉତ୍ତରାଧିକାରୀ ପାଇଁ ଜୋର୍‌ସୋର ଖୋଜା ଚାଲିଛି। ଏଥିପାଇଁ ଗତ ସପ୍ତାହରେ ମଲ୍ଲିକା ଶ୍ରୀନିବାସନ୍‌ଙ୍କ ନେତୃତ୍ୱରେ ପେଟ୍ରୋଲିୟମ ସଚିବ ପଙ୍କଜ ଜୈନ ଏବଂ ପୂର୍ବତନ ଏଚ୍‌ପିସିଏଲ୍‌ ଅଧ୍ୟକ୍ଷ ଏମ୍‌.କେ. ସୁରନାଙ୍କୁ ନେଇ ଏକ ତିନି ଜଣିଆ ସର୍ଚ୍ଚ କମ୍‌ ସିଲେକ୍‌ଶନ କମିଟି (ଏସ୍‌ସିଏସ୍‌ସି)ଗଠନ କରାଯାଇଥିଲା। ଯୋଗ୍ୟ ପ୍ରାର୍ଥୀ ପାଇଁ ଏହି କମିଟି ଏକ ଡଜନରୁ ଅଧିକ ପ୍ରାର୍ଥୀଙ୍କ ସାକ୍ଷାତ୍‌କାର ନେଇଥିଲା। ଏଥିରେ ଆଇଓସିଏଲ୍‌ ମଧ୍ୟରୁ ଏକାଧିକ ଏବଂ ବାହାରୁ ଜଣେ ଦକ୍ଷ ପ୍ରାର୍ଥୀ ଭାଗ ନେଇଥିଲେ। ଜଣେ ପ୍ରତିଯୋଗୀ ନିଯୁକ୍ତି ଦୌଡ଼ରେ ଆଗୁଆ ଥିବା ପ୍ରାରମ୍ଭିକ ସଙ୍କେତରୁ ଜଣାପଡ଼ିଛି। ଉଲ୍ଲେଖନୀୟ ଯେ, ଏହି ପଦବୀ ପାଇଁ ସବୁଠୁ ଭଲ ପ୍ରାର୍ଥୀ ଚୟନ କରିବା କ୍ଷେତ୍ରରେ ଏସ୍‌ସିଏସ୍‌ସିର ଅଧିକାର ଓ ଦାୟିତ୍ୱ ରହିଛି। ବୈଦ୍ୟ ଗତବର୍ଷ ୩୧ ଅଗଷ୍ଟରେ ଅବସର ନେବାର ଥିଲା। ହେଲେ ପୁନଃନିଯୁକ୍ତି ତଥା ଚୁକ୍ତିଭିତ୍ତିରେ ତାଙ୍କ କାର୍ଯ୍ୟକାଳ ୧ ବର୍ଷ ବୃଦ୍ଧି କରାଯାଇଥିଲା ଏବଂ ଚଳିତ ଅଗଷ୍ଟ ୩୧ରେ ସେ ଅବସର ନେବେ। କ୍ୟାବିନେଟ ନିଯୁକ୍ତି କମିଟି(ଏସିସି)ରୁ ଚୂଡ଼ାନ୍ତ ସ୍ବୀକୃତିର ନିଷ୍ପତ୍ତି ଆସିନାହିଁ। ଏଣୁ ଅଧ୍ୟକ୍ଷ ନିଯୁକ୍ତି ନିଶ୍ଚିତ କରାଯିବା ପାଇଁ ଆଉ କିଛି ସପ୍ତାହ ଲାଗିପାରେ ବୋଲି ଗୁଞ୍ଜରଣ ପ୍ରକାଶ ପାଇଛି। ନିଯୁକ୍ତିରେ ବିଳମ୍ବ ସ୍ପଷ୍ଟ ହେଉଛି ଯେ, ସବୁଦିଗ ଉପରେ ଚୟନ ପ୍ରକ୍ରିୟା ଧ୍ୟାନ ଦେଉଛି ଏବଂ ଏହା ମଧ୍ୟ ନିଶ୍ଚିତ କରୁଛି ଯେ, ସାବଧାନତାର ସହ ଆଇଓସିଏଲ୍‌ର ପରବର୍ତ୍ତୀ ନେତୃତ୍ୱ ଚୟନ କରାଯାଉଛି।
ସମସ୍ୟାରେ ମନ୍ତ୍ରୀମାନେ
ପ୍ରାଇଭେଟ ସେକ୍ରେଟାରି (ପିଏସ୍‌) ଏବଂ ଅଫିସର୍ସ ଅନ୍‌ ସ୍ପେଶିଆଲ ଡ୍ୟୁଟି (ଓଏସ୍‌ଡି)ନିଯୁକ୍ତିକୁ ନେଇ ମୋଦିଙ୍କ ତୃତୀୟ ପାଳିରେ ଅନେକ ମନ୍ତ୍ରୀ କଠିନ ସମସ୍ୟାରେ ପଡ଼ିିଥିବା ଜଣାପଡ଼ିଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକ ପାଇଁ ଏହି ମନ୍ତ୍ରୀମାନଙ୍କର ନିଜସ୍ବ ପସନ୍ଦ ରହିଛି। ବହୁ ସମୟରେ ବ୍ୟକ୍ତିଗତ ସମ୍ବନ୍ଧ କିମ୍ବା ଅତୀତର କାର୍ଯ୍ୟଗତ ସମ୍ପର୍କକୁ ଆଧାର କରି ସେମାନେ ପିଏସ୍‌ ଓ ଓଏସ୍‌ଡିଙ୍କୁ ନିଯୁକ୍ତି ଦେଇଥାନ୍ତି। କିନ୍ତୁ ସେମାନଙ୍କ ପସନ୍ଦକୁ ସୀମିତ କରୁଥିବା ଅନେକ ପୂର୍ବ ସର୍ତ୍ତାବଳୀ ଯୋଗୁ ମନ୍ତ୍ରୀମାନେ ଅକଳରେ ଥିବା ମନେକରୁଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ଶେଷ ହେବା ପୂର୍ବରୁ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ପିଏସ୍‌ ଏବଂ ଓଏସ୍‌ଡି ଭାବେ କାର୍ଯ୍ୟ କରିବାକୁ ଯୋଗ୍ୟ ଅଧିକାରୀଙ୍କ ଏକ ବିସ୍ତୃତ ତାଲିକା ପ୍ରସ୍ତୁତ କରିଥିଲା। ମୋଦି ସରକାରଙ୍କ ପୂର୍ବ ପାଳିରେ ମନ୍ତ୍ରୀଙ୍କ ପିଏସ୍‌ ଏବଂ ଓଏସ୍‌ଡି ଭାବେ କାର୍ଯ୍ୟ କରିଥିବା ଅନେକ ଅଧିକାରୀ ଏହି ତାଲିକାରେ ରହିଛନ୍ତି। ସୂତ୍ରରୁ ଜଣାପଡ଼ିଛି, ଏହି ପୂର୍ବ ନିର୍ଦ୍ଧାରିତ ତାଲିକାରୁ ପିଏସ୍‌ ଏବଂ ଓଏସ୍‌ଡିଙ୍କ ଚୟନ କରିବା ଉଚିତ ବୋଲି ମନ୍ତ୍ରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଥିଲା। ଯେଉଁମାନେ ଏହାକୁ ଶୀଘ୍ର ବୁଝିଗଲେ ଏବଂ ଗ୍ରହଣ କଲେ, ସେମାନେ ଅଧିକାରୀମାନଙ୍କୁ ଚୟନ କରିସାରିଲେଣି। ତେବେ ଅନ୍ୟମାନେ କ’ଣ ନିଷ୍ପତ୍ତି ନେବେ ତାହା ସ୍ଥିର କରିପାରୁ ନାହାନ୍ତି କି କିପରି ଆଗେଇବେ ତାହା ନିଶ୍ଚିତ କରିପାରୁନାହାନ୍ତି। ଏବକାର ସ୍ଥିତି ଏହି ସରକାରଙ୍କ ସକ୍ରିୟ ଅମଲାତାନ୍ତ୍ରିକ ପ୍ରୋଟୋକଲ ଏବଂ ବ୍ୟକ୍ତିଗତ ଚୟନ ମଧ୍ୟରେ ଥିବା ଅଶାନ୍ତିକୁ ସାମ୍ନାକୁ ଆଣୁଛି। ମନ୍ତ୍ରୀମାନେ ଏବେ ସେମାନଙ୍କ ବିଶ୍ୱସ୍ତ ସହଯୋଗୀ ପାଇବା ପାଇଁ ସେମାନଙ୍କ ଆଶା ଉପରେ ବିଚାର କରିବା ସହ ମୋଦି ଶାସନର ନିୟମାବଳୀକୁ ପାଳନ କରିବା ଦରକାର।
ସୋମନାଥନ୍‌ଙ୍କୁ ନୂଆ ଦାୟିତ୍ୱ
କେନ୍ଦ୍ର ଡ. ଟି.ଭି. ସୋମନାଥନ୍‌ଙ୍କୁ ୩୩ତମ କ୍ୟାବିନେଟ ସଚିବ ଭାବେ ଘୋଷଣା କଲାବେଳେ ଏହା ସିଭିଲ ସର୍ଭିସଗୁଡ଼ିକରେ ଖୁସିର ଲହରି ଖେଳିଯାଇଥିଲା। ସର୍ଭିସ ମଧ୍ୟରେ ଟିଭିଏସ୍‌ ନାମରେ ଜଣାଶୁଣା ଡ. ସୋମନାଥନ୍‌ ବର୍ତ୍ତମାନ ବ୍ୟୟ ବିଭାଗର ସଚିବ ଭାବେ କାର୍ଯ୍ୟରତ ଏବଂ ମେ ୨୦୨୫ରେ ଅବସର ନେଇଥାନ୍ତେ। ତେବେ ଏହି ନୂଆ ଦାୟିତ୍ୱ ଦିଆଯିବା ସହ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଚଳିତ ମାସ ପରେ ସେ ରାଜୀବ ଗୌବାଙ୍କଠାରୁ ଦାୟିତ୍ୱ ନେବେ ଏବଂ କ୍ୟାବିନେଟ ସଚିବ ଭାବେ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। କାର୍ଯ୍ୟକାଳ ବୃଦ୍ଧିର ଏବକାର ଧାରାକୁ ଦେଖିଲେ ତାଙ୍କ କାର୍ଯ୍ୟକାଳ ଆଉ ଥରେ ବୃଦ୍ଧି ହେବ ବୋଲି ଅନେକେ ଅନୁମାନ କରୁଛନ୍ତି। ତିନି ଦଶନ୍ଧିରୁ ଅଧିକ ସମୟ ଧରି ଟିଭିଏସ୍‌ କାର୍ଯ୍ୟ କରି ଅନେକ ଉଲ୍ଲେଖନୀୟ ସଫଳତା ପାଇଛନ୍ତି। କର୍ପୋରେଟ ଆଫେୟାର୍ସ ଏବଂ ଇକୋନୋମିକ ଆଫେୟାର୍ସରେ ଯୁଗ୍ମ ସଚିବ ଭାବେ ଅନେକ ପ୍ରମୁଖ ପଦବୀରେ ରହିଛନ୍ତି। ନରେନ୍ଦ୍ର ମୋଦିଙ୍କ ଅଧୀନରେ ୨୦୧୪ରେ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ। ବିଶେଷକରି ଅର୍ଥନୀତି ପ୍ରତି ଆହ୍ବାନ ସୃଷ୍ଟି ହୋଇଥିବା ସମୟରେ ସେ ବିତ୍ତୀୟ ନୀତି ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଆମତ୍ନିର୍ଭର ଭାରତ, ନ୍ୟାଶନାଲ ମନିଟାଇଜେଶନ ପାଇପ୍‌ଲାଇନ ଭଳି ଯୋଜନା ଏବଂ କେନ୍ଦ୍ର ବଜେଟ୍‌ରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଛି। ସବୁଠୁ କୌତୂହଳପୂର୍ଣ୍ଣ ବିଷୟ ହେଉଛି, ଟିଭିଏସ୍‌ ହେଉଛନ୍ତି ସମ୍ଭବତଃ ଏକମାତ୍ର କ୍ୟାବିନେଟ୍‌ ସଚିବ, ଯିଏ କେବେ ବି ଜିଲାପାଳ ଭାବେ କାର୍ଯ୍ୟ କରିନାହାନ୍ତି। କଷ୍ଟ୍‌ ଆକାଉଣ୍ଟାଣ୍ଟ ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟର କ୍ୱାଲିଫିକେଶନ ସହ ସେ ଇକୋନୋମିକ୍ସରେ ପିଏଚ୍‌ଡି କରିଛନ୍ତି। ଏଣୁ ତାଙ୍କ କାର୍ଯ୍ୟକାଳରେ ଅର୍ଥନୀତି ଉପରେ ତାଙ୍କର ବିଶେଷ ଧ୍ୟାନ ରହିବ, ଏଥିରେ ସନ୍ଦେହ ନାହିଁ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri