ଧର୍ମ ନା ଅଧର୍ମ

ପବିତ୍ର ଶ୍ରାବଣ ମାସଟା ଯାକ ନିରାମିଷ ଭକ୍ଷଣ କରିବା ସହିତ ସୋମବାରଗୁଡ଼ିକରେ ଉପବାସ ରଖି ମହାଦେବଙ୍କୁ ଜଳଲାଗି କରାଯାଏ। ହଜାର ହଜାର ଭକ୍ତ ଦିନେ କିମ୍ବା ଦୁଇଦିନ ଆଗରୁ ପାଣି ନେଇ ସୋମବାର ମନ୍ଦିରରେ ଜଳ ଅର୍ପଣ କରି ଶିବ ଦର୍ଶନ କରି ସନ୍ତୋଷଲାଭ କରନ୍ତି। ଏପରିକି ମାସଟି ଯାକ କିଛି ଜଣ ଚୁଟି, ନିଶ, ଦାଢ଼ି ବି କାଟନ୍ତି ନାହିଁ। ଶ୍ରାବଣ ମାସର ପ୍ରତି ସୋମବାର ବଡ଼ି ଭୋରରୁ ଉଠି ଠାକୁର ଦର୍ଶନ ଓ ପୂଜା ଅର୍ଚ୍ଚନା ସହ ଦାନ କରି ପୁଣ୍ୟ ଅର୍ଜନ କରନ୍ତି। ମାତ୍ର ସତ କହିବାକୁ ଗଲେ ପୁଣ୍ୟ କରିବା ଆଳରେ ଯାହା ଭକ୍ତଙ୍କ ସହ ହୁଏ, ତାହା କେତେ ଧର୍ମ କେତେ ଅଧର୍ମ ପାଠକ କହିବେ।
ପୂର୍ବେ କାଉଡ଼ିଆମାନଙ୍କ ପଟୁଆର ଦେଖି ଓ ‘ବୋଲବମ’ ଧ୍ୱନି ଶୁଣି ଯେଉଁଠି ମନରେ ଭକ୍ତି ଭାବନା ସୃଷ୍ଟି ହେଉଥିଲା, ଆଜିକାଲି ସେମାନଙ୍କ ଫିଲ୍ମ ଓ ଦ୍ବିଅର୍ଥବୋଧକ ଶିବନାମ ଶୁଣି ମନ ବ୍ୟଥିତ ହେଉଛି। ପୁରୁଷ ଓ ମହିଳା ଉଭୟେ ପାଣି ନେଇ ଯାତ୍ରା କରୁଥିବାରୁ ସମୟ ସମୟରେ କଥା କଟାକଟି ଓ ଝଗଡ଼ା ବି ଦେଖିବାକୁ ମିଳୁଛି। ସ୍କୁଲ ଓ କଲେଜରେ ପଢ଼ୁଥିବା କମ୍‌ ବୟସର ପିଲା ମଧ୍ୟ କାନ୍ଧରେ ଜଳ ଧରି ବହୁ ଦୂରଦୂରାନ୍ତରୁ ପାଦରେ ଚାଲି ମହାଦେବଙ୍କୁ ଜଳ ଲାଗି କରୁଛନ୍ତି ସତ; ମାତ୍ର ତା’ ପଛର ଉଦ୍ଦେଶ୍ୟ ଭକ୍ତି ନା ସାଙ୍ଗମେଳିରେ ମଜା କରିବା ତାହା ସେମାନଙ୍କ ହାବଭାବରୁ ଅଭିଜ୍ଞ ଲୋକ ନିଶ୍ଚିତ ଠଉରେଇପାରିବ। ଜଳ କାନ୍ଧରେ ଧରି ଏସବୁ କରିବାକୁ ସେମାନଙ୍କ ବିବେକ କେମିତି ବାଧା ଦେଉନାହିଁ, ସେ ଆଉ ଗୋଟେ ପ୍ରଶ୍ନ ! ମିନି ଟ୍ରକ୍‌, ଟ୍ରାକ୍ଟରରେ ଗାଡ଼ିଭର୍ତ୍ତି ଲୋକ ବୋଝଇ ହୋଇ ଜଳଲାଗି ପାଇଁ ଯାଉଥିବାର ଦେଖିବାକୁ ମିଳୁଛି, କିନ୍ତୁ ଉଚ୍ଚ ଶବ୍ଦଯୁକ୍ତ ଭଜନ ଓ ଜଣାଣରେ ଭକ୍ତି କମ୍‌, ମଉଜ ମଜ୍‌ଲିସ ବେଶି ଦେଖାଯାଉଛି। ନୀରବରେ ଭକ୍ତି ନିବେଦନର ସମୟ ବୋଧେ ଆଉ ନାହିଁ ?
ମନ୍ଦିରରେ ଦିଅଁ ଦର୍ଶନ କଥା ଆଲୋଚନା କରାଯାଉ। ଭକ୍ତଗଣ ଭଗବାନ୍‌ଙ୍କ ନିକଟରେ ଅର୍ପଣ କରିବା ପାଇଁ ଭୋଗ, ଦୀପ, କ୍ଷୀର ଆଦି ମନ୍ଦିର ପ୍ରାଙ୍ଗଣରେ ଥିବା ଦୋକାନରୁ କିଣିନେବା ଉଚିତ ମନେକରନ୍ତି l ସବୁ ତ ମିଳିଯାଉଛି କିଣା ଆଜିକାଲି, କ’ଣ ଦରକାର ଘରୁ ସବୁ ସଜାଇ ନେବା ? ତେଣେ ଦୋକାନୀ ଦୀପ, ଭୋଗର ଦୁଇଗୁଣା ଦାମ୍‌ ପଛକେ ନେଉ, ଚିନ୍ତା ନାହିଁ। ଏବେ ଆସିବା ଶିବଲିଙ୍ଗ ଉପରେ ଢଳା ହେଉଥିବା କ୍ଷୀର କଥାକୁ, ଦୋକାନୀ ମହାଶୟ ଗୋଟିଏ ଲିଟର କ୍ଷୀରକୁ ଚାରି ଲିଟର (ପାଣି ମିଶେଇ) କରି ନିଃସଙ୍କୋଚରେ ବିକ୍ରି କରନ୍ତି ଆଉ ଆମେ ବି କିଣିନେଉ l ହଁ ଠାକୁରଙ୍କ ଉପରେ ଢଳା ହେଉଛି ତ, କ୍ଷୀର ପାଣିଆ ହେଲେ କ’ଣ ହେଲା ! ପବିତ୍ର ଶ୍ରାବଣ ମାସରେ ଏତେ ବଡ଼ ଅଧର୍ମ ହେବା କଥା, ଆମେ ଦେଖି ବି ନ ଦେଖିଲା ଭଳିଆ ରହୁ। ଦୋକାନୀ ତ ବେପାର କରିବ, ତା’ ପାଇଁ ଏ କାମ ବର୍ଷଯାକର ତେଣୁ ତାକୁ ବେଶି କିଛି ଫରକ ପଡ଼େ ନାହିଁ।
ଏହା ପରେ ଆମେ ଯିବା ଟିକେ ପରିବା ହାଟକୁ। ବାବାରେ ପରିବା ଦର ଯେ ଆକାଶଛୁଆଁ। କୌଣସି ପରିବା କିଲୋ ପିଛା ୬୦ ବା ୭୦ରୁ କମ୍‌ ନୁହେଁ। ଟମାଟୋ, ବିନ୍ସର ଦାମ୍‌ ତ ନ କହିବା ଭଲ। ସାଧାରଣ କଞ୍ଚାଲଙ୍କା କିଲୋ ୨oo, ସେ ପୁଣି ପାଣି ଦେଇ ରଖିଦେବାରୁ ଶୀଘ୍ର ଶଢ଼ିଯାଉଛି। ଶାଗବିଡ଼ା ୧oରୁ ୧୫ ଟଙ୍କା, ନିରାମିଷ ରୋଷେଇ ପାଇଁ ପରିବା ଟିକେ ଦରକାର, ହେଲେ ଉଚ୍ଚା ଦର ଯୋଗୁ ବାଧ୍ୟ ହୋଇ ଲୋକେ ଆଳୁ ଉପରେ ଅଧିକ ନିର୍ଭରଶୀଳ। ହେଲେ ଆଳୁ ଦର ବି ଏବର୍ଷ ଆକାଶଛୁଆଁ, କ’ଣ ଖାଇବ ଖାଅ ! ଆଳୁକୁ ନେଇ ରାଜନୀତି ବି ହେଉଛି, ଏଇଟା କ’ଣ କୌଣସି ଅଧର୍ମଠାରୁ କମ୍‌ କି ? ଆମିଷ ବାରଗୁଡ଼ିକରେ ଅଲୋଡ଼ା ହେଉଥିବା ପରିବାଗୁଡ଼ିକ ଯେମିତି ପ୍ରତିଶୋଧ ନେବା ପାଇଁ ଅପେକ୍ଷା କରିବସିଛନ୍ତି। ମନରେ ସନ୍ଦେହ ଆସେ ସତରେ କ’ଣ ଏସବୁ ପରିବା ଉତ୍ପାଦନରେ ଏତେ ଖର୍ଚ୍ଚ ହୁଏ ନା ବେପାର ପାଇଁ ଇଏ ପ୍ରକୃତ ସମୟ ଜାଣି ବେପାରୀ ନିଜ ଲାଭ ବାହାର କରିଦିଅନ୍ତି। ଚାଷୀ ପରିଶ୍ରମ କରି ଉପାର୍ଜନ କରିବ, ପଚିଶଢ଼ି ଯିବା ଭୟରେ ସମୟ ଥାଇ ବେପାରୀଙ୍କୁ ବିକିବ କମ୍‌ ମୂଲ୍ୟରେ। ବେପାରୀ ଏହାର ଲାଭ ଉଠେଇବେ ପରିବାକୁ ଦୁଇଗୁଣା ଦାମ୍‌ରେ ବିକି, ଚାଷୀ ବିଚରା ଯେଉଁ ଅଭାବକୁ ସେଇ ଅଭାବରେ।
ବାସ୍ତବରେ ଧର୍ମ ବୋଲି କହି ଲୋକେ ଯାହା କରନ୍ତି, ତାହା ତାଙ୍କ ଆଚରଣରେ ପ୍ରତିଫଳିତ ହୁଏ କି ? ମନ୍ଦିରକୁ ଯାଇ ଗରିବ, ଭିକାରିମାନଙ୍କୁ ଦେବା ପାଇଁ ଦ୍ୱଧା ବା ସଂକୋଚ; ମାତ୍ର ପୂଜକ ବା ବ୍ରାହ୍ମଣଙ୍କୁ ଦକ୍ଷିଣା ରୂପେ ତା’ ଠାରୁ ଅଧିକ ଦେବାର ଉଦାରତା କେଉଁ ଭଳି ମାନସିକତା, ମୋତେ ଏହି ପ୍ରଶ୍ନ ସବୁବେଳେ ବ୍ୟଥିତ କରେ। ଆବଶ୍ୟକତା ଥିବା ବ୍ୟକ୍ତିର ସାହାଯ୍ୟ ଯେ ଶ୍ରେଷ୍ଠ ଈଶ୍ୱର ସେବା, ଏହା ସାଧାରଣ ଲୋକେ କେବେ ବୁଝିବେ ?
ଉପରୋକ୍ତ ବିଷୟରେ ଅବତାରଣା ଜରୁରୀ ମନେହୁଏ କାରଣ, ଆମେ ଶ୍ରାବଣ ମାସରେ ଧର୍ମ ପାଳନ କରୁଛେ ବୋଲି ନିଜ ମନକୁ ସିନା ବୁଝେଇ ଦେଉ, ହେଲେ ଗଭୀର ଭାବରେ ଅନୁଶୀଳନ କଲେ ଜଣାପଡ଼େ ୟା ପଛର ପ୍ରକୃତ ବାସ୍ତବତା। ଭଗବାନ୍‌ଙ୍କୁ ଭୋଗ, ପୂଜାସାମଗ୍ରୀ ଅର୍ପଣ କରିବା ସମ୍ପୂର୍ଣ୍ଣ ରୂପେ ଭକ୍ତଙ୍କ ଉପରେ ନିର୍ଭରଶୀଳ, କାରଣ ଈଶ୍ୱର ସ୍ବଦେହରେ ଆସି ମୋତେ ଏସବୁ ଦରକାର ବୋଲି କେବେ କହିନାହାନ୍ତି। ତେଣୁ ଅସଦ୍‌ ଉପାୟରେ ବା ଭେଜାଲ ସାମଗ୍ରୀ ଅର୍ପଣ ଦ୍ୱାରା ଧର୍ମ ତ ଅର୍ଜନ କରିହେଉ ନାହିଁ। ମାସଯାକ ନିରାମିଷ ଭକ୍ଷଣ ପରେ, ତା’ ପରଦିନଗୁଡ଼ିକରେ ଆମିଷ ପାଇଁ ଲୋକଙ୍କ ଗହଳି ଓ ପ୍ରତିଯୋଗିତା ଦେଖାଇ ଦିଏ ଯେ ଏହି ମାସଟି ଶେଷ ହେବା ପାଇଁ ଧାର୍ମିକ ଗୋଷ୍ଠୀଙ୍କ ଭିତରେ କେତେ ଆତୁରତା ଥାଏ।
ମୋ- ୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri