ପରିଚୟ ଖୋଜୁଛି ଐତିହ୍ୟ ଖୋର୍ଦ୍ଧାଗଡ଼

ଖୋର୍ଦ୍ଧା,୫ା୮(ପ୍ରଭାତ ପାଣିଗ୍ରାହୀ): ଓଡ଼ିଆ ଜାତିର ଗରିମାମୟ ଐତିହ୍ୟକୁ ନିଜ ବକ୍ଷରେ ଜାବୁଡ଼ି ଧରି ଦଣ୍ଡାୟମାନ ରହିଛି ଖୋର୍ଦ୍ଧାଗଡ଼। ଅତୀତର ସ୍ମୃତିକୁ ସାଉଁଟି ରଖିଥିବା ଏହି ଗଡ଼ ଏବେ ଭଗ୍ନ ଅବସ୍ଥାରେ ରହିଛି। ଯେଉଁଠାରୁ ଦିନେ ପାଇକ ବୀରମାନେ ଇଂରେଜଙ୍କ ବିରୋଧରେ ସଶସ୍ତ୍ର ସଂଗ୍ରାମ କରିଥିଲେ, ସେହି ଗଡ଼ ଆଜି ନିଜ ପରିଚୟ ଖୋଜୁଛି। ସ୍ବାଧୀନତା କଥା ମନେପଡ଼ିଲେ ଏହି ମାଟିର ଗୌରବମୟ ଗାଥା ମନରେ ଶିହରଣ ସୃଷ୍ଟି କରିଥାଏ। ମାତୃଭୂମିକୁ ଇଂରେଜଙ୍କ ହାତରୁ ମୁକ୍ତ କରିବା ପାଇଁ ପାଇକ ବୀରମାନେ ନିଜ ଜୀବନ ଉତ୍ସର୍ଗ କରିଦେଇଥିଲେ। ପାଇକଙ୍କ ଅସୀମ ବୀରତ୍ୱ ଓ ବଳିଦାନ ପାଇଁ ଏହି ମାଟି ଗର୍ବ କରେ। ତେବେ ପାଇକଙ୍କ ଅନ୍ତୁଡ଼ିଶାଳ ଥିବା ଖୋର୍ଦ୍ଧାଗଡ଼ ତଥା ଲାଲମାଟିର ଗଡ଼ ଏବେ ଲୁପ୍ତ ହେବାକୁ ବସିଛି।
ବିଦ୍ରୋହର ଦ୍ୱିଶତ ବାର୍ଷିକୀ ଅବସରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏକବର୍ଷ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ କରାଗଲା। ସେହିପରି ଗଡ଼ର ପୁନରୁଦ୍ଧାର ପାଇଁ ଯୋଜନା ହେଲା। ପରେ କିନ୍ତୁ ଯୋଜନା ଆଗେଇଲାନାହିଁ। ଏହି ଗଡ଼ ଚାରିଆଡେ ଅନାବନା ଗଛଲତା ମାଡ଼ିଗଲାଣି। ଭାରତବର୍ଷର ଶେଷ ସ୍ବାଧୀନ ଦୁର୍ଗ ଭାବେ ଏହି ଗଡ଼ ପରିଚିତ। ତେବେ ଖୋର୍ଦ୍ଧାଗଡ଼ର ବିକାଶକୁ ଅଣଦେଖା କରାଯାଉଛି। ଏପରିକି ସ୍ଥାନୀୟ ଜିଲା ପ୍ରଶାସନର ଅବହେଳା ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଏହି ଗଡ଼ର ପୁନରୁଦ୍ଧାର ହୋଇପାରୁ ନ ଥିବା ବୁଦ୍ଧିଜୀବୀ ଓ ଗବେଷକମାନେ ମତ ଦିଅନ୍ତି। ଏହି ଗଡ଼ର ପୁନରୁଦ୍ଧାର ହେଲେ ଦେଶରେ ଏହାର ଗୌରବ ବଢିବ। ଗଡ଼ର ଐତିହ୍ୟ ଏବଂ ପାଇକ ବୀରଙ୍କ ସମ୍ପର୍କରେ ସମସ୍ତେ ଜାଣିବାକୁ ପାଇବେ। ଏହି ଗଡ଼ରେ ବହୁ ଐତିହ୍ୟ କୀର୍ତ୍ତିରାଜି କାଳଖଣ୍ଡରେ ବିଲୁପ୍ତ ଅବସ୍ଥାରେ ରହିଛି। ଗଡ଼ ପୁନରୁଦ୍ଧାର କରାଗଲେ ରାଣୀ ପୋଖରୀ ସମେତ ବହୁ କୀର୍ତ୍ତିରାଜି ସଂରକ୍ଷଣ ହୋଇପାରିବ। ଏହାର ପୁନରୁଦ୍ଧାର ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଗବେଷକ ଗୋପାଳକୃଷ୍ଣ ଦାସଙ୍କ ମତରେ ୧୫୬୮ ମସିହାରେ ଗଜପତି ମୁକୁନ୍ଦଦେବ ନିହତ ହେବା ପରେ ରାଜ୍ୟରେ ଅରାଜକତା ସୃଷ୍ଟି ହୋଇଥିଲା। କଳାପାହାଡ଼ ଉତ୍କଳରେ ଧ୍ୱଂସ ତାଣ୍ଡବ ରଚିବା ଆରମ୍ଭ କରିଥିଲେ। ଅନେକ ମଠ, ମନ୍ଦିର ଧ୍ୱଂସ ପାଇଲା। ରମେଇ ରାଉତରାୟ ବରୁଣେଇ ପାଦଦେଶରେ ଜଗନ୍ନାଥପୁର-କଟକ ନାମରେ ୧୫୬୮ରେ ଏକ ନୂତନ ଗଡ଼ ନିର୍ମାଣ କରିଥିଲେ। ସେ ଗଜପତି ରାମଚନ୍ଦ୍ର ଦେବ ରୂପେ ପରିଚିତ ହେଲେ। ଗଡ଼ର ପୂର୍ବ ଦିଗରେ ଥିବା ବର୍ତ୍ତମାନର ବଡ଼ତୋଟା ହାଇସ୍କୁଲ ରାଜାଙ୍କ ଅସ୍ତ୍ରାଗାର ବୋଲି ଅନୁମାନ କରାଯାଉଥିବା ଐତିହାସିକମାନେ କୁହନ୍ତି ା ଗଡ଼ ମଧ୍ୟରେ ୧୫ ଏକର ପରିମିତ ସ୍ଥାନରେ ରାଣୀ ପୋଖରୀ ରହିଛି। ଏଥିସହିତ ଗଡ଼ ମଧ୍ୟରେ ହନ୍ତେଶ୍ୱରୀ ମନ୍ଦିର ରହିଥିଲା, ଯାହା ଧ୍ୱଂସାଭିମୁଖୀ ଅବସ୍ଥାରେ ରହିଛି। ୧୯୭୮ ମସିହାରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଖୋର୍ଦ୍ଧା ଦୁର୍ଗର ଉନ୍ନତି କାର୍ଯ୍ୟ ହାତକୁ ନେଇଥିଲେ। ବିଭିନ୍ନ ସମୟରେ ଏହାର ପୁନରୁଦ୍ଧାର ଲାଗି ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇଛି। ତେବେ ଆଶାନୁରୂପ ବିକାଶ ହୋଇପାରିନାହିଁ। ଏହି ଗଡ଼ ଜରାଜୀର୍ଣ୍ଣ ହୋଇପଡ଼ିଥିବା କାରଣରୁ ଏଠାରେ ଆଜି ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକଙ୍କ ପାଦ ପଡ଼ିପାରି ନଥିବା ଜଣାପଡିଛି। ସରକାରଙ୍କ ଉଦାସୀନାତା ଯୋଗୁ ଏହି ଗଡ଼ ଲୁପ୍ତ ହେବାକୁ ବସିଛି। ନିଜ ଅସ୍ତିତ୍ୱକୁ ନେଇ ଏହି ଗଡ଼ ସଂଘର୍ଷ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri