ରେଲଓ୍ବେକୁ ୨.୬୨ ଲକ୍ଷ କୋଟି

ଭୁବନେଶ୍ୱର,୨୪।୭(ଅନୁରାଧା ମହାରଣା): ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣା ପରେ ରେଳ ଭିତ୍ତିଭୂମି ତଥା ନୂତନ ଟ୍ରେନକୁ ମଜଭୁତ କରିବା ପାଇଁ ବଜେଟରେ କିଛି ବଡ଼ ଘୋଷଣା କରାଯାଇପାରେ ବୋଲି ଆଶା କରାଯାଉଥିଲା, ମାତ୍ର ସେପରି କିଛି ଦେଖିବାକୁ ମିଳିଲା ନାହିଁ। ରେଳ ଯାତ୍ରୀମାନେ ମଧ୍ୟ ଆଶା କରିଥିଲେ ଯେ ବଜେଟରେ ବନ୍ଦେ ଭାରତ ଏବଂ ଅମୃତ ଭାରତ ଟ୍ରେନକୁ ଅଧିକ ଧ୍ୟାନ ଦିଆଯିବ। ହେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏଭଳି କିଛି ଘୋଷଣା କରିଲେ ନାହିଁ। ଅନ୍ୟପଟେ କେନ୍ଦ୍ର ବଜେଟ ୨୦୨୪-୨୫ ଉପରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, କେନ୍ଦ୍ର ବଜେଟରେ ରେଳ ମନ୍ତ୍ରଣାଳୟକୁ ଏକ ଐତିହାସିକ ଅର୍ଥ ଆବଣ୍ଟନ କରାଯାଇଛି। ରେଳପଥ ବଜେଟରେ ୨.୬୨ ଲକ୍ଷ କୋଟି ଟଙ୍କା ପାଇଛି। ଏହା ଆବଣ୍ଟନର ସବୁଠାରୁ ବଡ଼ ଅଂଶ। ଏଥିରୁ ୧.୮ ଲକ୍ଷ ହଜାର କୋଟି ଟଙ୍କା ସୁରକ୍ଷା ପାଇଁ ଖର୍ଚ୍ଚ ହେବ। ପୁରୁଣା ଟ୍ରାକ ସ୍ଥାନରେ ନୂତନ ଟ୍ରାକ ସଂସ୍ଥାପନ, ନୂତନ ଟେକ୍ନୋଲୋଜି ସହିତ ସିଗ୍‌ନାଲ ସିଷ୍ଟମ ବିକାଶ ଏବଂ ଫ୍ଲାଏ ଓଭର-ଅଣ୍ଡରପାସ ନିର୍ମାଣ ଏବଂ ଟ୍ରେନରେ କବଚ ସ୍ଥାପନ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ।
ରେଳମନ୍ତ୍ରୀ ବୈଷ୍ଣବ କହିଛନ୍ତି ଯେ ଗତ ଦଶ ବର୍ଷ ମଧ୍ୟରେ ମୋଦି ସରକାର ଯେଉଁ ସବୁ କାର୍ଯ୍ୟ କରିଛନ୍ତି, ଆମେ ତୃତୀୟ ପର୍ଯ୍ୟାୟରେ ଦୁଇଗୁଣ ବେଗରେ ସେହି ପ୍ରକଳ୍ପଗୁଡ଼ିକୁ ଆଗକୁ ବଢ଼ାଇବୁ। ଆଗାମୀ ଦିନରେ ଆମେ ରେଳ ଭିତ୍ତିଭୂମିକୁ ମଜଭୁତ କରିବୁ, ରେଳ ଇଞ୍ଜିନ ଏବଂ କୋଚ ଉତ୍ପାଦନ ବୃଦ୍ଧି କରିବୁ। ସାଧାରଣତଃ ନିମ୍ନଶ୍ରେଣୀ ଏବଂ ମଧ୍ୟବିତ୍ତ ଲୋକମାନେ ଯାତ୍ରା ପାଇଁ ରେଳ ବ୍ୟବହାର କରନ୍ତି। ପୂର୍ବ ତୁଳନାରେ ସାଧାରଣ କୋଚରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗତ ଆର୍ଥିକ ବର୍ଷରେ ୭୦୦ କୋଟି ଲୋକ ରେଳପଥରେ ଯାତ୍ରା କରିଛନ୍ତି। ତେଣୁ ନିକଟରେ ରେଳପଥ ୨୫୦୦ ଜେନେରାଲ କୋଚ ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବୈଷ୍ଣବ ସୂଚନା ଦେଇଛନ୍ତି। ବଜେଟ ୨୦୨୪ରେ ସେମାନଙ୍କ ଅନୁମୋଦନ ଗ୍ରହଣ କରାଯାଇଛି। କିଛି ଦିନ ପୂର୍ବରୁ କବଚ ସିଷ୍ଟମ୍‌ ୪.୦ ଲାଗୁ ହୋଇଛି। ଏହାକୁ ଟ୍ରେନରେ ସ୍ଥାପନ କରିବାର ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ ବୋଲି ସେ କହିଛନ୍ତି।
ସୂଚନା ଥାଉକି, ଅର୍ଥମନ୍ତ୍ରୀ ଚଳିତ ବର୍ଷ ଫେବୃଆରୀ ୧ ରେ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିଥିଲେ। ରେଳପଥକୁ ୨.୫୨ ଲକ୍ଷ କୋଟି ଟଙ୍କା ଦେବାକୁ ଆଲୋଚନା ହୋଇଥିଲା। ଏହି ସପ୍ଲିମେଣ୍ଟାରୀ ବଜେଟରେ ରେଳପଥ ପାଇଁ ଅଧିକ ଅର୍ଥ ଆବଣ୍ଟନ କରାଯିବ ବୋଲି ବିଶ୍ୱାସ ରହିଥିଲା। ମାତ୍ର ବଜେଟରେ ଏହିପରି କିଛି ଘୋଷଣା ନ ହେବାରୁ ଲୋକମାନେ ନିରାଶ ହୋଇଛନ୍ତି। ଏହାର ପ୍ରଭାବରେ ମଙ୍ଗଳବାର ରେଳପଥ ସମ୍ବନ୍ଧୀୟ କମ୍ପାନୀଗୁଡିକର ଶେୟାରକୁ ଖସିଛି। ରେଳପଥର ଆଇଆର୍‌ସିଟିସି ମଧ୍ୟ ଏଥିରୁ ବର୍ତ୍ତିନାହିଁ। ଏହା ୩.୩୧ ପ୍ରତିଶତ ହ୍ରାସ ଘଟିଛି। ସକାଳେ ଏହା ୧,୦୧୫.୭୦ ଟଙ୍କା ଖୋଲିବାବେଳେ ୯୭୩ ଟଙ୍କାରେ ବନ୍ଦ ହୋଇଥିଲା। ସେହିପରି ଆଇଆର୍‌ଏଫ୍‌ସି ସେୟାର ୫ ପ୍ରତିଶତ ହ୍ରାସ ପାଇଛି। ୨୦୭ ଟଙ୍କାରେ ଖୋଲି ୧୯୪ ଟଙ୍କାରେ ବନ୍ଦ ହୋଇଯାଇଥିଲା। ଅନ୍ୟପଟେ ଆର୍‌ଭିଏନ୍‌ଏଲ୍‌ ଶେୟାର ୫% ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ସକାଳେ ଏହା ୬୩୪.୮୦ ଟଙ୍କାରେ ଖୋଲି ୫୯୦.୩୦ ଟଙ୍କାରେ ବନ୍ଦ ହୋଇଥିଲା। ରେଳବାଇ ପାଇଁ ସୁରକ୍ଷା ବ୍ୟବସ୍ଥା ସମେତ ଅନ୍ୟାନ୍ୟ ସୁବିଧା ଯୋଗାଉଥିବା ରେଲ୍‌ଟେଲ କମ୍ପାନୀର ଅଂଶଧନ ୬.୨୧ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ସକାଳେ ଏହା ୫୪୧.୫୦ ଟଙ୍କାରେ ଖୋଲିପ୍ରାୟ ୪୯୧ ଟଙ୍କା ବନ୍ଦ ହୋଇଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri