ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ଭାଗ୍ୟଧର

ଡେରାବିଶ,୧୯ା୭ (ବେବର୍ତ୍ତା ଅଜୟ ଦାସ): ରାଜମିସ୍ତ୍ରି ଭାବେ କାର୍ଯ୍ୟ କରି ବିଭିନ୍ନ ଲୋକଙ୍କ ଘରକୁ ନିର୍ମାଣ କରିବା ସହ ନୂତନ ଘରେ ବସବାସ ପାଇଁ ସୁଯୋଗ ସୃଷ୍ଟି କରୁଥିଲେ। ମାତ୍ର ହଠାତ୍‌ ସ୍ବାସ୍ଥ୍ୟଗତ କାରଣରୁ ନିଜ ଘର ଏବେ ଉଜୁଡି ଯିବାକୁ ବସିଲାଣି। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ ରଘୁଦେଇପୁର ପଞ୍ଚାୟତ ଅଧୀନ ନୋଳସାହି ଗ୍ରାମରେ। ଏହି ଗ୍ରାମର ଭାଗ୍ୟଧର ସେଠୀ(୫୦) ଜଣେ ରାଜମିସ୍ତ୍ରି ଭାବରେ ନିଜର ପରିଚୟ ସୃଷ୍ଟି କରିଥିବା ବେଳେ ସ୍ବଅର୍ଜିତ ଅର୍ଥରେ ପରିବାରର ୫ ଜଣ ସଦସ୍ୟ ପ୍ରତିପୋଷଣ ହେଉଥିଲେ। ପରିବାର ବେଶ ହସଖୁସିରେ ଦିନ କାଟୁଥିବା ବେଳେ ହଠାତ ଭାଗ୍ୟଧର ଅସୁସ୍ଥ ହୋଇପଡିଥିଲେ। କଟକ ଓ ଭୁବନେଶ୍ୱରରେ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ହେବା ସହ ସମସ୍ତ ପରୀକ୍ଷା କରାଇଥିଲେ। ପରେ ଭାଗ୍ୟଧରଙ୍କ ଦୁଇଟି ଯାକ କିଡନୀ ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିବା ଜଣାପଡିଥିଲା। ତେବେ ଭାଗ୍ୟଧରଙ୍କୁ ସୁସ୍ଥ କରିବା ପାଇଁ ପରିବାର ପକ୍ଷରୁ ଘରେ ରହିଥିବା ସଞ୍ଚତ୍ତ ଧନ ଖର୍ଚ୍ଚ କରିବା ପରେ ଆବଶ୍ୟକ କରୁଥିବା ଅଧିକ ଅର୍ଥ ଯୋଗାଡ ପାଇଁ ଘରେ ଥିବା ସମସ୍ତ ଅଳଙ୍କାର ସମେତ ବାସନ କୁସନ ପର ଘରେ ବନ୍ଧା ପକାଇ ଭାଗ୍ୟଧରଙ୍କୁ ଚିକିତ୍ସା କରାଯାଇଥିଲା। ଦୀର୍ଘ ୮ ମାସ ଏହି ବ୍ୟୟବହୁଳ ଚିକିତ୍ସା ପାଇଁ ଘରେ ପାଳିଥିବା ଗୋରୁ ମଧ୍ୟ ବିକ୍ରିକରି ସାରିଲେଣି। ହେଲେ ଭାଗ୍ୟଧରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ଅନ୍ୟପକ୍ଷରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ଭାଗ୍ୟଧରଙ୍କ ପରିବାର ଚଳିବା ବର୍ତ୍ତମାନ କଷ୍ଟକର ହୋଇ ପଡିଛି। କ୍ଷିଣ ଓ ଦୁର୍ବଳ ଶରୀର ସହ ଗୋଡହାତ ଭଲ ଭାବେ ଚଳୁନି। ଏବେ ରୋଗର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପ୍ରତି ସପ୍ତାହରେ ଦୁଇ ଥର ଡାଏଲେସିସ ହେବାକୁ ଭାଗ୍ୟଧର କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ଆବଶ୍ୟକ ଅର୍ଥ ମଧ୍ୟ ନାହିଁ। ଏଥିସହ ପ୍ରତ୍ୟେକ ଦିନ ଖାଉଥିବା ଔଷଧ କିଣିବାକୁ ପାଖରେ ଅର୍ଥ ମଧ୍ୟ ଅଭାବ। ଏହି ସମୟରେ ଅଞ୍ଚଳବାସୀଙ୍କ ପକ୍ଷରୁ ସହାୟତା କରାଯାଇଛି। ମାତ୍ର ପ୍ରଶାସନିକ ସହାୟତା ଭାଗ୍ୟଧରଙ୍କୁ ଯୋଗାଇ ଦେବାକୁ ରଘୁଦେଇପୁର ସରପଞ୍ଚ ଭକ୍ତିଲତା ନାୟକ, ସମିତିସଭ୍ୟା ମୋନାଲିସା ମଲ୍ଲିକ, ସାମାଜିକ କର୍ମୀ ଦୈତାରୀ ଜେନା ଜିଲାପାଳଙ୍କୁ ନିବେଦନ କରିଛନ୍ତି। ଭାଗ୍ୟଧରଙ୍କ ସ୍ତ୍ରୀ, ଦୁଇ ଝିଅ ଓ ପୁଅ ଅଛନ୍ତି। ପୁଅ ନବମ ଶ୍ରେଣୀରେ, ସାନ ଝିଅ ଯୁକ୍ତ ଦୁଇରେ ପଢୁଛନ୍ତି। ବଡ ଝିଅ ପାଠପଢ଼ା ପରେ ଘରେ ରହିଛନ୍ତି। ତେବେ ପରିବାର ପାଇଁ ଏକମାତ୍ର ରୋଜଗାରକ୍ଷମ ଥିବା ଭାଗ୍ୟଧରଙ୍କ ଏପରି ଅବସ୍ଥା ପରେ ସମସ୍ତେ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି। ତେଣୁ ସରକାରୀ ସ୍ତରରେ ଓ କେହି ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢ଼ାଇଲେ ଭଗ୍ୟଧରଙ୍କ ଚିକିତ୍ସା ହୋଇପାରନ୍ତା ବୋଲି ସ୍ତ୍ରୀ ସସ୍ମିତା ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri