Posted inଜାତୀୟ

ଭୋଜଶାଳାରୁ ମିଳିଛି ୯୪ ଭଗ୍ନ ମୂର୍ତ୍ତି

ଇନ୍ଦୋର/ନୂଆଦିଲ୍ଲୀ,୧୬ା୭: ମଧ୍ୟପ୍ରଦେଶର ବିବାଦୀୟ ଭୋଜଶାଳା-କମଲ-ମୌଲା ମସ୍‌ଜିଦ କମ୍ପ୍ଲେକ୍ସ ଉପରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ସୋମବାର ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ୍‌ରେ ୨,୦୦୦ ପୃଷ୍ଠାର ବିଜ୍ଞାନସମ୍ମତ ସର୍ଭେ ରିପୋର୍ଟ ଦାଖଲ କରିଛି। ଉକ୍ତ ସ୍ଥାନରୁ ୯୪ରୁ ଊର୍ଦ୍ଧ୍ୱ ମୂର୍ତ୍ତି ମିଳିଥିବା ରିପୋର୍ଟରେ କୁହାଯାଇଛି। ସେଠାରେ ହିନ୍ଦୁ ମନ୍ଦିର ଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ତେଣୁ ଏହି ବିବାଦୀୟ ଅଞ୍ଚଳରେ କେବଳ ହିନ୍ଦୁମାନଙ୍କୁ ପୂଜା ପାଇଁ ଅନୁମତି ଦିଆଯିବା ଆବଶ୍ୟକ ବୋଲି ଆଇନଜୀବୀ ହରିଶଙ୍କର ଜୈନ କହିଛନ୍ତି। ଏଏସ୍‌ଆଇ ଓକିଲ ହିମାଂଶୁ ଜୋଷୀ ହାଇକୋର୍ଟ ରେଜିଷ୍ଟ୍ରିରେ ରିପୋର୍ଟ ଦାଖଲ କରିଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୧୫ ସୁଦ୍ଧା ସମ୍ପୂର୍ଣ୍ଣ ସର୍ଭେ ରିପୋର୍ଟ ଦାଖଲ କରିବା ପାଇଁ ଗତ ୪ ତାରିଖରେ ହାଇକୋର୍ଟ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଥିଲେ। ହିନ୍ଦୁ ଫ୍ରଣ୍ଟ ଫର୍‌ ଜଷ୍ଟିସ୍‌ ପକ୍ଷରୁ ବିବାଦୀୟ ଭୋଜଶାଳା-କମଲ-ମୌଲା ମସ୍‌ଜିଦ କମ୍ପ୍ଲେକ୍ସର ବିଜ୍ଞାନସମ୍ମତ ସର୍ଭେ ନିମନ୍ତେ ଆବେଦନ କରାଯାଇଥିଲା। ହିନ୍ଦୁ ସମ୍ପ୍ରଦାୟ ଭୋଜଶାଳା କମ୍ପ୍ଲେକ୍ସକୁ ବାଗଦେବୀଙ୍କ ମନ୍ଦିର ଭାବେ ଉତ୍ସର୍ଗ କରିଥିବାବେଳେ ମୁସଲମାନ ସମ୍ପ୍ରଦାୟ ଏହାକୁ କମଲ-ମୌଲା ମସ୍‌ଜିଦ ବୋଲି ଦର୍ଶାଇଥାନ୍ତି। ଏହାକୁ ନେଇ ଦୀର୍ଘବର୍ଷ ହେଲା ବିବାଦ ଲାଗି ରହିଥିବାବେଳେ ୨୦୦୩ରେ ଏଏସ୍‌ଆଇ ଏଥିରେ ହସ୍ତକ୍ଷେପ କରି ହିନ୍ଦୁମାନେ ମଙ୍ଗଳବାର ସେଠାରେ ପୂଜା କରିବା ସହ ଶୁକ୍ରବାର ମୁସଲମାନମାନେ ନମାଜ ପାଠ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲା। ଭୋଜଶାଳା କମ୍ପ୍ଲେକ୍ସର ବିଜ୍ଞାନସମ୍ମତ ସର୍ଭେ ପାଇଁ ମାର୍ଚ୍ଚ ୧୧ରେ ମଧ୍ୟପ୍ରଦେଶ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ମୌଲାନା କମାଲୁଦ୍ଦିନ ଓ୍ବେଲ୍‌ଫେୟାର ସୋସାଇଟି ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ସୁପ୍ରିମକୋର୍ଟ ଏହାର ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ରାଜି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri