୮୯ ପ୍ରତିଶତ ଜମି ପଡ଼ିଆ ପଡ଼ିଛି

ନୟାଗଡ,୨୦।୬(ଲୋକନାଥ ମିଶ୍ର)ଆକାଶରେ ଘଡ଼ଘଡ଼ି ମାରୁଛି ଓ ବିଜୁଳି ଦେଖା ଦେଉଛି । ହେଲେ ବର୍ଷା ହେଉନି । ମୌସୁମୀ ଆଗମନରେ ବିଳମ୍ବ କାରଣରୁ ରଜ ଯିବା ପରେ ବି ବର୍ଷା ହେଉ ନ ଥିବାରୁ ଧାନ ଚାଷ ପ୍ରାରମ୍ଭରୁ ଚାଷୀର ଚିନ୍ତା ବଢ଼ିଲାଣି । ୧୧ ପ୍ରତିଶତ ଜମିରେ ଧାନ ବୁଣା ସରିଛି ା ଶୁଖିଲି ତଳି ପକା ଯାଇଥିଲେ ମଧ୍ୟ ବର୍ଷା ହେଉ ନ ଥିବାରୁ ଗଛ ଉଠୁନି । ସେହିପରି ବର୍ଷା ଅଭାବରୁ ୮୯ ପ୍ରତିଶତ ଜମି ଚାଷ ନ ହୋଇ ପଡ଼ିଆ ପଡି ରହିଛି । ଏନେଇ ବାଲୁଗଁାର ଚାଷୀ କାବୁଲି ପ୍ରଧାନ କୁହନ୍ତି, କାଳ ବୈଶାଖି ଯୋଗୁ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା । ଚାଷ ପାଇଁ ବର୍ଷା ଠିକ୍‌ ନ ଥିଲେ ହେଁ ବହୁ କଷ୍ଟରେ ଚାଷ କରି ଧାନ ବୁଣିଛୁ । ପୁଣି କିଛି ଜମିରେ ଶୁଖିଲା ଧାନ ତଳି ପକାଇଛୁ । ହେଲେ ରଜ ଗଲା ପରେ ବି ବର୍ଷା ହେଉ ନାହିଁ । ଆମେ ଚାତକ ପକ୍ଷୀ ପରି ବର୍ଷାକୁ ଅନାଇ ରହିଛୁ । ନୂଆଗଁା ବ୍ଲକ୍‌ ରାଇପୁର ଗଁାର ରବୀନ୍ଦ୍ର ବରାଡ କୁହନ୍ତି, ଚଳିତ ବର୍ଷ ଭଲ ବର୍ଷା ହେବ ନାହିଁ । ମୌସୁମୀ ପ୍ରଥମରୁ ହଇରାଣ କଲାନି । ବର୍ଷା ନ ହେବାରୁ ଚାଷୀର ନିଦ ହଜି ଗଲାଣି । ଆମ ଅଞ୍ଚଳର ଚାଷୀ ଧାନ ବୁଣି ବର୍ଷାକୁ ଅପେକ୍ଷା କରି ରହିଛୁ ବୋଲି କହିଛନ୍ତି । ଭାପୁର ବ୍ଲକ୍‌ ଚକ୍ରଧରପ୍ରସାଦ ଗଁାର ଅଭିମନ୍ୟୁ ଗୁମାନ ସିଂ କୁହନ୍ତି, ବର୍ଷାକୁ ଅପେକ୍ଷା କରି ଚାଷକୁ ବିଳମ୍ବ କଲେ କ୍ଷତିରେ ପଡିବୁ । ଏଣୁ ବର୍ଷାକୁ ଆଶା ରଖି ଶୁଖିଲି ଧାନ ତଳି ବୁଣିଛୁ । ପୁଣି ବିଲରେ ଧାନ ବୁଣିଛୁ । ରଜ ସମୟରେ ବର୍ଷା ହେବ ବୋଲି ଆମର ବିଶ୍ୱାସ ଥିଲା । ଏବେ ପାଣିପାଗ ବିଭାଗ କହୁଛି ସ୍ବଳ୍ପ ଦିନ ଭିତରେ ବର୍ଷା ହେବ । ଆମେ ବର୍ଷାକୁ ଅପେକ୍ଷା କରି ରହିଛୁ । ଓଡ଼ଗଁା ବ୍ଲକ ଗୋଡିପଡା ଗଁାର ଚାଷୀ ଗଣେଶ୍ୱର ମିଶ୍ର କୁହନ୍ତି, ବର୍ଷା ନ ଥିବାରୁ ଜମି ଚାଷ କରିନୁ । ବର୍ଷା ହେଲେ ପଡିଆ ଜମି ଚାଷ କରିବୁ । ପରେ ଧାନ ବୁଣିବୁ ା ନ ହେଲେ ଧାନ ତଳି ପକାଇବୁ। ରଣପୁର ବ୍ଲକ ଲତାର ଗଁାର ଗୋବିନ୍ଦ କହଲସିଂ କୁହନ୍ତି, ଆମ ଅଞ୍ଚଳରେ ସବୁ ଜମି ପଡ଼ିଆ ପଡିଛି । ବର୍ଷା ହେଲା ପରେ ବିଲ କାଦୁଅ କରାଯିବ । ପରେ ତଳି ପଡିବ । ଆମେ ବର୍ଷାକୁ ଅପେକ୍ଷା କରିଛୁ। ପାଣିପୋଇଲା ଛକର ଚାଷୀ ମାଧବ ବେହେରା କୁହନ୍ତି, ସରକାରୀ ଧାନ ବିହନ ଆମେ କିଣୁନୁ । ନିଜେ ସଂରକ୍ଷଣ କରି ରଖିଥିବା ବିହନ ବୁଣୁଛୁ । ଚଳିତ ବର୍ଷ ଧାନ ବୁଣି ସାରିଛୁ । ବର୍ଷା ଭଲ ନ ହେଲେ ଧାନ କ୍ଷତି ହୋଇ ଯିବାର ଭୟ ରହିଛି । ଧାନ ନଷ୍ଟ ହୋଇଗଲେ ପୁଣି ତଳି ପାଇଁ ହଇରାଣ ହେବାକୁ ପଡିବ ବୋଲି ସେ କହିଛନ୍ତି । ଜିଲା ମୁଖ୍ୟ କୃଷି ଅଧିକାରୀ ସଞ୍ଜୟ କୁମାର ଦଳେଇ କୁହନ୍ତି, ବର୍ଷା ନ ଥିବାରୁ ଚାଷ ପଛେଇଛି । ଚାଷୀ ବର୍ଷାକୁ ଅପେକ୍ଷା କରି ରହିଛି ଧାନ ବୁଣିବାକୁ । ଧାନ ବିହନ କିଣିବାରେ ଚାଷୀର କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri