Posted inଖେଳ

କ୍ୱାର୍ଟର ଫାଇନାଲରେ ସହିଦ ସ୍ପୋର୍ଟିଂ

ଭୁବନେଶ୍ୱର, ୭।୫ (ତପନ ସ୍ବାଇଁ): ପାରାମାଉଣ୍ଟ ସ୍ପୋର୍ଟିଂ ଆନୁକୂଲ୍ୟରେ ଏହାର ପଡ଼ିଆରେ ଚାଲିଥିବା ୬ଷ୍ଠ ଅରବିନ୍ଦ ସ୍ମାରକୀ ୧୬ ବର୍ଷରୁ କମ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ସହିଦ ସ୍ପୋର୍ଟିଂ। ସୋମବାର ଅନୁଷ୍ଠିତ ଏହି ମ୍ୟାଚରେ ସହିଦ ସ୍ପୋର୍ଟିଂ ୭ ଉଇକେଟରେ ଶ୍ରୀ ଜୟଦେବ ସ୍ପୋଟର୍‌ସ ଆସୋସିଏଶନ (ଏସ୍‌ଜେଏସ୍‌ଏ)କୁ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ଏସ୍‌ଜେଏସ୍‌ଏ ୩୦ ଓଭରରେ ୬ ଉଇକେଟ ହରାଇ ୧୫୫ ରନ କରିଥିଲା। ଦଳ ପକ୍ଷରୁ ଦେବାଂଶୁ ଜେନା ସର୍ବାଧିକ ୪୩ ଓ ଆୟୂଷ ଶେଟ୍ଟୀ ୩୫ ରନ କରିଥିବାବେଳେ ବିପକ୍ଷ ବୋଲରମାନେ ଅତିରିକ୍ତଭାବେ ତୃତୀୟ ସର୍ବାଧିକ ୩୪ ରନ ବ୍ୟୟ କରିଥିଲେ। ଆଦିତ୍ୟ କୁମାର ପ୍ରଧାନ ସର୍ବାଧିକ ୩ଟି ଉଇକେଟ ନେଇଥିଲେ। ଜବାବରେ ସହିଦ ସ୍ପୋର୍ଟିଂ ଆଦିତ୍ୟ କୁମାର ପ୍ରଧାନଙ୍କ ଦ୍ରୁତ ୭୬ ଓ ଆଦିତ୍ୟ ରାଜ ମିଶ୍ରଙ୍କ ଅପରାଜିତ ୪୧ରନ ବଳରେ ୨୨.୫ ଓଭରରେ ୩ ଉଇକେଟ ହରାଇ ୧୫୭ ରନ ସଂଗ୍ରହ କରି ନେଇଥିଲା। ପରାଜିତ ଦଳର ବୋଲରଙ୍କ ମଧ୍ୟରେ ସରଓ୍ବନ କୁମାର ସାହୁ ୨ଟି ଉଇକେଟ ନେଇଥିଲେ। ଆୟୋଜକ ପାରାମାଉଣ୍ଟ ସ୍ପୋର୍ଟିଂ କୋଷାଧ୍ୟକ୍ଷ ସଞ୍ଜୀବ କୁମାର ରଥ ଅତିଥିଭାବେ ଯୋଗଦେଇ ବିଜୟୀ ଦଳର ଆଦିତ୍ୟ କୁମାର ପ୍ରଧାନଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଲଘୁଚାପ: ୧୦ ତାରିଖରେ ଏହି ସବୁ ସ୍ଥାନରେ ବର୍ଷିବ, ପାଣିପାଗ ବିଶେଷଜ୍ଞ କହିଲେ…

ଭୁବନେଶ୍ୱର,୬।୧: ଆସୁଛି ଲଘୁଚାପ । ଲଘୁଚାପକୁ ନେଇ ପାଣିପାଗ ବିଶେଷଜ୍ଞ ଶରତ ସାହୁ ସୂଚନା ଦେଇ କହିଛନ୍ତି, ୧୦ ତାରିଖରେ ସ୍ବଳ୍ପରୁ ମଧ୍ୟମ ଧରଣ ବର୍ଷା...

ବିଲକୁ ଯାଇଥିବାବେଳେ ବାର୍‌ହା ସହ ମୁହାଁମୁହିଁ ହୋଇଗଲେ ଚାଷୀ, ତା’ପରେ…

ଭୁବନ,୬।୧( ବିପିନ ବିହାରୀ ସେଠୀ) : ଢେଙ୍କାନାଳ ଜିଲା ଭୁବନ ଥାନା ଏକତାଳି ଗ୍ରାମର ଅରୁଣ ମନ୍ତ୍ରୀ (୬୫) ମଙ୍ଗଳବାର ବାର୍‌ହା ଆକ୍ରମଣରେ ଗୁରୁତର ଆହତ...

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ସେବା ଦିବସ ଭାବେ ପାଳିତ, ସ୍ଵେଚ୍ଛାକୃତ ରକ୍ତଦାନ କଲେ ଦଳୀୟ ନେତା ଓ କର୍ମୀ

କେନ୍ଦୁଝର,୬।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମଦିନ ଉପଲକ୍ଷେ ଆଜି କେନ୍ଦୁଝର ଜିଲା ଭାଜପା କାର୍ଯ୍ୟାଳୟରେ ଏକ ମେଗା ରକ୍ତଦାନ ଶିବିର...

ଗୋଟିଏ ଘରୁ ଉଠିଲା ଦୁଇଟି କୋକେଇ: ଏକାବେଳେ ଆରପାରିକୁ ଚାଲିଗଲେ ମା’ ପୁଅ

ଜୟପୁର,୬।୧(ପବନ ପାଣିଗ୍ରାହୀ): ବିଧିର ବିଧାନ। ମାଆର ମୃତ୍ୟୁ ସହି ପାରିଲେନି ପୁଅ। ହୃଦ୍‌ଘାତରେ ଚାଲିଗଲା ୪୫ ବର୍ଷୀୟ ପୁଅର ଜୀବନ। ଗୋଟିଏ ଘରୁ ଉଠିଲା ଦୁଇଟି...

ଏହି ଗୋଟିଏ କାମ କରି ନଥିଲେ ଆଉ ବୁକ୍‌ କରିପାରିବେନି ଟ୍ରେନ ଟିକେଟ୍‌, ଜାନୁଆରୀ ୧୨ ଲାଗୁ ହେବ ନୂଆ ନିୟମ

ନୂଆଦିଲ୍ଲୀ,୬।୧: ଟିକେଟ ବୁକିଂ ଠକେଇକୁ ରୋକିବା ପାଇଁ IRCTC କଡ଼ା ପଦକ୍ଷେପ ନେଇଛି। ଏହା ଅଧୀନରେ, IRCTC ଉପଭୋକ୍ତାମାନଙ୍କୁ ସେମାନଙ୍କର ଆଧାର କାର୍ଡ ଲିଙ୍କ କରିବାକୁ...

ପୁଣି ବିଗିଡ଼ିଲା ସୋନିଆ ଗାନ୍ଧିଙ୍କ ସ୍ୱାସ୍ଥ୍ୟାବସ୍ଥା, ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୬।୧: ସୋମବାର ସନ୍ଧ୍ୟାରେ ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲ ସୂତ୍ର ଅନୁଯାୟୀ ସୋନିଆ ଗାନ୍ଧିଙ୍କ...

ମୁସ୍ତାଫିଜୁର ରହମାନଙ୍କୁ ହଟାଇ ନାହିଁ BCCI! ତେବେ କାହା ଇସାରାରେ IPLରୁ ବିଦା ଦେଲେ ବାଂଲାଦେଶୀ ଖେଳାଳି? ଜାଣନ୍ତୁ…

ନୂଆଦିଲ୍ଲୀ,୬।୧: ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ IPL ରୁ ବାହାର କରିବାର ନିଷ୍ପତ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଦ୍ୱାରା ନିଆଯାଇ ନଥିଲା। ରିପୋର୍ଟ...

‘ଶେଖ ହାସିନାଙ୍କୁ ଭାରତ ଶରଣ ଦେବା ଦ୍ୱାରା ହିନ୍ଦୁମାନଙ୍କ ଉପରେ ହୋଉଛି ଆକ୍ରମଣ’, ଶଙ୍କରାଚାର୍ଯ୍ୟଙ୍କ ବଡ଼ ବୟାନ ପରେ…

ନୂଆଦିଲ୍ଲୀ,୬।୧: ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇଛନ୍ତି। ସେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri