ଟିପିସିଓଡିଏଲ୍‌ ପକ୍ଷରୁ ଟିଏମ୍‌ୟୁର ଶୁଭାରମ୍ଭ

ଭୁବନେଶ୍ୱର,୭।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ନୂତନ ଜ୍ଞାନକୌଶଳରେ ନିର୍ମିତ ଟ୍ରାନ୍ସଫର୍ମର ମନିଟରିଂ ୟୁନିଟ୍‌ ବା ଟିଏମ୍‌ୟୁର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଉନ୍ନତ ବୈଷୟିକ ସମାଧାନ ମାଧ୍ୟମରେ କମ୍ପାନୀ ଗୁଣାତ୍ମକ ସେବା ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି, ଗ୍ରାହକ ସେବାରେ ଉନ୍ନତି ଆଣିବାକୁ କମ୍ପାନୀ ନିରନ୍ତର ପ୍ରୟାସ କରୁଛି। ଟିପିସିଓଡିଏଲ୍‌ ପକ୍ଷରୁ ନିକଟରେ ଟ୍ବିନ୍‌ସିଟି ଭୁବନେଶ୍ୱର ଓ କଟକଠାରେ ଥିବା ୩୩/୧୧ କେଭି ପ୍ରାଥମିକ ସବ୍‌ଷ୍ଟେଶନରେ ଅତ୍ୟାଧୁନିକ ଟିଏମ୍‌ୟୁର ବ୍ୟବହାର ଆରମ୍ଭ କରିଛି। ବିଶେଷକରି ଏହା ଏକା ସମୟରେ ଅନୁଧ୍ୟାନ, ନିୟନ୍ତ୍ରଣ ଏବଂ ଯୋଗାଯୋଗର ଏକ ଅସାଧାରଣ ମିଶ୍ରଣ ପ୍ରଦାନ କରୁଛି। ଏହି ବୈଷୟିକ ଉପକରଣ ଭୋଲଟେଜ୍‌, କରେଣ୍ଟ, ଗ୍ୟାସ୍‌, ଅନଲୋଡ୍‌ ଟ୍ୟାପ୍‌ ଚେଞ୍ଜର, ତୈଳ ଏବଂ ୱାଇଣ୍ଡିଂ ତାପମାତ୍ରା ପରି ଟ୍ରାନ୍ସଫର୍ମର ମାନଦଣ୍ଡଗୁଡିକ ବିଷୟରେ ବାସ୍ତବ ସମୟ ସୂଚନା ପ୍ରଦାନ କରୁଛି। ସେହିଭଳି ଟ୍ରାନ୍ସଫର୍ମର ମନିଟରିଂ ୟୁନିଟ୍‌ଗୁଡ଼ିକ ତ୍ରୁଟିକୁ ଶୀଘ୍ର ଚିହ୍ନଟ କରିବାରେ ଏବଂ ୩୩/୧୧ କେଭି ବିଦ୍ୟୁତ ଟ୍ରାନ୍ସଫର୍ମରର ବିଫଳତାକୁ ଏଡାଇବାରେ ମଧ୍ୟ ସାହାଯ୍ୟ କରିବ। ଏହି ଟିଏମୟୁଗୁଡିକ ପାରମ୍ପରିକ ପ୍ୟାନେଲ ସୁଇଚ୍‌, ତାପମାତ୍ରା ମାପକ ଏବଂ ଲାଚିଂ ରିଲେର ସ୍ଥାନ ନେଇଛି, କୌଣସି ମାନବୀୟ ହସ୍ତକ୍ଷେପ ବିନା ସ୍ବତଃସ୍ଫୂତ୍ତ ଭାବେ ଭୋଲଟେଜ୍‌ ବଢ଼ାଇବା/କମାଇବା ପାଇଁ ସେଗୁଡ଼ିକୁ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦୋର ପାଣିରେ ବ୍ୟାକ୍ଟେରିଆ

ନୂଆଦିଲ୍ଲୀ,୩ା୧: ମଧ୍ୟପ୍ରଦେଶର ଇନ୍ଦୋର ଅନ୍ତର୍ଗତ ଭଗୀରଥପୁରା ଅଞ୍ଚଳରେ ଦୂଷିତ ପାଣିରୁ ଡାଇରିଆ ବ୍ୟାପି ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ୧,୪୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ...

ଚିତାଳୋ କଲେଜର ପୂର୍ବତନ ଅଧ୍ୟକ୍ଷ, ସଭାପତି ଗିରଫ, ଏହି ମାମଲାରେ…

ଯାଜପୁର/ ଯାଜପୁର ଟାଉନ୍‌ ୩ା୧(ହର୍ଷବର୍ଦ୍ଧନ ବେହେରା/ ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଜିଲା ଦଶରଥପୁର ବ୍ଲକ ଚିତାଳୋ ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଦ୍ୱୈତ ପ୍ରସାଦ...

ନୂଆ ଦାୟିତ୍ୱ ଗ୍ରହଣ କଲେ ଦେଓ ରଞ୍ଜନ, ହେମନ୍ତ ଶର୍ମା

ଭୁବନେଶ୍ୱର,୩ା୧(ସୁନିତ୍‌ ମିଶ୍ର): ରାଜ୍ୟର ଉନ୍ନୟନ କମିଶନର(ଡିସି) ଭାବେ ନିଯୁକ୍ତି ପାଇଥିବା ୧୯୯୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଦେଓ ରଞ୍ଜନ କୁମାର ସିଂ ଶୁକ୍ରବାର ତାଙ୍କ ନୂଆ...

ଆହୁରି ୫ଦିନ ଘନ କୁହଡ଼ି: ଆଗାମୀ ୨୪ ଘଣ୍ଟା ପାଇଁ…

ଭୁବନେଶ୍ୱର,୩ା୧(ବନ୍ଦନା ସେଠୀ): ଘନ କୁହୁଡ଼ି ବଳୟରେ ଅସ୍ତବ୍ୟସ୍ତ ଜୀବନ। ଫଳରେ ଦୃଶ୍ୟମାନ କ୍ଷମତା ହ୍ରାସ ପାଇବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ତେବେ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ...

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ଇଲେକ୍ଟ୍ରୋନିକ୍ସ ହବ୍ ହେବ ଭାରତ: ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ୪.୬ ବିଲିୟନ ଡଲାର ଅନୁଦାନ

ନୂଆଦିଲ୍ଲୀ,୨ା୧: ଭାରତ ସରକାର ଦେଶର ଇଲେକ୍ଟ୍ରୋନିକ୍ସ ଯୋଗାଣ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ଆଇଟି (IT) ମନ୍ତ୍ରଣାଳୟ...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri