Odisha Elections 2024
Posted inଫୁରସତ

ଯୁବବର୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ଆମ୍ବେଡକର

ଆଜି ଅର୍ଥାତ୍‌ ଏପ୍ରିଲ ୧୪ରେ ସାମାଜିକ ନବୀକରଣର ଅଗ୍ରଦୂତ ଡକ୍ଟର ଭୀମରାଓ ଆମ୍ବେଡକରଙ୍କ ଜୟନ୍ତୀ। ଆମ୍ବେଡକର ଭାରତୀୟ ସମ୍ବିଧାନ ପ୍ରଣେତା ଅଟନ୍ତି। ଲୋକେ ଭୀମରାଓ ଆମ୍ବେଡକର ବା ବାବା ସାହେବଙ୍କ ଜନ୍ମ ବାର୍ଷିକୀକୁ ଉତ୍ସାହର ସହିତ ସାରା ଦେଶରେ ପାଳନ କରିଥାନ୍ତି। ୧୯୯୦ରେ ତାଙ୍କୁ ଭରତରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା। ତେବେ ଭାରତରତ୍ନ ପ୍ରାପ୍ତ ଆମ୍ବେଡକରଙ୍କ ଜୀବନ ସଂଘର୍ଷମୟ ଥିଲା।

Ambedkar's Ideology is Significant for India and the World | NewsClick

ଆମ୍ବେଡକର ଏକ ଦଳିତ ପରିବାରରେ ୧୪ ଏପ୍ରିଲ ୧୮୯୧ରେ ମଧ୍ୟପ୍ରଦେଶର ଏକ ଛୋଟ ଗାଁ ମୋହୋରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ରାମଜୀ ମାଲୋଜୀ ସାକପାଲ ଏବଂ ମାତାଙ୍କ ନାମ ଭୀମବାଇ ଥିଲା।

ସେ ଦଳିତ ପରିବାରର ହୋଇଥିବାରୁ ତାଙ୍କ ପିଲାଦିନ ଭେଦଭାବରେ ଅତିବାହିତ ହୋଇଥିଲା। ବହୁ କଷ୍ଟ ସ୍ବୀକାର କରି ସେ ଭେଦଭାବର ସମ୍ମୁଖୀନ ହୋଇ ତାଙ୍କର ଶିକ୍ଷା ସମାପ୍ତ କରିଥିଲେ। ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ସ୍ବାଧୀନ ଭାରତକୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପରିଣତ କରିବା ଏବଂ ସମ୍ବିଧାନ ପ୍ରସ୍ତୁତ କରିବାରେ ଏକ ଅଦ୍ଭୁତ ଭୂମିକା ଗ୍ରହଣ କରିଥିଲେ। ପଛୁଆ ଏବଂ ଦଳିତମାନଙ୍କ ଅଧିକାର ପାଇଁ ବାବା ସାହେବ ତାଙ୍କର ପୂରା ଜୀବନ ସଂଗ୍ରାମ କରିଥିଲେ। ଆଜିର ଏହି ସ୍ବତନ୍ତ୍ର ଦିନରେ ତାଙ୍କ ଜୀବନ ସହ ଜଡ଼ିତ କିଛି ରୋଚକ କାହାଣୀ ରହିଛି, ଯାହା ଯୁବବର୍ଗଙ୍କ ପାଇଁ ପ୍ରେରଣାଦାୟକ ଅଟେ।

Andhra University | Dr. B.R. Ambedkar Chair Home

ସେହି ସମୟରେ ଅସ୍ପୃଶ୍ୟତା ପ୍ରଚଳିତ ଥିଲା। ଯେଉଁଥିପାଇଁ ତାଙ୍କୁ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। କିନ୍ତୁ ବାବା ସାହେବ ପିଲାଦିନରୁ ବୁଦ୍ଧିମାନ ଏବଂ ଅଧ୍ୟୟନରେ ଭଲ ଥିଲେ। ତେଣୁ ସେ ଜାତିର ଶୃଙ୍ଖଳା ଭାଙ୍ଗି ନିଜର ଶିକ୍ଷା ସମାପ୍ତ କରିଥିଲେ। ସେ ହେଉଛନ୍ତି ପ୍ରଥମ ଅସ୍ପୃଶ୍ୟ ଛାତ୍ର, ଯିଏକି ମୁମ୍ବାଇର ଏଲଫିନ୍‌ଷ୍ଟୋନ୍‌ ରୋଡ୍‌ରେ ଅବସ୍ଥିତ ସରକାରୀ ବିଦ୍ୟାଳୟରେ ଆଡ୍‌ମିଶନ ନେଇଥିଲେ। ପରେ ୧୯୧୩ରେ ଆମ୍ବେଡକର ଆମେରିକାର କଲମ୍ବିଆ ୟୁନିଭର୍ସିଟିରୁ ଶିକ୍ଷା ଗ୍ରହଣ କରିଥିଲେ। ୧୯୧୬ରେ ତାଙ୍କର ରିସର୍ଚ୍ଚ ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା।

CMs, Guvs of Telangana, AP pay rich tribute to Ambedkar

ଲଣ୍ଡନରେ ପଢ଼ିବା ସମୟରେ ଯେତେବେଳେ ତାଙ୍କର ଛାତ୍ରବୃତ୍ତି ଶେଷ ହୋଇଥିଲା ସେତେବେଳେ ସେ ଘରକୁ ଫେରି ମୁମ୍ବାଇର ଏକ କଲେଜରେ ପ୍ରଫେସର ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଏଠାରେ ମଧ୍ୟ ତାଙ୍କୁ ଜାତିଭେଦ ଏବଂ ସମାନତାର ସାମ୍ନା କରିବାକୁ ପଡ଼ିଥିଲା। ଏହି କାରଣରୁ ଆମ୍ବେଡକର ଦଳିତ ସମ୍ପ୍ରଦାୟକୁ ସମାନ ଅଧିକାର ପ୍ରଦାନ ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ବ୍ରିଟିଶ ସରକାରଙ୍କଠାରୁ ଭିନ୍ନ ନିର୍ବାଚନ ଦାବି କରିଥିଲେ, ଯାହା ମଧ୍ୟ ଅନୁମୋଦିତ ହୋଇଥିଲା, କିନ୍ତୁ ଯେତେବେଳେ ଗାନ୍ଧିଜୀ ଉପବାସରେ ମୃତ୍ୟୁମୁଖରେ ପଡ଼ିଥିଲେ ସେତେବେଳେ ଆମ୍ବେଡକରଙ୍କୁ ତାଙ୍କ ଦାବି ପ୍ରତ୍ୟାହାର କରିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

ବଟର ଚିକେନ୍‌ ଉଦ୍ଭାବକ କିଏ

ନୂଆଦିଲ୍ଲୀ,୧୮ା୫: ବଟର ଚିକେନ୍‌ ହେଉଛି ତନ୍ଦୁରରେ ରନ୍ଧାଯାଉଥିବା ଚିକେନ୍‌ ପିସ୍‌ଗୁଡ଼ିକୁ ଟମାଟୋ, କ୍ରିମ୍‌ ଓ ବଟର ସହ ମିଶ୍ରଣ କରି ପ୍ରସ୍ତୁତ କରାଯାଉଥିବା ଏକ ବ୍ୟଞ୍ଜନ।...

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri