ତ୍ରିକୋଣୀୟ ପ୍ରେମରୁ ହତ୍ୟା ମାମଲା, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୧୮।୩: ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ହୋଇଥିବା ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ। ଅଞ୍ଜନ ବେହେରା ହତ୍ୟା ମାମଲାରେ ଲକ୍ଷ୍ମୀସାଗର ପୋଲିସ ଭୁବନେଶ୍ୱରର ସାଲିଆ ସାହି ବସ୍ତିରୁ କାହ୍ନା ପ୍ରଧାନ ଏବଂ ନିହାରିକାଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ରକ୍ତ ଜୁଡୁବୁଡୁ ଧାରୁଆ ଅସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି। ଏହି ଅପରାଧରେ ସମ୍ପୃକ୍ତ ଥିବା ଅନ୍ୟ ଚାରିଜଣଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ କରୁଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଏହି ପ୍ରେମୀଯୁଗଳ ଗୌତମଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର କରିଥିଲେ, ଯିଏ ନିହାରିକାଙ୍କୁ ପୁର୍ବରୁ ପ୍ରେମ କରୁଥିଲେ। ଖବର ଅନୁଯାୟୀ, ମାର୍ଚ୍ଚ ୧୬ ରାତିରେ ଏହି ତ୍ରିକୋଣୀୟ ପ୍ରେମ କାହାଣୀରେ ବଳି ପଡିଥିତେ ଅଞ୍ଜନ। ଲକ୍ଷ୍ମୀସାଗର ଥାନାରେ ଅଞ୍ଜନଙ୍କ ମା’ଙ୍କ ଅଭିଯୋଗକୁ ଭିତ୍ତି କରି ହତ୍ୟା ମାମଲାର ତଦନ୍ତ ଆରମ୍ଭ ହୋଇଥିଲା।

ଅନୁସନ୍ଧାନ ବେଳେ ଅଞ୍ଜନ ବେହେରା ଏକ କ୍ୟାଟରିଂ କମ୍ପାନୀ ସହ କାମ କରୁଥିବା ପୋଲିସ ଜାଣିବାକୁ ପାଇଛି। ତାଙ୍କ ସହକର୍ମୀ ଗୌତମ, ସ୍କୁଲ ଦିନରୁ ଭୁବନେଶ୍ୱରର ଏକାମ୍ର କଲେଜର ଯୁକ୍ତ-୩ ଦ୍ୱିତୀୟ ବର୍ଷର ଛାତ୍ରୀ ନିହାରିକାଙ୍କୁ ଏକ ପାଖିଆ ଭଲ ପାଉଥିଲେ। ଅନ୍ୟପଟେ ନିହାରିକା କାହ୍ନା ପ୍ରଧାନଙ୍କ ସହିତ ପ୍ରେମ ସମ୍ପର୍କରେ ଥିଲେ। ତେବେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଗୌତମ ପଠାଉଥିବା ମେସେଜ୍‌ର କୌଣସି ପ୍ରତିକ୍ରିୟା ଦେଇନଥିଲେ ନିହାରିକା।

ତେବେ ମାର୍ଚ୍ଚ ୧୫ ରେ, ନିହାରିକା ପରୀକ୍ଷା ପାଇଁ କଲେଜ ଯାଇଥିଲେ। ଯେଉଁଠି ସେ ପରୀକ୍ଷାରେ ଦେଇ ଫେରୁଥିବାବେଳେ ଗୌତମ ତାଙ୍କୁ ଅଟକାଇ ପ୍ରେମ ପାଇଁ ପୁନର୍ବାର ନିବେଦନ କରିଥିଲେ ଯାହା ଫଳରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ନିହାରିକା କାହ୍ନା ପ୍ରଧାନ ଛଦ୍ମନାମ ପିଙ୍କୁଙ୍କୁ ଆସି ଏହି ଘଟଣା ବିଷୟରେ କହିଥିଲେ। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ପିଙ୍କୁ ଗୌତମଙ୍କୁ କଥା ହେବା ପାଇଁ ଡାକିଥିଲେ।

ଘଟଣା ଦିନ ରାତିରେ ଗୌତମ ଏବଂ ତାଙ୍କ ସାଙ୍ଗ ଅଞ୍ଜନ, ସୁବାଷ ଏବଂ ଦୀପକ ପ୍ରଧାନ ଜଟଣୀରେ କାମରୁ ଫେରୁଥିଲେ। କାହ୍ନା, ନିହାରିକା ଏବଂ ଅନ୍ୟ ଚାରିଜଣ ସେମାନଙ୍କୁ ଟାନ୍ତାମଣିଶ୍ୱର ରାସ୍ତାରେ ଅଟକାଇଥିଲେ। ଏହାପରେ ସେମାନେ ଗୌତମ ସହ ଯୁକ୍ତିତର୍କ କରିଥିଲେ। ଯେତେବେଳେ ଅଞ୍ଜନ ଏହାକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ କାହ୍ନା ପ୍ରଧାନ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। କାନ୍ଧରେ ଗଭୀର ଆଘାତ ଲାଗି ଅଞ୍ଜନ ତଳେ ପଡିଯାଇଥିଲେ ଏବଂ ଅନ୍ୟମାନେ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲେ। ଏହାପରେ ଅଞ୍ଜନଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ଅତ୍ୟଧିକ ରକ୍ତସ୍ରାବ ହେତୁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଡିସିପି କହିଛନ୍ତି। ହତ୍ୟା ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଏକ ସୱତନ୍ତ୍ର ଟିମ ଗଠନ କରାଯାଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ପୂର୍ବରୁ ଦୁଇଟି ଚୋରି ମାମଲାରେ କାହ୍ନ ପ୍ରଧାନଙ୍କୁ ଗିରଫ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri