୪ ମାସର ନାତିକୁ ୨୪୦ କୋଟିରୁ ଅଧିକ ଟଙ୍କାର ଉପହାର ଦେଲେ ଇନଫୋସିସ ପ୍ରତିଷ୍ଠାତା

ନୂଆଦିଲ୍ଲୀ,୧୮।୩: ଇନଫୋସିସ ପ୍ରତିଷ୍ଠାତା ଏନ.ଆର ନାରାୟଣ ମୁର୍ତ୍ତୀ ତାଙ୍କ ଚାରି ମାସର ନାତି ଏକାଗ୍ର ରୋହନ ମୁର୍ତ୍ତୀଙ୍କୁ ୨୪୦ କୋଟିରୁ ଅଧିକ ମୂଲ୍ୟର ଶେୟାର ଉପହାର ଦେଇଛନ୍ତି। ଏକ୍ସଚେଞ୍ଜ ଫାଇଲିଂ ଅନୁଯାୟୀ, ଏକାଗ୍ର ରୋହନ ମୁର୍ତ୍ତୀ ଭାରତର ଦ୍ୱିତୀୟ ବୃହତ୍ତମ ସୂଚନା ପ୍ରଯୁକ୍ତିବିଦ୍ୟା କମ୍ପାନୀରେ ୧୫,୦୦,୦୦୦ ଅଂଶଧନ କିମ୍ବା ୦.୦୪ ପ୍ରତିଶତ ଅଂଶ ରହିଛି।
ନାତିଙ୍କୁ ଷେୟାର ଦାନ କରିବା ପରେ ଇନଫୋସିସରେ ନାରାୟଣ ମୁର୍ତ୍ତୀଙ୍କ ଅଂଶଧନ ୦.୪୦ ପ୍ରତିଶତରୁ ୦.୩୬ ପ୍ରତିଶତକୁ ଖସି ଆସିଛି। ସେ ବର୍ତ୍ତମାନ କମ୍ପାନୀର ପ୍ରାୟ ୧.୫୧ କୋଟି ଅଂଶଧନ ଧାରଣ କରିଛନ୍ତି। ଏହି କାରବାର ‘ଅଫ ମାର୍କେଟ’ ଢଙ୍ଗରେ କରାଯାଇଥିଲା। ନଭେମ୍ବରରେ ନାରାୟଣ ମୁର୍ତ୍ତୀ ଏବଂ ସୁଧା ମୁର୍ତ୍ତୀ ଜେଜେବାପା ହୋଇଥିଲେ। ସେମାନଙ୍କର ପୁଅ ରୋହନ ମୁର୍ତ୍ତୀ ଏବଂ ପତ୍ନୀ ଅପର୍ଣ୍ଣା କ୍ରିଷ୍ଣନ ଏକ ପୁଅକୁ ସ୍ବାଗତ କରିଥିଲେ। ନାରାୟଣ ମୁର୍ତ୍ତୀ ଏବଂ ସୁଧା ମୁର୍ତ୍ତୀ ମଧ୍ୟ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ଅକ୍ଷତା ମୁର୍ତ୍ତୀଙ୍କ ଦୁଇ ଝିଅଙ୍କ ଜେଜେବାପା-ଜେଜେ ମା’ ଅଟନ୍ତି। ନାରାୟଣ ମୁର୍ତ୍ତୀ ୧୯୮୧ରେ ଇନଫୋସିସ ପ୍ରତିଷ୍ଠା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଭୁଲ୍‌ ଅଭ୍ୟାସ, ଏବେ ଅଧାରୁ ଅଧିକ ରୋଗର କାରଣ: ଜାଣନ୍ତୁ କ’ଣ ସେହି ଅଭ୍ୟାସ

ନୂଆଦିଲ୍ଲୀ,୯।୫: ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର ମୁଖ୍ୟ ଭାରତୀୟଙ୍କ ଖାଦ୍ୟ ଅଭ୍ୟାସ ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଧାରୁ ଅଧିକ ରୋଗର କାରଣ...

ରାମଲାଲାଙ୍କ ଦର୍ଶନ କଲେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ୍‌ ଖାନ୍‌; କହିଲେ ଏମିତି

ଅଯୋଧ୍ୟା,୯।୫: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍‌ ବୁଧବାର ଅଯୋଧ୍ୟା ରାମ ମନ୍ଦିର ଗସ୍ତ କରିଛନ୍ତି। ଏହାକୁ ସେ ଶାନ୍ତିର ସ୍ଥାନ ବୋଲି କହିଛନ୍ତି। ଜାନୁଆରୀ...

କାହିଁକି ଅଧାରୁ ରାଜନୀତି ଛାଡିଥିଲେ ଅମିତାଭ ବଚ୍ଚନ

ଗଣତନ୍ତ୍ରର ମହାନ ପର୍ବ ଅର୍ଥାତ୍‌ ନିର୍ବାଚନ ଚାଲିଛି। ନିର୍ବାଚନବେଳେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଏକ ଘଟଣା ମନେ ପଡିଯାଏ। ବିଗ ବି ରାଜନୀତି ପ୍ରବେଶ କରିଥିଲେ।...

ଅକ୍ଷୟ ତୃତୀୟା ପୂର୍ବରୁ ବୃଦ୍ଧି ପାଇଲା ସୁନା ଓ ରୂପା ମୂଲ୍ୟ, ଜାଣନ୍ତୁ ପ୍ରମୁଖ ସହର ଗୁଡିକର ତାଜା ରେଟ୍ ?

ନୂଆଦିଲ୍ଲୀ,୯।୫: ଶୁକ୍ରବାର ଅକ୍ଷୟ ତୃତୀୟା ପର୍ବ ସାରା ଦେଶରେ ପାଳନ କରାଯିବ। ଏହି ଦିନ ସୁନା କିଣିବାର ବିଶେଷ ମହତ୍ତ୍ୱ ରହିଛି। ଯଦି ଆପଣ ମଧ୍ୟ...

୧୫ ସେକେଣ୍ଡ ପାଇଁ ପୋଲିସ ହଟାଇ ଦିଅ…ଓଓ୍ବାଇସିଙ୍କୁ ଖୁଲମ୍‌ଖୁଲା ଧମକ ଦେଲେ ଭାଜପା ନେତା

ନୂଆଦିଲ୍ଲୀ,୯।୫: ଭାରତୀୟ ଜନତା ପାର୍ଟି (ଭାଜପା) ନିଜର ସମସ୍ତ ଶକ୍ତି ବ୍ୟବହାର କରି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ହାଇଦ୍ରାବାଦ ଗଡ଼କୁ ଭାଙ୍ଗି ଦେଇଛି। ମହାରାଷ୍ଟ୍ରର...

ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ୧ ଲକ୍ଷ ଟଙ୍କାର ଲ୍ୟାପ୍‌ଟପ୍‌: ମିଳିଲା ଏମିତି କିଛି, ଗ୍ରାହକଙ୍କ ହେଶ୍‌ ଉଡିଲା

ନୂଆଦିଲ୍ଲୀ,୯।୫: ଅନଲାଇନ ଶପିଂ ଆପ୍‌ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି। କିନ୍ତୁ ଅନଲାଇନ ଆପଗୁଡ଼ିକର ବିଶ୍ୱସନୀୟତା ଧୀରେ ଧୀରେ ହ୍ରାସ ପାଉଛି। ଏହାର କାରଣ...

ଟଳିପଡିଲେ ୩ ଆତଙ୍କବାଦୀ

ଶ୍ରୀନଗର,୯।୫: ଦକ୍ଷିଣ କଶ୍ମୀରର କୁଲଗାମ ଜିଲାର ରେଡୱାନି ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ପ୍ରାୟ ୪୦ ଘଣ୍ଟା ପରେ ଶେଷ ହୋଇଛି।...

ପିଜା ଖାଇବାକୁ ବିମାନ ବୁକ୍‌ କରି ବିଦେଶରେ ପହଞ୍ଚିଲେ ଯୁବତୀ

ବାସ୍ତାବରେ ଧନୀମାନଙ୍କର ପରିଭାଷା କ’ଣ? ଏହାର ଅର୍ଥ ହେଲା ଧନୀଙ୍କ ପାଖରେ ଅର୍ଥର ଅଭାବ ନ ଥାଏ। ତେଣୁ ମନ ଯାହା ଚାହେଁ, ତାହା କରିଦିଅନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri