ଅନୁଗୋଳରେ ବିଗୁଡୁଛି ଆଇନଶୃଙ୍ଖଳା ସ୍ଥିତି

ଅନୁଗୋଳ, ୧୩।୩ (ଅମିତ କୁମାର ସାମଲ): ଅନୁଗୋଳ ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେବାରେ ଅହେତୁକ ବିଳମ୍ବ ହେଉଛି। ତାରିଖ ପରେ ତାରିଖ ଧାର୍ଯ୍ୟ ହେଉଥିଲେ ମଧ୍ୟ କାମ ସମ୍ପୂର୍ଣ୍ଣ ହେଉନାହିଁ। ଫଳରେ ଅଧାପନ୍ତରିଆ ରାସ୍ତା ଯୋଗୁ ଏହି ରାଜପଥରେ ଦୈନିକ ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଛି। ଅନେକ ସମୟରେ ଟ୍ରାଫିକ ଜାମ୍‌ ପରିସ୍ଥିତି ଦିନ ଦିନ ଧରି ଲାଗି ରହୁଛି। ଏପରି ଅକଥନୀୟ ଦୁର୍ଦ୍ଦଶାରୁ ଅନୁଗୋଳ ସହରବାସୀ ମଧ୍ୟ ବର୍ତ୍ତିପାରୁ ନାହାନ୍ତି। କେତେବେଳ ଜାମ୍‌ ମଧ୍ୟରେ ସହର ରହିଯାଉଛି ତ ଆଉ କେତେବେଳେ ଭାରିଯାନ ଧକ୍କାରେ ସହରର କାହାରି ପ୍ରାଣହାନି ଘଟୁଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୋଷର ପ୍ରତିଫଳନ ଗତ ସୋମବାର ରାତିରେ ଦଶହରା ପଡ଼ିଆ ସମ୍ମୁଖରେ ଦୁର୍ଘଟଣା ପରେ ସୃଷ୍ଟି ହୋଇଥିବା ଉତ୍ତେଜନା ଓ ଗାଡ଼ି ପୋଡ଼ିରୁ ଦେଖିବାକୁ ମିଳୁଛି। ରାଜପଥ କାର୍ଯ୍ୟରେ ବିଳମ୍ବ ପାଇଁ ଆଇନଶଙ୍ଖଳା ପରିସ୍ଥିତି ବିଗୁଡ଼ୁଥିବା ବେଳେ ଏଥିପାଇଁ ସହରବାସୀ ଜାତୀୟ ରାଜପଥ ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ, ଜିଲା ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଅପାରଗତାକୁ ଦାୟୀ କରୁଛନ୍ତି।
ସୂଚନା ଅନୁଯାୟୀ, ଚଳିତବର୍ଷ ଏହି ଜାତୀୟ ରାଜପଥରେ ୫୩ରୁ ଊର୍ଦ୍ଧ୍ୱ ଦୁର୍ଘଟଣା ଘଟି ୪୭ ଜଣଙ୍କ ମୃତ୍ୟୁ ହୋଇଛି। ଏସବୁ ଦୁର୍ଘଟଣା କଦର୍ଯ୍ୟ ରାସ୍ତା ପାଇଁ ହେଉଥିବା କୁହାଯାଉଛି। ଯଦିଓ ରାଜପଥ କାର୍ଯ୍ୟ ସରିବା ପାଇଁ ପ୍ରଶାସନ ପକ୍ଷରୁ ମାର୍ଚ୍ଚ ୩୧କୁ ତାରିଖ ଧାର୍ଯ୍ୟ କରାଯାଇଛି। ତଥାପି ଏହି ଅବଧି ମଧ୍ୟରେ କାର୍ଯ୍ୟ ଶେଷ ହେବ କି ନାହିଁ, ତାହା ମଧ୍ୟ କହିବା ଅସ୍ପଷ୍ଟ। ଅନ୍ୟପକ୍ଷରେ ରନ୍ତଲେଇ ଠାରୁ ହୋଇଥିବା ବାଇପାସ୍‌ରେ ଗାଡ଼ି ନ ଗଡ଼ିବା ପର୍ଯ୍ୟନ୍ତ ଦୁର୍ଘଟଣା ସମସ୍ୟାର ସମାଧାନ ହେବ ନାହିଁ ବୋଲି କୁହାଯାଉଛି। ଗତ ଜାନୁୟାରୀରେ ତୁରଙ୍ଗ ଠାରେ ଘଟିଥିବା ଦୁର୍ଘଟଣା ପରେ ଅନୁଗୋଳ ପୋଲିସ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରାଶର ଶିକାର ହୋଇଥିଲା। ଏ ନେଇ ଥାନାରେ ନଂ. ୮୬/୨୪ରେ ମାମଲା ରୁଜୁ ହୋଇଥିଲା। ସେହିପରି ଗତ ସୋମବାର ରାତିରେ ଅନୁଗୋଳ ଥାନା ହୁଲୁରିସିଂହା ଅଞ୍ଚଳର ବିଶ୍ୱଜିତ ନନ୍ଦ ଦୋକାନ ବନ୍ଦ କରି ବାଇକ୍‌ରେ ଘରକୁ ଫେରୁଥିବା ସମୟରେ ଟ୍ରକ୍‌ ଧକ୍କାରେ ତାଙ୍କ ପ୍ରାଣହାନି ଘଟିଥିଲା। ଏହାପରେ ଉତ୍ତେଜନା ସୃଷ୍ଟି ହେବା ସହ ଗାଡ଼ି ପୋଡ଼ିଯାଏ କଥା ଯାଇଥିଲା। ରାଜପଥ କାର୍ଯ୍ୟରେ ବିଳମ୍ବ ଯୋଗୁ ଘଟୁଥିବା ଦୁର୍ଘଟଣା ପରେ ଲୋକେ କିପରି ତାତୁଛନ୍ତି ଏହି ୨ଟି ଘଟଣା ତାହାର ଉଦାହରଣ ବୋଲି କୁହାଯାଉଛି। ଏ ଦିଗରେ ଜିଲା ପ୍ରଶାସନ, ରାଜନେତାଙ୍କ ନୀରବତା ସେମାନଙ୍କୁ ଉତ୍ତ୍ୟକ୍ତ କରିଦେଉଥିବା ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଅନୁଗୋଳ ଉପଜିଲାପାଳ ବରଣ୍ୟେନ୍ଦୁ ମହାନ୍ତି କହିଛନ୍ତି, ରାଜପଥ କାର୍ଯ୍ୟ ଶେଷ କରିବାକୁ ବୈଠକ କରାଯାଉଛି। ପ୍ରଶାସନ ପକ୍ଷରୁ ନୋ ଏଣ୍ଟ୍ରି ମଧ୍ୟ ଲଗାଯାଉଛି। ଅନୁଗୋଳ ଜିଲାରେ ବିଭିନ୍ନ ଶିଳ୍ପ ସଂସ୍ଥା ଥିବାରୁ ନୋ ଏଣ୍ଟ୍ରି ପରେ ମଧ୍ୟ ଗାଡ଼ିଗୁଡ଼ିକ ଦ୍ରୁତଗତିରେ ଯାଉଛନ୍ତି। ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲେ କଂଗ୍ରେସ ଜିଲା ସାଧାରଣ ସମ୍ପାଦକ, ବ୍ଲକ ସଭାପତି

ପାଟଣା,୯ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ନୂତନ କଂଗ୍ରେସ ସଭାପତି ଭାବେ ଭାବେ କୈଳାଶ ଚନ୍ଦ୍ର ବାରିକଙ୍କୁ ଜିଲା କଂଗ୍ରେସ ସଭାପତି ମୋହନ ପରିଡ଼ା...

ପୁରୀରେ ପହଞ୍ଚିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ

ପୁରୀ,୯।୫: ପୁରୀରେ ପହଞ୍ଚିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ବରରୁ ବାହାରି ପୁରୀରେ ପହଞ୍ଚିଛନ୍ତି। ସେଠାରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବେ।...

ପ୍ରାର୍ଥିପତ୍ର ଦାଖଲ କଲେ ଅରିନ୍ଦମ

ସାଲେପୁର,୯ା୫: ସାଲେପୁରର ଭାଜପା ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଗୁରୁବାର ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଆସି ଅରିନ୍ଦମ ଆଜି ତାଙ୍କର...

ସ୍ତ୍ରୀ, ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କଲେ ବ୍ୟକ୍ତି

ଝାରସୁଗୁଡ଼ା,୯ା୫: ସ୍ତ୍ରୀ ଓ ଝିଅକୁ ଗୁଳି ହତ୍ୟା କରିବା ପରେ ନିଜକୁ ଗୁଳି କରିଛନ୍ତି ଜଣେ ବ୍ୟକ୍ତି। ଏପରି ଦୁଃଖଦ ଘଟଣା ଘଟିଛି ଝାରସୁଗୁଡ଼ା ଜିଲାର...

ଚୋର ପ୍ରାର୍ଥୀଙ୍କୁ ଭୋଟ୍‌ ଦିଅନ୍ତୁନି: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର,୯ା୫: ଗଞ୍ଜାମ ଜିଲା କନିଷିଠାରେ ଗୁରୁବାର ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରିଛନ୍ତି। ଏଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, ଆପଣମାନେ ଏତେ...

ଦବିଲା ରାସ୍ତା, ଫସିଲା ସାର ବୋଝେଇ ଟ୍ରକ୍‌

କର୍ଲାମୁଣ୍ଡା,୯ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଆତ୍ମା କାର୍ଯ୍ୟାଳୟ ପରିସରରେ ନବ ନିର୍ମିତ କଂକ୍ରିଟ ରାସ୍ତାରେ ଗୁରୁବାର ଏକ ସାର ବୋଝେଇ...

ଭାଜପାର ପ୍ରଚାର ଜୋରଦାର: ଘରେ ଘରେ ପହଞ୍ଚିଲେ ମାନଗୋବିନ୍ଦ

ଦାରିଙ୍ଗବାଡି, ୯/୫ (ଅରୁଣ ସାହୁ):କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଭାଜପାର ବିଧାନସଭା ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ ନିଜ ପ୍ରଚାର ଜୋରଦାର କରିଛନ୍ତି। ସେ...

ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୬୧

ସମ୍ବଲପୁର, ୯ା୫(ପ୍ରମୋଦ ବହିଦାର)ଓଡିଶାର ସାମ୍ବାଦିକମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତିକୁ ଧୂଆଁବାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri