ରାତିରେ ଘରକୁ ଫେରିଲେନି ସ୍ବାମୀ, ସକାଳୁ ରକ୍ତାକ୍ତ ମୃତଦେହ….

ଜଗନ୍ନାଥ ପ୍ରସାଦ,୨୪।୩(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଚଢିଆ ପଲ୍ଲୀ ପଞ୍ଚାୟତ ଗୁପ୍ତ ପଲ୍ଲୀରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ସୋମବାର ରାତିରେ ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ମୃତ ଯୁବକ ହେଲେ ଚଢିଆ ପଲ୍ଲୀ ଗ୍ରାମର ଲୋଚନ ବେହେରା (୩୫)। ଜଗନ୍ନାଥ ପ୍ରସାଦ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ପଠାଇଛନ୍ତି ।

ଜଗନ୍ନାଥ ପ୍ରସାଦ ଅଧିକାରୀ ପ୍ରମୋଦ କୁମାର ଲେଙ୍କା, ବୁଗୁଡ଼ା ଥାନା ଅଧିକାରୀ ସୂଂଧାଂଶୁ ଶେଖର ମାନ୍ଧାତା, T ପ୍ରମିଳା , ପ୍ରିୟ ରଞ୍ଜନ ମିଶ୍ର, ବେଲଗୁଣ୍ଠା ଓ ଜଗନ୍ନାଥ ପ୍ରସାଦ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଜଗନ୍ନାଥ ପ୍ରସାଦ ଥାନା ଥାନା କେଶ ନଂ ୧୧୨/୨୬ ପ୍ରକାରେ ଏକ ହତ୍ୟା ମାମଲା ରୁଜୁ କରିଛି। ପରିବାର କହିବା ପ୍ରକାରେ ଲୋଚନ ଗତକାଲି ମଧ୍ୟାହ୍ନ ଟା ରେ ଘରୁ ବାହାରି ଯାଇଥିଲେ । ଘରକୁ ଫେରିବା ପୂର୍ବରୁ ସ୍ତ୍ରୀ ସହ କଥା ହୋଇଥିଲେ । ହେଲେ ବିଳମ୍ବିତ ରାତି ଯାଏଁ ନଆସିବାରୁ ସ୍ତ୍ରୀ ବାରମ୍ବର ଫୋନ୍ କରିଥିଲେ ହେଁ ଫୋନ ସ୍ବିଚଅଫ୍ ଆସିଥିଲା ।

ସକାଳ ସମୟରେ ଗୁପ୍ତପଲ୍ଲୀ ଗ୍ରାମ ଲୋକ ଗ୍ରାମର ରାସ୍ତା କଡେ ପାଣି ଟାଙ୍କି ନିକଟରେ ଜଣ ଯୁବକ ମୃତଦେହ ପଡ଼ିଥିବା ପୋଲିସକୁ ସୂଚନା ଦେବା ସହ ଲୋଚନଙ୍କ ପରିଚିତ ଲୋକେ ଚିହ୍ନିପାରି ପୋଲିସକୁ ଖବର ଦେଇଥିଲେ । ତାଙ୍କୁ କେହି ଆକ୍ରମଣ କରି ବା ସହ କେହି ତାଙ୍କର ଆଖି ତାଡି ଦେଇଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଖବର ସଂଗ୍ରହ ସୁଦ୍ଧା ପୋଲିସ କିଛି ଲୋକଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ସୂଚନା ମିଳିଛି । ପ୍ରାଥମିକ ତଦନ୍ତରୁ ଜୁଆ ଖେଳ କିମ୍ବା ମଦ୍ୟ ପାନକୁ ନେଇ ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ପୋଲିସ ଅନୁମାନ କରିଛି। ତଦନ୍ତ ଜାରି ରହିଛି । ଖୁବ ଶୀଘ୍ର ହତ୍ୟାର କାରଣ ଓ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ପ୍ରମୋଦ କୁମାର ଲେଙ୍କା କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟକୁ ଉଠିଲା ଗୁଜରାଟ

ଜୟପୁର,୯ା୫: ଅଧିନାୟକ ଶୁବମନ ଗିଲ୍‌ ଓ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ପରେ ରଶିଦ ଖାନଙ୍କ ୪ ଉଇକେଟ ସଫଳତା ବଳରେ ଶନିବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ…

ଭିନେଶଙ୍କୁ ଡବ୍ଲ୍ୟୁଏଫ୍‌ଆଇର ନୋଟିସ: ଜୁନ୍‌ ୨୬ ପର୍ଯ୍ୟନ୍ତ କରିପାରିବେ ନାହିଁ ପ୍ରତିଦ୍ୱନ୍ଦ୍ୱିତା

ନୂଆଦିଲ୍ଲୀ,୯ା୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ଶନିବାର ଭିନେଶ ଫୋଗତଙ୍କ ବିରୋଧରେ ଶୃଙ୍ଖଳାଗତ ଓ ଆଣ୍ଟି-ଡୋପିଂ ନିୟମ ଉଲ୍ଲଂଘନ ଅଭିଯୋଗ ଆଣିବା ସହିତ ବିସ୍ତୃତ କାରଣ…

କାର ଭର୍ତ୍ତି ଗଞ୍ଜେଇ ଗଞ୍ଜେଇ ଜବତ

ଡୁଙ୍ଗୁରିପାଲି,୯।୫(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ବେହେରାମାଳ ପଞ୍ଚାୟତ ଲଙ୍ଗଳକଟା ଗାଁରୁ ପୋଲିସ ଶନିବାର ୨ କୁଇଣ୍ଟାଲ ୭୨ କିଗ୍ରା ୨୦୦ ଗ୍ରାମ ଗଞ୍ଜେଇ ଜବତ…

ଭାଣିଜୀ ବାହାଘରକୁ ଆସିଥିଲେ, ନିୟନ୍ତ୍ରଣ ହରାଇ ଖୁଣ୍ଟରେ ପିଟି ହୋଇଗଲା ବାଇକ୍‌; ୩ ବ୍ୟକ୍ତି…

ବଲାଙ୍ଗୀର, ୯।୫(ସୁନୀଲ କୁମାର ମହାନ୍ତି): ଭାଣିଜୀର ବାହାଘର ଖୁସି ଏବେ ଶୋକରେ ପରିଣତ ହୋଇଛି। ଭାଣିଜୀ ବାହାଘରରେ ଯୋଗ ଦେବାକୁ ଆସି ଏକ ବାଇକ ଦୁର୍ଘଟଣାରେ ତିନି…

ଦୁଃଖ ଦେଲା କାଳବୈଶାଖୀ: ଧାନ ଭିଜିଲା, ଗଛ ଭାଙ୍ଗିଲା

ବରଗଡ଼,୯।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଶନିବାର ପ୍ରବଳ ଝଡବତାସ ସହିତ ବର୍ଷା ହୋଇଛି । ଏହାର ପ୍ରଭାବରେ ଧାନ ଫସଲ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ଅମଳ…

ବାଲିଅନ୍ତା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ, ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ…

ଭୁବନେଶ୍ୱର, ୯।୫(ସୁନିତ୍‌ ମିଶ୍ର):ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ଠିକ୍‌ ଓ ପୁଙ୍ଖାନୁପୁଙ୍ଖ ତଦନ୍ତ…

ତାରସିଂ ରେଞ୍ଜରେ ଦନ୍ତା ହାତୀର ମୃତ୍ୟୁ, ନୟାଗଡ଼ ବନଖଣ୍ଡରେ ଚିକିତ୍ସାଧୀନ ଥିଲା

ଭଞ୍ଜନଗର,୯।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜରେ ଶନିବାର ଅପରାହ୍ନରେ ଏକ ଦନ୍ତା ହାତୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ହାତୀର ବୟସ ପ୍ରାୟ…

ବସୁଧା ଯୋଜନା: ଲୋକଙ୍କୁ ମିଳୁନାହିଁ ପାଣି

କର୍ଲାମୁଣ୍ଡା,୯ା୫(ପ୍ରଦୀପ କୁମାର ସାହୁ): ସରକାର ସମସ୍ତଙ୍କୁ ପିଇବାପାଣି ଯୋଗାଇବା ନିମନ୍ତେ ବିଭିନ୍ନ ସ୍ଥାନରେ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ ପାଇଁ ଟେଣ୍ଡର ଜରିଆରେ ବ୍ୟବସ୍ଥା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri