ଇସ୍ରାଏଲ ଉପରେ ମିଶାଇଲ୍ ଆଟାକ୍ କଲା ଇରାନ, ତେହରାନ୍‌ ଆମେରିକା ସହ ଆଲୋଚନା ପାଇଁ ମନାକରିବାରୁ ପୁଣି ବଢ଼ିଲା ତେଲ ଦର

ତେହରାନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଆଲୋଚନା ଆରମ୍ଭ କରିବା ପାଇଁ ପ୍ରୟାସ ତୀବ୍ର ହୋଇଛି । ତଥାପି, ପରିସ୍ଥିତି ସ୍ୱାଭାବିକ ହେବା ପରି ମନେ ହେଉନାହିଁ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଏନର୍ଜି ଭିତ୍ତିଭୂମି ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିବା ନେଇ ଘୋଷଣା କରିଛନ୍ତି । ସଦ୍ୟତମ ଘଟଣାକ୍ରମରେ, ଇସ୍ରାଏଲ ରିପୋର୍ଟ କରିଛି ଯେ ଇରାନ ମାଶାଇଲ୍ ଆଟାକ୍ କରୁଛି ।

ଇସ୍ରାଏଲୀ ସେନା ଆଜି ସକାଳେ ଦେଶର ନାଗରିକମାନଙ୍କୁ ଏକ ଜରୁରୀକାଳୀନ ଚେତାବନୀ ଜାରି କରିଛି । ସେନା ପକ୍ଷରୁ କୁହାଯାଇଛି ଯେ, ଇରାନରୁ ଇସ୍ରାଏଲୀ ଅଞ୍ଚଳ ଆଡକୁ ମିଶାଇଲ୍ ଆଟାକ୍ ହେଉଛି । ଯାହା ଫଳରେ ଚଳିତ ସଂଘର୍ଷରେ ଉତ୍ତେଜନା ବୃଦ୍ଧି ପାଇଛି । ଏକ ସଂକ୍ଷିପ୍ତ ବିବୃତ୍ତିରେ, ସେନା ନିଶ୍ଚିତ କରିଛି ଯେ ବାୟୁ ପ୍ରତିରକ୍ଷା ପ୍ରଣାଳୀ ସକ୍ରିୟ ଭାବରେ ଆସୁଥିବା ମିଶାଇଲକୁ ଅଟକାଇବା ପାଇଁ କାର୍ଯ୍ୟ କରୁଛି । ଅନ୍ୟପଟେ ପ୍ରଭାବିତ ଅଞ୍ଚଳରେ ସତର୍କତା ଜାରି ରହିଛି ।

ଅନ୍ୟପଟେ ତେହରାନ୍‌ ଆମେରିକା ସହିତ ଆଲୋଚନା କରିବାକୁ ମନା କରିବାରୁ ତେଲ ଦର ମଧ୍ୟ ବୃଦ୍ଧି ପାଇଛି । ଟ୍ରମ୍ପ ଇରାନ ଏନର୍ଜି ଭିତ୍ତିଭୂମି ଉପରେ ଆମେରିକାର ଆକ୍ରମଣ ବନ୍ଦ କରିବାର ଘୋଷଣା କରିବା ମାତ୍ରେ ତେଲ ମୂଲ୍ୟ ହ୍ରାସ ପାଇଥିଲା। ଦିନକ ପୂର୍ବରୁ ପ୍ରାୟ ଏକ ପ୍ରତିଶତ ବୃଦ୍ଧି ପାଇବା ପରେ ଅଶୋଧିତ ତେଲ ମୂଲ୍ୟ ୧୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିଲା। ଏହି ସମୟରେ, ଅନ୍ତର୍ଜାତୀୟ ବେଞ୍ଚମାର୍କ ବ୍ରେଣ୍ଟ ନର୍ଥ ସି ଅଶୋଧିତ ତେଲ ପ୍ରତି ବ୍ୟାରେଲ ୬.୭ ପ୍ରତିଶତ ହ୍ରାସ ପାଇ ୧୦୪.୭୦ ଡଲାରରେରେ ପହଞ୍ଚିଥିଲା। ମୁଖ୍ୟ ଆମେରିକୀୟ ତୈଳ ଚୁକ୍ତିନାମା ୱେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ୍ ୬.୯ ପ୍ରତିଶତ ହ୍ରାସ ପାଇ ୯୧.୪ ଡଲାରରେ ପହଞ୍ଚିଛି ।

ହେଲେ ଇରାନ ଆମେରିକା ସହିତ ଆଲୋଚନା କରିଥିବା କଥା ଅସ୍ୱୀକାର କରିବା ପରେ ନକାରାତ୍ମକ ପ୍ରଭାବ ପକାଇଥିଲା। ମଙ୍ଗଳବାର ପ୍ରାରମ୍ଭିକ ବାଣିଜ୍ୟରେ ତେଲ ମୂଲ୍ୟ ବୃଦ୍ଧି ପାଇଥିଲା, ବ୍ରେଣ୍ଟ ଫ୍ୟୁଚର୍ସ ପ୍ରତି ବ୍ୟାରେଲ ୧.୧ ପ୍ରତିଶତ ବୃଦ୍ଧି ପାଇ ୧୦୧ ଡଲାରରେ ପହଞ୍ଚିଥିଲା ଏବଂ ଆମେରିକା ୱେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ୍ ୧.୮ ପ୍ରତିଶତ ବୃଦ୍ଧି ପାଇ ୮୯.୭୧ ଡଲାରରେ ପହଞ୍ଚିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କୁ ଉଠାଇନେଲା ପୋଲିସ, ମମତାଙ୍କ ଘନିଷ୍ଠ ଥିଲେ..

କୋଲକାତା,୨୫।୯: ତୃଣମୂଳ କଂଗ୍ରେସର ସମସ୍ୟା କମିବାର ନାଁ ନେଉନାହିଁ । ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବିଧାୟକ ଅଜିତ ମାଇତିଙ୍କୁ ଠକେଇ ମାମଲାରେ ପୋଲିସ ଗିରଫ କରିଛି…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ମିଳିବ ବକେୟା ଭତ୍ତା

ଭୁବନେଶ୍ୱର, ୨୫।୯: ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା। ଏନେଇ ବିଧାନସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ରାଜ୍ୟରେ ସମୁଦାୟ ୨୦…

୨ ଅଧିକାରୀ ଚାକିରିରୁ ନିଲମ୍ବିତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ…

ଦେଶବ୍ୟାପୀ ଆନ୍ଦୋଳନ ଘୋଷଣା କଲା CJP: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦୀପକେ କହିଲେ- କାଲି ସୁଦ୍ଧା…

ନୂଆଦିଲ୍ଲୀ,୨୫।୯: ନିର୍ବାଚନ କମିଶନ ଓ ଭୋଟର ତାଲିକାର SIR କୁ ନେଇ ବିବାଦ ମଧ୍ୟରେ କକ୍ରୋଚ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ…

୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…

ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?