ପାହାନ୍ତିଆରେ ଉଠିବ ବିଶ୍ୱେଶ୍ୱର ବାବାଙ୍କ ମହାଜାଗର ଦୀପ

ସରଣ୍ଡା, ୭।୩(ଯୁଧିଷ୍ଠିର ମହାପାତ୍ର): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଅଷ୍ଟଶମ୍ଭୁ ମଧ୍ୟରେ ଅନ୍ୟତମ ଶୈବପୀଠ ସରଣ୍ଡାରେ ବିରାଜିତ ମହାପ୍ରଭୁ ଶ୍ରୀଶ୍ରୀ ବିଶ୍ୱେଶ୍ୱରଙ୍କ ମହାଶିବରାତ୍ରି ଓ ଜାଗର ମହୋତ୍ସବ ପାଳନ ନିମନ୍ତେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପୂଜାନୀତି କାର୍ଯ୍ୟ ନିର୍ଘଣ୍ଟ ସ୍ଥିରୀକୃତ କରାଯାଇଛି।

ପ୍ରତିଦିନ ପରି ମହାଶିବରାତ୍ରି ଦିନ ପାହାନ୍ତିଆ ୩ଟାରେ ସମସ୍ତ ନୀତିକାନ୍ତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ପରେ ଭକ୍ତଙ୍କୁ ବାବା ବିଶ୍ୱେଶ୍ୱର ଦର୍ଶନ ଦେବେ। ଅପରାହ୍ନ ୫ଟା ସମୟରେ ଠାକୁରଙ୍କ ଜାଗର ପୂଜାବିଧି ଆରମ୍ଭ ହେବ। ପୂଜା ପୁରୋହିତ ପଣ୍ଡିତ ରାକେଶ ମିଶ୍ରଙ୍କ ଦ୍ବାରା ସାଧୂପ ଆଳତି ପରେ ୬ଟାରୁ ୩ଟା ପର୍ଯ୍ୟନ୍ତ ଠାକୁରଙ୍କ ୪ ପ୍ରହର ପୂଜା ଅନୁଷ୍ଠିତ ହେବ। ପ୍ରତି ପ୍ରହରରେ ୧୦୮ ଦୀପ ଆଳତି ଅର୍ପଣ କରାଯିବ।

ରାତି ୩ଟା ୫ମିନିଟ ସମୟରେ ହୋମ ପୂର୍ଣ୍ଣାହୁତି ହେବ। ଏହାପରେ ପାହାନ୍ତିଆ ୩ଟା ୨୦ମିନିଟ ସମୟରେ ମହାଜାଗର ଦୀପ ଉଠିବ। ମନ୍ଦିର ପରିକ୍ରମା କରି ମନ୍ଦିର ଶିଖରକୁ ପ୍ରଥମେ ମହାଦୀପ ଉଠାଯିବ। ପରେ ମାନସିକଧାରୀ ଭକ୍ତମାନେ ଦୀପ ଚଢ଼ାଇବେ।

ଶିବରାତ୍ରି ଦିନ ଭୋର ୩ଟାରେ ମନ୍ଦିର ଦ୍ୱାର ଖୋଲାଯାଇ ପୂଜକ ପ୍ରଥମେ ବାବା ବିଶ୍ୱେଶ୍ୱରଙ୍କୁ ଗଙ୍ଗା ଜଳରେ ସ୍ନାନ କରାଇ ବିଧିମୁତାବକ ପୂଜାର୍ଚ୍ଚନା କରିବେ। ପରେ ଭକ୍ତଙ୍କ ପାଇଁ ଦର୍ଶନର ସୁଯୋଗ ମିଳିବ।
ପୂର୍ବାହ୍ନ ସାଢେ ୧୦ଟାରେ ବିଶ୍ୱେଶ୍ୱର ବାବାଙ୍କ ପୀଠରୁ ବାବା ଚନ୍ଦ୍ରଶେଖର ସରଣ୍ଡା ଗ୍ରାମ୍ୟ ପରିକ୍ରମା ପାଇଁ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରିବେ। ଏଥିରେ ଘେଁସର ଘଣ୍ଟବାଦ୍ୟ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ବାବା ଚନ୍ଦ୍ରଶେଖର ଗ୍ରାମ୍ୟ ପରିକ୍ରମା କରି ଫେରିବା ପରେ ସା ୬ଟାରେ ୪ ପ୍ରହର ପୂଜା ଆରମ୍ଭ ହେବ। ପ୍ରତି ପ୍ରହର ପୂଜାପାଠ ପରେ ୧୦୮ ଆଳତି ଅର୍ପଣ କରାଯିବ। ୪ ପ୍ରହର ପୂଜା ପରେ ହୋମ ପୂର୍ଣ୍ଣାହୁତି ପଡି ମନ୍ଦିର ଶିଖରକୁ ଉଜାଗର ମହା ଦୀପ ଚଢିଲା ପରେ ଭକ୍ତମାନେ ମହାଦୀପ ଚଢ଼ାଇବେ। ସାରେ ଜମୁର୍ଡl ଓ ଥୁଆପାଲି କୁଶନାପୁରୀ ଗ୍ରାମର ମହିଳା କୃଷ୍ଣଗୁରୁ ଦଳ ଭଜନ କୀର୍ତ୍ତନ ପରିବେଷଣ କରିବେ। ରାତିରେ ଅତାବିରା ନଟରାଜ କଳା ପରିଷଦ ପକ୍ଷରୁ ନୃତ୍ୟଗୀତ ପରିବେଷଣ କରାଯିବା କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri