‘ସେ ଥିଲେ ଖୋଲା ଆକାଶର ପକ୍ଷୀ, ମୋ ପାଖରେ ଥିଲା ମାଇକ୍ରୋସଫ୍ଟ’, ଯେବେ ବିଲ୍ ଗେଟ୍ସଙ୍କ ଭାଙ୍ଗି ଯାଇଥିଲା ହୃଦୟ

୨୦୧୯ ସେପ୍ଟେମ୍ବରରେ ଏକ ଡକ୍ୟୁମେଣ୍ଟାରୀ ସିରିଜ ରିଲିଜ୍‌ ହୋଇଥିଲା। ଯାହାର ନାଁ ଥିଲା ‘Inside Bills Brain’ । ଏହି ୩ଟି ଏପିସୋଡର ଗୋଟିଏ ସିରିଜରେ ଡକ୍ୟୁମେଣ୍ଟାରୀର ନିର୍ଦ୍ଦେଶନା ଦେଇଥିବା ଡେଭିସ Davis Guggenheim ଓ Bill Gates୍ସ ଏକାଠି କାର୍ଡ ଖେଳୁଥିବାର ନଜିର ଆସିଛନ୍ତି। କାର୍ଡ ଖେଳରେ ଗେଟ୍ସ ଜିତିଯାଆନ୍ତି। ଏହି ସମୟରେ ଡ୍ୟାଭିସ ତାଙ୍କୁ କୁoହନନ୍ତି, ‘ତୁମେ ବଡ ଭାଗ୍ୟବାନ’। ଜୀବନରେ ଏବଂ ଖେଳରେ ମଧ୍ୟ। ଏକଥା ଶୁଣି ବିଲ ଗେଟ୍ସ ହସିହସି ଉତ୍ତର ଦିଅନ୍ତି, ‘ପ୍ରେମରେ ମଧ୍ୟ’।
କେବଳ ୧୩ବର୍ଷ ବୟସରେ ବିଲ୍‌ ସଫ୍ଟଓ୍ବେୟାର ପ୍ରୋଗ୍ରାମ ଡିଜାଇନ କରିଥିଲେ। ୨୦ବର୍ଷ ବୟସରେ ନିଜର କମ୍ପାନୀ ଆରମ୍ଭ କରିଥିବା ବିଲ୍‌ ୨୬ବୟସରେ କୋଟିପତି ହୋଇଯାଇଥିଲେ। ତେବେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ସ ଗେଟ୍ସଙ୍କ ସଂଘର୍ଷମୟ ଜୀବନ ବିଷୟରେ ତ ନିହାତି ଜାଣିଥିବେ। ହେଲେ ତାଙ୍କ ଜୀବନର ଭ୍ୟାଲେଣ୍ଟାଇନ Milinda Gates ଙ୍କ ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଖୁବ୍‌ କମ୍‌ ବୟସରେ ସେତେବେଳେ ସମୟରେ କୋଟିପତି ହୋଇଥିବା ବିଲ୍‌ ସଫ୍ଟଓ୍ବେୟାରରେ ସିନା ଜିନିୟସ ଥିଲେ ହେଲେ ଜିନିୟସ ପଣିଆ ହାରିଯାଉଥିଲା ପ୍ରେମରେ। ପ୍ରଥମ ଥର ପାଇଁ ମନ ଦେଇ ବସିଥିବା ବିଲ୍‌, ମିଲିଣ୍ଡାଙ୍କୁ ଡେଟ୍‌ରେ ଯିବାକୁ ପଚାରିବାକୁ ୩ ମାସ ଯାଏଁ ଅପେକ୍ଷା କରିଥିଲେ। ଆସନ୍ତୁ ଜାଣିବା ତାଙ୍କ ଲଭ୍‌ ଷ୍ଟୋରୀ ବିଷୟରେ…

୧୯୭୫ ଏପ୍ରିଲ ୪ରେ, ଯେତେବେଳେ ଅଧିକାଂଶ ଆମେରିକୀୟ ଲୋକ ଟାଇପରାଇଟର ବ୍ୟବହାର କରୁଥିଲେ, ବିଲ୍‌ ଗେଟ୍ସ ସେତେବେଳେ ଏକ ଗ୍ୟାରେଜରେ ତାଙ୍କ ବନ୍ଧୁ ପଲ ଏଲନଙ୍କ ସହ ମିଶି ଏକ କମ୍ପ୍ୟୁଟର ସଫଓ୍ବେୟାର କମ୍ପାନୀ ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ ୨୦ବର୍ଷ ବୟସ ହୋଇଥିଲା। ଗ୍ୟାରେଜରେ କାମ ଚାଲିଥିବା ଏହି ଛୋଟ କମ୍ପାନୀ ୧୨ବର୍ଷ ପରେ ୧୯୮୭ ବେଳକୁ ଏକ ବିରାଟ ବଡ କମ୍ପାନୀରେ ପରିଣତ ହୋଇଥିଲା। ସେତେବେଳେ ବିଲ୍ସଙ୍କ ଏହି କମ୍ପାନୀ କଲେଜରୁ କମ୍ପ୍ୟୁଟର ସଫ୍ଟଓ୍ବେୟାର ପଢା ଶେଷ କରିଥିବା ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ଦେଉଥିଲା।

ଏହାରି ଭିତରେ ଜଣେ ୨୩ବର୍ଷିୀୟ ଯୁବତୀ କମ୍ପ୍ୟୁଟର ସଫ୍ଟଓ୍ବେୟାରରେ ପଢା ଶେଷ କରି କମ୍ପାନୀରେ ଜଏନ କରିଥିଲେ। ଯୁବତୀଙ୍କ ନାଁ ହେଉଛି ମିଲିଣ୍ଡା ଫ୍ରେଞ୍ଚ। ମିଲିଣ୍ଡା ଦେଖିବାଖଉ ଖୁବ୍‌ ସୁନ୍ଦର ଥିଲେ। କିନ୍ତୁ ମିଲିଣ୍ଡାଙ୍କ ଠାରୁ ୯ବର୍ଷ ବଡବିଲ ଗେଟ୍ସଙ୍କ ଜୀବନରେ କମ୍ପ୍ୟୁଟର ଓ ସଫ୍ଟଓ୍ବେୟାର ବ୍ୟତୀତ ଅନ୍ୟ କିଛି ନ ଥିଲା।

ବିଲ ଓ ମିଲିଣ୍ଡାର ଗୋଟିଏ କମ୍ପାନୀରେ ଏକାଠି କାମ କରୁଥିଲେ। କାମ କରିବା ବାଦ୍‌ ବି ସେମାନଙ୍କର କେବେ ଏକାଠି ଦେଖା ସାକ୍ଷାତ ହୋଇ ନ ଥିଲା। ଥରେ ଏକ ବାଣିଜ୍ୟ ମେଳାରେ ଦୁହେଁ ପରସ୍ପରକୁ ଭେଟିଥିଲେ। ଦୁହେଁ ସେଠାରେ ଏକାଠି ରାତ୍ରୀ ଭୋଜନ କରିଥିଲେ। ମିଲିଣ୍ଡା କେବେ ଭାବି ବି ନ ଥିଲେ ସେ ଯେଉଁ କମ୍ପମାନୀରେ କାମ କରୁଛନ୍ତି ସେହି କମ୍ପାନୀର ମାଲିକଙ୍କ ସହ ଡେଟ୍‌ କରିବେ। ହେଲେ ସେଦିନ ଠାରୁ ବିଲ୍‌, ମିଲିଣ୍ଡାଙ୍କ ପ୍ରେମରେ ପଡିବା ଆରମ୍ଭ କଲେ। କମ୍ପ୍ୟୁଟର ମେସିନ ପଛରେ ଧାଉଁଥିବା ମଣିଷ ଦିନେ କେବେ ପ୍ରେମ କରିବ ସେକଥା ସେ କେବେ ବି ଭାବି ନ ଥିଲେ। ସେଦିନ ଠାରୁ ସେହି ସଫ୍ଟେଓୟାର ମଣିଷର ସିଷ୍ଟମ ହୋଇଥିଲା ହ୍ୟାଙ୍ଗ। ମନରେ ପ୍ରେମର ଭାଇରସ ମାରିଥିଲା ଏଣ୍ଟ୍ରି। ଆଉ ସେବେ ଠାରୁ ହିଁ ପ୍ରେମର ସଫ୍ଟଓ୍ବେୟାର ଲୋଡ୍‌ ହୋଇଥିଲା।

ବିଲ ଓ ମିଲିଣ୍ଡାଙ୍କ ପ୍ରେମ ପ୍ରାୟତଃ ବର୍ଷ ହୋଇଯାଇଥିଲା। ସେମାନେ ପରସ୍ପରର ଘରକୁ ଯିବା ସହ ଘଣ୍ଟାଘଣ୍ଟା ଧରି ଫୋନରେ କଥା ହେଉଥିଲେ। କିନ୍ତୁ ଉଭୟ କମ୍ପ୍ୟୁଟର ଓ ସଫ୍ଟଓ୍ବେୟାର ବିଷୟରେ ବେଶୀ କଥା ହେଉଥିଲେ।
ତେବେ ବହୁ ରିପୋର୍ଟରୁ ଜଣାପଡିଛି ବିଲ୍‌ ନିଜେ ହିଁ କହିଛନ୍ତି, ମିଲିଣ୍ଡାଙ୍କ ପାଖରେ ଅନ୍ୟ ବୟଫ୍ରେଣ୍ଡ ବି ଥିଲେ ହେଲେ ମୋ ପାଖରେ କେବଳ ମାଇକ୍ରୋସଫ୍ଟ ଥିଲା। ଦୁହେଁ ଡେଟ୍‌ ତ କରୁଥିଲେ ହେଲେ ବାସ୍ତବ ଦୁନିଆ ଦୁହିଁଙ୍କର ଭିନ୍ନ ଥିଲା।
ଏସବୁ ପରେ ବି ବିଲ୍‌ ବିବାହ ପାଇଁ ମିଲିଣ୍ଡାଙ୍କୁ ପ୍ରପୋଜ କରିଥିଲେ। ଏଥିରେ ମିଲିଣ୍ଡା ରାଜି ତ ଥିଲେ। ହେଲେ ବିବାହ ଭଳି ସମ୍ପର୍କକୁ ନିଭାଇ ପାରିବେ କି ନାହିଁ ଏନେଇ ଦ୍ୱନ୍ଦ୍ୱରେ ରହୁଥିଲେ।

ଦିନେ ସଂଧ୍ୟାରେ ମିଲିଣ୍ଡା ବିଳ୍‌ ଗେଟ୍ସଙ୍କ ଘରକୁ ଯାଇଥିଲେ। ପହଞ୍ଚିବା କ୍ଷଣି ଦେଖିବାକୁ ପାଇଥିଲେ, ବିଲ୍ସ ଏକ ଧଳା ବୋର୍ଡରେ ମାର୍କର ଧରି ଏକ ଲିଷ୍ଟ କରୁଛନ୍ତି। ଯେଉଁଥିରେ ସେ ମିଲିଣ୍ଡାଙ୍କୁ ବିବାହ କରିବାର ଲାଭ ଓ କ୍ଷତି ବିଷୟରେ ଲେଖୁଛନ୍ତି। ଏଥିରେ ଲାଭ ଠାରୁ କ୍ଷତିର ଗଣିତ ତାଲିକାରେ ଅଧିକ ଥିଲା।

୧୯୯୪ ଜାନୁଆରୀ ୧, ବିଲ ଓ ମିଲିଣ୍ଡା ହାୱାଇର ଏକ ଛୋଟ ଦ୍ୱୀପରେ ବିବାହ କରିଥିଲେ। ବିବାହ ପରେ ଦୁହିଁଙ୍କ ୩ଟି ସନ୍ତାନ ହୋଇଥିଲେ। ମିଲିଣ୍ଡା ବିବାହର ବହୁବର୍ଶ ଯାଏଁ ନିଜ ଜୀବନକୁ ପରିବାରକୁ ଉତ୍ସର୍ଗ କରିଥିଲେ କିନ୍ତୁ ପିଲା ବଡ ହୋଇଯିବା ପରେ ଦୁହେଁ କାମକୁ ଫେରିଥିଲେ। ଦୁହେଁ ଏକାଠି ମିଶି ବିଲ ଆଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେଶନ ଆରମ୍ଭ କରିଥିଲେ।

କିନ୍ତୁ ସୁନ୍ଦର ଦାମ୍ପତ୍ୟ ଜୀବନରେ ୨୭ବର୍ଷ ପରେ ପୂର୍ଣ୍ଣଚ୍ଛେଦ ପଡିଥିଲା। ୨୦୨୧ରେ ଦୁହେଁ ଅଲଗା ହୋଇ ଯାଇଥିଲେ। ଦୁହିଁଙ୍କ ବିବାହ ଯେତିକି ଚର୍ଚ୍ଚାରେ ନ ଥିଲା ବିବାହ ବିଚ୍ଛେଦ ଖୁବ୍‌ ଚର୍ଚ୍ଚାରେ ରହିଥିଲା। ଦୁନିଆର ସବୁଠାରୁ ବଡ ଧନୀଙ୍କ ବିବାହ ବିଚ୍ଛେଦ ଭିତରେ ବିଲ୍‌ ଗେଟ୍ସଙ୍କ କାହାଣୀ ଅନ୍ୟତମ ଥିଲା।
ଏବେ ସେ ସ୍ବାମୀ-ସ୍ତ୍ରୀ ନାହାନ୍ତି ହେଲେ ଦୁହେଁ ଆଜି ବି ଏକାଠି ଭଲ ବନ୍ଧୁ ଓ ସହଯୋଗୀଙ୍କ ପରି ରହିଛନ୍ତି। ତେଣୁ ଦୁହିଁଙ୍କ ପ୍ରେମ କାହାଣୀକୁ ସମୟ କେବେ ବି ଲୁଚାଇ ପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri