ଭିନ୍ନ ଢଙ୍ଗରେ ଛାତ୍ରୀ ପାଳିଲେ ରକ୍ଷା ବନ୍ଧନ: ଜରିମୁକ୍ତ ରାଖୀ ପ୍ରସ୍ତୁତ କରି ଭାଇଙ୍କ ହାତରେ ବାନ୍ଧିଲେ

ପଦ୍ମଗିର/ମାଲକାନଗିରି,୧୪ା୮ (ଡି.ଏନ୍‌.ଏ.): ସାଧାରଣତଃ ରାଖୀ ପୂର୍ଣ୍ଣିମା ଆସିଲେ ଭଉଣୀମାନେ ଭାଇଙ୍କ ହାତରେ ରାଖୀବାନ୍ଧି ଆଶୀର୍ବାଦ ନେବା ସହ ଭାଇମାନଙ୍କ ମଙ୍ଗଳ କାମନା କରିଥାନ୍ତି। ଭାଇମାନେ ମଧ୍ୟ ଭଉଣୀ ପାଇଁ ରକ୍ଷା କବଚ ପାଲଟିଥାନ୍ତି। ଏହି ଦିନଟିକୁ ଭଉଣୀମାନେ ଅପେକ୍ଷା କରି ରହିଥାନ୍ତି। ରାଖୀ ସମୟ ଆସିଲେ ବଜାରରୁ ବିଭିନ୍ନ ପ୍ରକାର ରାଖୀ କିଣିଥାନ୍ତି। ବଜାରର ଏହି ସବୁ ରାଖୀ ପଲିଥିନ ଜରିରେ ବିଭିନ୍ନ ରଙ୍ଗ ବେରଙ୍ଗ ଦେଇ ପ୍ରସ୍ତୁତ ହୋଇଥାଏ। ଏହି ପଲିଥିନ ଓ ଜରିରେ ପ୍ରସ୍ତୁତ ରାଖୀ ଆମ ପରିବେଶ ପାଇଁ ମଙ୍ଗଳକର ନୁହେଁ ା ଏହାଦ୍ୱାରା ପରିବେଶ ଦୂଷିତ ହେବା ସହ ମୃତିକା ବିଷାକ୍ତ ହୋଇଥାଏ ା ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଜରିରେ ପ୍ରସ୍ତୁତ ରାଖୀକୁ ବର୍ଜନ କରି ପ୍ରାକୃତିକ ଫୁଲ, ପତ୍ରରେ ରାଖୀ ତିଆରି କରି ଭଉଣୀମାନେ ଭାଇଙ୍କ ହାତରେ ବାନ୍ଧି ପରିବେଶ ପାଇଁ ଏକ ଭଲ ବାର୍ତ୍ତା ଦେଇଛନ୍ତି ମାଲକାନଗିରି ଜିଲା ସଦର ବ୍ଲକ ପଦ୍ମଗିରି ପଞ୍ଚାୟତ ସଦର ମହକୁମା ମଙ୍ଗଳ ବିଭାଗ ଉଚ୍ଚ ବିଦ୍ୟାଳୟର ଆବାସିକ ଛାତ୍ରୀମାନେ ା ବୁଧବାର ରାଖୀ ପୂର୍ଣ୍ଣିମାର ଦିନକ ପୂର୍ବରୁ ବିଦ୍ୟାଳୟ ପରିସରରେ ୪ଶହରୁ ଊର୍ଦ୍ଧ୍ୱ ଅନ୍ତେବାସୀ ଛାତ୍ରୀ ସେହି ବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ୪ଶହ ଛାତ୍ରଙ୍କୁ ନିଜର ଭାଇ ମନେକରି ରାଖୀ ବାନ୍ଧିଛନ୍ତି। ଫୁଲ, ଦୁବଘାସ, ବିଭିନ୍ନ ରଙ୍ଗ ବେଙ୍ଗର ପତ୍ର ସଂଗ୍ରହ କରି ଗଛର ଡୋରିରେ ବାନ୍ଧି ରାଖୀଗୁଡିକ ସେମାନେ ତିଆରି କରିଥିଲେ ା ପ୍ରତ୍ୟେକ ଛାତ୍ରୀ ଥାଳିରେ ଦୁବ, ଅରୁଆ ଚାଉଳ, ହଳଦୀ, ସିନ୍ଦୁର ଭାଇମାନଙ୍କ ମଥାରେ ଦେଇ ବନ୍ଦାପନା କରି ରାଖୀ ବାନ୍ଧିଥିଲେ ା ରାଖୀ ବାନ୍ଧିସାରି ଭାଇମାନଙ୍କୁ ମିଠା ମଧ୍ୟ ଖାଇବାକୁ ଦେଇଥିଲେ। ଭାଇମାନେ ଭଉଣୀମାନଙ୍କୁ ଆଶୀର୍ବାଦ କରି ଏହି ବିଦ୍ୟାଳୟରେ ଥିବା ପର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷା ଦାୟିତ୍ୱ ସେମାନଙ୍କର ବୋଲି ଆଶ୍ୱସନା ଦେଇଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି, ମାଲକାନଗିରି ବ୍ଲକ ଅଧ୍ୟକ୍ଷ
ଅକ୍ଷୟ ନାୟକ, ଆଦିବାସୀ ମହାସଂଘ ଉପଦେଷ୍ଟା ଘନଶ୍ୟାମ ମାଡକାମି ଯୋଗଦେଇ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ପ୍ରେରଣା ଓ ଉତ୍ସାହ ଯୋଗୁ ଛାତ୍ରୀମାନଙ୍କ ଏପରି ପ୍ରୟାସ ନିଶ୍ଚିତ ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ପ୍ରେରଣା ଦେବ। ମାଲକାନଗିରି ଜିଲାର ସମସ୍ତ ଆବାସିକ ବିଦ୍ୟାଳୟରେ ଏପରି କାର୍ଯ୍ୟକ୍ରମ କରି ପରିବେଶ ସୁରକ୍ଷାରେ ସମସ୍ତେ ନିୟୋଜିତ ହେବାପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ଅଳି କୁମାରୀ ଦେବ ଅଧ୍ୟକ୍ଷତା କରିଥିଲେ। ଶିକ୍ଷକ ମହେନ୍ଦ୍ର ପରିଡା, ନାଗେଶ ପାତିକା ସନ୍ତୋଷ ସାହୁ, ଶେଖ ମେହେବୁବ୍‌, ଏସ୍‌. କୁଞ୍ଜାମି, ଅକ୍ଷୟ କୁମାର ଦାସ, ବିଜୟ କୁମାର ଜେନା, ଲିଲି ପଣ୍ଡା, ସୁଲୋଚନା ମହାରଣା, କସ୍ତୁରୀ ମହାରଣା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri