ଓଡ଼ିଶାରେ ହେବ ପ୍ରତିରକ୍ଷା ଯନ୍ତ୍ରାଂଶ ପ୍ରକଳ୍ପ

ଭୁବନେଶ୍ୱର,୨୪୨(ଅନିଲ ଦାସ): ଓଡ଼ିଶାରେ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ ନିର୍ମାଣ ହେବ ଏଥିପାଇଁ ରାଜ୍ୟ ସରକାରଙ୍କ ସହ କଲ୍ୟାଣୀ ଷ୍ଟିଲ୍‌ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଛି। ଶୁକ୍ରବାର ଲୋକସେବା ଭବନ କନ୍‌ଭେନଶନ ହଲ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି । ଢେଙ୍କାନାଳ ଜିଲାର ଗଜମରାରେ ଏହି ପ୍ରକଳ୍ପ ହେବ। ଏଥିପାଇଁ ୧୧ଶହ ଏକର ଜମି ଚିହ୍ନଟ ହୋଇଛି। ଆସନ୍ତା ସେପ୍ଟେମ୍ବରରୁ ପ୍ରକଳ୍ପ କାମ ଆରମ୍ଭ କରିବ । ୨ ବର୍ଷ ମଧ୍ୟରେ ଉତ୍ପାଦନ ଆରମ୍ଭ ହେବ। ଏଥିରେ ୨ଟି ପର୍ଯ୍ୟାୟରେ ପୁଞ୍ଜିନିବେଶ ହେବ । ପ୍ରଥମ ପର୍ଯ୍ୟାୟରେ ୧୧ ହଜାର ୭୫୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଏହାଦ୍ୱାରା ରାଜ୍ୟରେ ୧୦ ହଜାର କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟରେ ଉଚ୍ଚଦକ୍ଷତାସମ୍ପନ୍ନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କଲ୍ୟାଣୀ ଇସ୍ପାତ ପ୍ରକଳ୍ପ ସହିତ ଟିଟାନିୟମ ମେଟାଲ ଓ ଆଲଏ ମିଲ୍‌ ଏବଂ ବିମାନ ଯନ୍ତ୍ରାଂଶ ୟୁନିଟ ସ୍ଥାପନ କରାଯିବ। ଏହାଦ୍ୱାରା ଓଡ଼ିଶା ବଜାରକୁ ଏକ ଉନ୍ନତମାନର ମାନୁଫାକ୍ଚରିଂ କ୍ଷେତ୍ରର ପ୍ରବେଶ ହୋଇଛି। ଏଥିରେ ୧୧,୭୫୦ କୋଟି ଟଙ୍କାର ପୁଞ୍ଜିନିବେଶ ସହ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏହି ପ୍ରକଳ୍ପ ରାଜ୍ୟରେ ନୂଆ ଯୁଗର ଶିଳ୍ପ କ୍ଷେତ୍ର ପାଇଁ ଏକ ସକାରାତ୍ମକ ବାତାବରଣ ସୃଷ୍ଟି କରିବ। ଏହି ପ୍ରକଳ୍ପ ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ଶିଳ୍ପ ବିକାଶରେ ସହାୟକ ହେବା ସହ ନିଯୁକ୍ତି କ୍ଷେତ୍ରକୁ ଆହୁରି ବ୍ୟାପକ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ କଲ୍ୟାଣୀ ଷ୍ଟିଲ୍‌ ନିର୍ଦ୍ଦେଶକ ଅମୀତ କଲ୍ୟାଣୀ କହିଛନ୍ତି, ଓଡ଼ିଶାରେ ଶିଳ୍ପ ପାଇଁ ଏକ ଉତ୍ତମ ବାତାବରଣ ସୃଷ୍ଟି ହୋଇଛି; ଯାହା କି ଉଚ୍ଚ ଦକ୍ଷତାସମ୍ପନ୍ନ ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ। ଏହା ବିକାଶ ଏବଂ ନୂତନ ଚିନ୍ତାଧାରା ସୃଷ୍ଟିକୁ ପ୍ରୋତ୍ସାହିତ କରିବ। କଲ୍ୟାଣୀ ଷ୍ଟିଲ୍‌ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ହୋଇଥିବା ଅଂଶୀଦାର ଦୀର୍ଘମିଆଦୀ ଶିଳ୍ପ କ୍ଷେତ୍ର ପାଇଁ ଏକ ମାଇଲଷ୍ଟୋନ ହୋଇଛି।
ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ୫-ଟି ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri