Odisha Elections 2024

ବନ୍ଦ ହେଲା ୭୪ ହଜାର ମୋବାଇଲ୍‌ ସଂଯୋଗ

ଭୁବନେଶ୍ୱର,୬।୨(ଅନୁରାଧା ମହାରଣା): ଡିଜିଟାଲାଇଜେସନ ଯୁଗ ଆରମ୍ଭ ହେବା ଦିନଠାରୁ ସାଇବର ଠକେଇର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ଦେଶର ଲୋକ ସାଇବର ଠକେଇର ଶିକାର ହେଉଛନ୍ତି। ଫୋନ କଲ୍‌ ଏବଂ ମେସେଜ ମାଧ୍ୟମରେ ସାଇବର ଠକମାନେ ଲୋକଙ୍କୁ ଟାର୍ଗେଟ୍‌ କରୁଛନ୍ତି। ଏହିପରି ସାଇବର ଅପରାଧରେ ରୋକ୍‌ ଲଗାଇବା ପାଇଁ ଟେଲିକମ୍‌ ରେଗୁଲେଟୋରୀ ଅଥୋରିଟି ଅଫ୍‌ ଇଣ୍ଡିଆ(ଟ୍ରାଇ) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସ୍ପାମ୍‌ କଲ ଏବଂ ମେସେଜ୍‌ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଟ୍ରାଇ ୭୪ ହଜାର ମୋବାଇଲକୁ ସଂଯୋଗ ବିଚ୍ଛିନ୍ନ କରିଛି। କାର୍ଯ୍ୟାନୁଷ୍ଠାନ ପାଇଁ ଟ୍ରାଇ କୃତ୍ରିମ ବୁଦ୍ଧିମତା(ଏଆଇ) ବ୍ୟବହାର କରୁଥିବା ସୂଚନା ରହିଛି। ସାରା ଦେଶରେ ବନ୍ଦ କରାଯାଇଥିବା ଏହି ମୋବାଇଲ ବ୍ୟବହାର କରି ସାଇବର ଠକମାନେ ଲୋକଙ୍କୁ ସ୍ପାମ୍‌ କଲ ଏବଂ ମେସେଜ୍‌ ଦେଉଥିଲେ। ଏହା ବ୍ୟତୀତ ବର୍ତ୍ତମାନ ପର୍ଯ୍ୟନ୍ତ ୩୦ ଲକ୍ଷରୁ ଅଧିକ ଏସ୍‌ଏମ୍‌ଏସ୍‌ ହେଡର୍‌ ଏବଂ ଟେମ୍ପଲେଟ ଅପସାରଣ କରାଯାଇଛି। ସେହିପରି ଏପରି ସ୍ପାମ୍‌ କଲ୍‌ ଓ ମେସେଜ୍‌ ଦେଉଥିବା ୧୧ ଲକ୍ଷ ଟେଲି ମାର୍କେଟରଙ୍କୁ ନୋଟିସ ପଠାଯାଇଛି। ୨ ଲକ୍ଷରୁ ଅଧିକ ନମ୍ବରର ଆଉଟଗୋଇଙ୍ଗ କଲ୍‌ ବନ୍ଦ ହୋଇଯାଇଛ। ଅନ୍ୟପଟେ ସାଇବର ଠକମାନଙ୍କ ଉପରେ ୧୦୦ କୋଟିରୁ ଅଧିକ ଜୋରିମାନା ଲାଗୁ କରାଯାଇଛି। ଏଆଇ ସାହାଯ୍ୟରେ ବନ୍ଦ କରାଯାଇଥିବା ସମସ୍ତ ମୋବାଇଲ ଟ୍ରାକ କରିବା ପାଇଁ ଟ୍ରାଇ ସଫଳ ହୋଇଛି। ଏଥିସହ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା...

ଡ୍ରାଇଭିଂ ଲାଇସେନ୍ସ ନିୟମରେ ବଡ଼ ପରିବର୍ତ୍ତନ କଲେ ସରକାର, ଜୁନ୍‌ ପହିଲାରୁ ହେବ ଲାଗୁ; ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୯।୫: ସରକାରଙ୍କ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ ପାଇବା ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏବେ ଆବେଦନକାରୀଙ୍କୁ ଆର୍‌ଟିଓ ଯାଇ ଡ୍ରାଇଭିଂ ଟେଷ୍ଟ ଦେବାର ଆବଶ୍ୟକତା ପଡ଼ିବ...

ଆଇସକ୍ରିମ ମ୍ୟାନ ରଘୁନନ୍ଦନ କମାଥଙ୍କ ପରଲୋକ

ନୂଆଦିଲ୍ଲୀ,୧୯।୫: ଦେଶକୁ ଆଇସକ୍ରିମ ଖୁଆଉଥିବା ରଘୁନନ୍ଦନ କମାଥ ଆଉ ଆମ ମଧ୍ୟରେ ନାହାଁନ୍ତି। ପ୍ରାକୃତିକ ଆଇସକ୍ରିମର ପ୍ରତିଷ୍ଠାତା ରଘୁନନ୍ଦନ କମାଥ ଶନିବାର ୭୫ ବର୍ଷ ବୟସରେ...

ଓଡିଏମ୍‌ର ସ୍ବତନ୍ତ୍ର ସମ୍ବର୍ଦ୍ଧନା ସମାରୋହ

ଭୁବନେଶ୍ୱର,୧୯।୫ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ୍‌ର ଛାତ୍ରୀଛାତ୍ରମାନେ ନିକଟରେ ପ୍ରକାଶିତ ସେଣ୍ଟ୍ରାଲ ବୋର୍ଡ ଅଫ୍‌...

ନକଲି କଲ୍‌ ଉପରେ ରୋକ ଲଗାଇବ ଟ୍ରାଇ

ଭୁବନେଶ୍ୱର,୧୯।୫ (ଅନୁରାଧା ମହାରଣା): ନକଲି ତଥା ବାରମ୍ବାର କଲ୍‌ କରି ହଇରାଣ କରୁଥିବା ମାର୍କେଟିଂ କଲ୍‌କୁ ରୋକିବା ପାଇଁ ଦେଶରେ ବହୁ ବର୍ଷ ଧରି ନିୟମ...

ଲଗାତାର ୬ ମାସ ପାଇଁ ଓଡ଼ିଶାରେ ଦରଦାମ୍ ସବୁଠୁ ଅଧିକ

ଭୁବନେଶ୍ୱର,୧୮।୫: ବିଭିନ୍ନ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଦୃଷ୍ଟିରୁ ଓଡ଼ିଶା ଲଗାତାର ୬ ମାସ ହେଲା ଦେଶର ସବୁଠାରୁ ମହଙ୍ଗା ପାଲଟିଛି। ଓଡ଼ିଶାରେ ଗତ ୬ ମାସ...

ଆମେରିକାରେ ଜୟଆଲୁକ୍କାସ୍‌ର ମେଗା ବିସ୍ତାର ଯୋଜନା

ଭୁବନେଶ୍ୱର, ୧୮।୫: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅନ୍ତଃରାଷ୍ଟ୍ରୀୟ ଜୁଏଲେରି ବ୍ରାଣ୍ଡ୍‌ ‘ଜୟଆଲୁକ୍କାସ୍‌’ର ନୂତନ ଆଉଟ୍‌ଲେଟ୍‌ ଏବଂ ବିସ୍ତାର ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ସର୍ବୋଚ୍ଚ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୧୮।୫: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଦରବୃଦ୍ଧି କାରଣରୁ (କ୍ରମାଗତ ଭାବେ) ଘରୋଇ ବଜାରରେ (କ୍ରମାଗତ ଭାବେ) ଉଭୟ ସୁନା ଓ ରୁପା ଦର ବୃଦ୍ଧି ପାଉଛି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri