Posted inଖେଳ

କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶାର ଜାଭେଲିନ୍‌ ଥ୍ରୋଇଙ୍ଗ ସେନସେସନ୍‌ କିଶୋରଙ୍କ ଅଭ୍ୟାସ ଆରମ୍ଭ

ଭୁବନେଶ୍ୱର,୨୧ା୧(ସରୋଜ ଜେନା): ଓଡ଼ିଶାର ଜାଭେଲିନ୍‌ ଥ୍ରୋଇଙ୍ଗ ସେନସେସନ୍‌ ତଥା ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା କିଶୋର ଜେନା ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଛନ୍ତି। କୋଚ୍‌ ସମରଜିତ ସିଂ ମଲିଙ୍କ ତତ୍ତ୍ୱାବଧାନରେ କିଶୋର ଶନିବାର ଅଭ୍ୟାସ ଆରମ୍ଭ କରିଛନ୍ତି। କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ ବୋଲି କହିଛନ୍ତି ସମରଜିତ ସିଂ ମଲି। ଏହା ସହିତ ବର୍ତ୍ତମାନ କଳିଙ୍ଗ ସୁପର କପ୍‌ ଜାରି ରହିଥିବାରୁ ଏଠିକାର ମାହୋଲ କିଶୋରଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଉତ୍ସାହିତ କରୁଛି ବୋଲି ସେ କହିଛନ୍ତି। ବିଶ୍ୱ ଆଥଲେଯିକ୍ସ ଚାମ୍ପିୟନଶିପ୍‌ରେ ପଞ୍ଚମ ସ୍ଥାନ ଓ ଏସିଆଡ୍‌ରେ ରୌପ୍ୟ ପଦକ ସହ କିଶୋର ନିଜ ପାଇଁ ସ୍ବତନ୍ତ୍ର ପରିଚୟ ତିଆରି କରିଛନ୍ତି। ଏହା ଅଲିମ୍ପିକ୍ସରେ ଭାରତର ପଦକ ସମ୍ଭାବନାକୁ ବୃଦ୍ଧି କରିଛି ବୋଲି ସେ କହିଛନ୍ତି। କିଶୋର ଭାରତର ଅନ୍ୟତମ ପଦକ ସମ୍ଭାବନା ରହିଥିବା ବେଳେ ଏଥି ନିମନ୍ତେ ପ୍ରସ୍ତୁତି ଜୋରଦାର ରହିଛି ବୋଲି ମଲି କହିଛନ୍ତି। ନିୟମିତ ଭାବରେ ପ୍ରଦର୍ଶନରେ ଉନ୍ନତି ଆଣିବା ଆମର ଏକମାତ୍ର ଲକ୍ଷ୍ୟ ରହିଛି। ୭୬ ମିଟରରୁ ଉନ୍ନତି ଆଣି ୮୭.୫ ମିଟରରେ ପହଞ୍ଚିବା କିଶୋରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ସେ କହିଥିଲେ। ଏହା ସହିତ ନିୟମିତ ସହାୟତା କାରଣରୁ ଓଡ଼ିଶା ସରକାର, ସାଇ ଓ ରିଲାଏନ୍ସକୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ କିଶୋରଙ୍କ କୋଚ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୬,୬,୬,୬,୬,୬,୬,୬… ଏକାଥରେ ୮ ଛକା ମାରି ଦକ୍ଷିଣ ଆଫ୍ରିକାକୁ ଧୋଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୫।୧: ଭାରତ ୧୯ ବର୍ଷରୁ କମ ଏବଂ ଦକ୍ଷିଣ ଆଫ୍ରିକା ୧୯ ବର୍ଷରୁ କମ ମଧ୍ୟରେ ଦ୍ୱିତୀୟ ଯୁବ ଦିନିକିଆ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ଏକ...

ଅନ୍ତିମ ଆଶେସ ଆଶେସ: ଇଂଲଣ୍ଡ ୩୮୪, ଅଷ୍ଟ୍ରେଲିଆ ୧୬୬/୨

ସିଡ୍‌ନୀ,୫ା୧: ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ପଞ୍ଚମ ତଥା ଅନ୍ତିମ ଆଶେସ ଟେଷ୍ଟରେ ଇଂଲଣ୍ଡ ତା’ର ପ୍ରଥମ ଇନିଂସରେ ଜୋ ରୁଟ୍‌ଙ୍କ ଶତକ ବଳରେ ୩୮୪ ରନରେ...

ଟି-୨୦ ବିଶ୍ୱକପ ପରେ ଏହି ୫ ଖେଳାଳି କରିବେ ଅବସର ଘୋଷଣା! ଲିଷ୍ଟରେ ଅଛନ୍ତି ଭାରତର ଏହି ଖେଳାଳି

ନୂଆଦିଲ୍ଲୀ,୫।୧: ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ଆଗାମୀ ଟି-୨୦ ବିଶ୍ୱକପ ୨୦୨୬ ଫେବୃଆରୀ ୭ ତାରିଖରେ ଆରମ୍ଭ ହେଉଛି। ଏହି ୨୦ ଦଳର ଟୁର୍ନାମେଣ୍ଟ...

ବାଂଲାଦେଶ ପୂର୍ବରୁ ଏହି ଦେଶରେ ମଧ୍ୟ IPL ପ୍ରସାରଣ ଉପରେ ଲାଗିଥିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୫।୧: ବାଂଲାଦେଶ ସରକାର ତୁରନ୍ତ ପ୍ରଭାବରୁ ଇଣ୍ଡିଆନ ପ୍ରିମିୟର ଲିଗ (IPL) ମ୍ୟାଚର ସିଧା ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛି। କୋଲକାତା ନାଇଟ ରାଇଡର୍ସରୁ ମୁସ୍ତାଫିଜୁର...

ବାଂଲାଦେଶରେ IPL ପ୍ରସାରଣ ନିଷେଧ ଉପରେ କେତେ କ୍ଷତି ସହିବ BCCI, ଜାଣନ୍ତୁ…

ନୂଆଦିଲ୍ଲୀ,୫।୧: ଆଇପିଏଲ କେବଳ ଭାରତରେ ଏକ ଉତ୍ସବ ନୁହେଁ, ବରଂ ସାରା ବିଶ୍ୱରେ ଦେଖାଯାଉଥିବା ଏକ କ୍ରିକେଟ ମହାରଥୀ। କିନ୍ତୁ, ପଡ଼ୋଶୀ ବାଂଲାଦେଶର ହଠାତ୍‌ ଆଇପିଏଲ...

ମୁସ୍ତାଫିଜୁରଙ୍କୁ KKR ବାଦ୍ ଦେବାପରେ ପାଲଟା ପଦକ୍ଷେପ, ବାଂଲାଦେଶରେ IPL ପ୍ରସାରଣ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୫।୧: ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ IPLରୁ ବାସନ୍ଦ କରାଯିବା ପରେ ବାଂଲାଦେଶ ବିଚଳିତ ଅବସ୍ଥାରେ ଅଛି। ଏହି ଘଟଣାର ପ୍ରତିକ୍ରିୟାରେ ବାଂଲାଦେଶ କ୍ରିକେଟ୍ ଅଜବ...

ଦୁଇ ଝିଅ ପରେ ପୁଣିଥରେ ପିତା ହେଲେ Ambati Rayudu

ନୂଆଦିଲ୍ଲୀ,୫।୧: ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଷ୍ଟାର ବ୍ୟାଟସମ୍ୟାନ ଅମ୍ବାତି ରାୟୁଡୁ ଏବଂ ତାଙ୍କ ପତ୍ନୀ ଚେନ୍ନୁପାଲ୍ଲି ବିଦ୍ୟା ଏକ ପୁତ୍ର ସନ୍ତାନକୁ ସ୍ବାଗତ କରିଛନ୍ତି।...

ଟିମ ଇଣ୍ଡିଆକୁ କେମିତି ଫେରିବେ ମହମ୍ମଦ ଶାମି,ଇରଫାନ କହିଲେ ସରଳ ସୂତ୍ର, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୫।୧: ଭାରତର ଘାତକ ଦ୍ରୁତ ବୋଲର ମହମ୍ମଦ ଶାମି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏବେ, ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri