ଫାସ୍‌ଟାଗ୍‌ ପାଇଁ ପୁଣି ଦୌଡ଼

କୁହାଯାଉଛି ଟୋଲ୍‌ ପ୍ଲାଜାରେ ଗାଡ଼ିଗୁଡ଼ିକର ସହଜ ଯାତାୟାତ ଲାଗି ଫାସ୍‌ଟାଗ୍‌ ବ୍ୟବସ୍ଥା ଲାଗୁ କରାଯାଇଛି। ଦୀର୍ଘ ସମୟ ଯାନଗୁଡ଼ିକ ଧାଡ଼ିରେ ନ ରହି ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେଶନ (ଆର୍‌ଏଫ୍‌ଆଇଡି) ପ୍ରଯୁକ୍ତି ମାଧ୍ୟମରେ ଏହା ଚଳାଚଳ କରିପାରିବ। ଗାଡ଼ି ମାଲିକମାନେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟକାରୀ ସଂସ୍ଥା ଭାରତର ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ନିୟମ ମାନି ଫାସ୍‌ଟାଗ୍‌ କଲେ। ଏବେ ପୁଣି ଏଥିରେ କେଁ ପୂରାଇ ଦିଆଯାଇ କୁହାଗଲାଣି, ବୈଧ ବାଲାନ୍ସ ଥାଇ ମଧ୍ୟ ‘ତୁମ ଗ୍ରାହକଙ୍କୁ ଜାଣ’ ବା କଓ୍ବୋଇସି ସମ୍ପୂର୍ଣ୍ଣ ହୋଇ ନ ଥିଲେ ଜାନୁଆରୀ ୩୧ ପରେ ବ୍ୟାଙ୍କଗୁଡ଼ିକ ଫାସ୍‌ଟାଗ୍‌କୁ ଅକାମୀ କରିଦେବେ। ‘ଓ୍ବାନ୍‌ ଭେହିକିଲ୍‌ ଓ୍ବାନ୍‌ ଫାସ୍‌ଟାଗ୍‌’କୁ ପ୍ରୋତ୍ସାହନ ଦେବା ଲାଗି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଘୋଷଣା କରାଯାଇଛି, ଯାହା ଏବେ ଗାଡ଼ି ମାଲିକଙ୍କୁ ଅଧିକ ହଇରାଣ କରିବ।
ଦେଖିବାକୁ ଗଲେ ସରକାରଙ୍କ ଦ୍ୱାରା ନିର୍ମିତ ରାସ୍ତାରେ ଚଳପ୍ରଚଳ କରୁଥିବା ଯାନବାହନ ଅତ୍ୟଧିକ ମାତ୍ରାର ଅର୍ଥ ଦେଇ ପଞ୍ଜୀକରଣ କରାଇଥାଆନ୍ତି। ଏଥିରେ ରୋଡ୍‌ ଟ୍ୟାକ୍ସ ଭଳି ଟିକସ ମଧ୍ୟ ଅନ୍ତର୍ଭୁକ୍ତ। ତା’ଉପରେ ଲଦି ଦିଆଗଲା ଟୋଲ୍‌ ଟିକସ, ଯାହାଫଳରେ ବାହନ ମାଲିକଙ୍କୁ ଆହୁରି ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ଏଥିରେ ଜନସାଧାରଣ କୌଣସି ଆପତ୍ତି ଉଠାଇ ନ ଥିଲେ। ସମସ୍ତେ ମେଣ୍ଢାଙ୍କ ଭଳି ସ୍ବୀକାର କରି ଟୋଲ୍‌ ଟିକସ ଦେଉଛନ୍ତି। ପଚାରିଲେ ସରକାରୀ ସୂତ୍ରରୁ ଯୁକ୍ତି ଦର୍ଶାଯାଉଛି ଯେ, ପୃଥିବୀର ସବୁ ଦେଶରେ ଟୋଲ୍‌ ଟିକସ ରହିଛି। ସେଥିପାଇଁ ଭାରତରେ ରାଜରାସ୍ତା ନିର୍ମାଣକୁ ସାହାଯ୍ୟ କରିବା ପାଇଁ ଏହି ଟିକସ ଦିଆଯିବା ଉଚିତ। ଏଭଳି ଯୁକ୍ତିକୁ କେହି ପ୍ରଶ୍ନ କରୁନାହାନ୍ତି। ବିଦେଶରେ ଯେଉଁସବୁ ରାସ୍ତାରେ ଟୋଲ୍‌ ଟିକସ ଦେବାକୁ ପଡ଼ିଥାଏ, ସେଥିରେ ଦୁର୍ଘଟଣା ଘଟିଲେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଡାକ୍ତର ସହିତ ଆମ୍ବୁଲାନ୍ସ ପହଞ୍ଚେ। ନିର୍ଦ୍ଧାରିତ ବ୍ୟବଧାନରେ ଟ୍ରମା କେନ୍ଦ୍ର ସ୍ଥାପନ କରାଯାଇଥାଏ। ପୋଲିସ କ୍ୟାମେରା ମାଧ୍ୟମରେ ଟ୍ରାଫିକ୍‌ ନିୟନ୍ତ୍ରଣ କରାଯାଉଥିବାରୁ ସେହି ଟିକସ ନିଆଯାଉଥିବା ରାସ୍ତାରେ ପ୍ରାୟତଃ ଭିଡ଼ରେ ଗାଡ଼ି ଅଟକିବାର ଦେଖାଯାଏ ନାହିଁ। ଗାଡ଼ି ଖରାପ ହେଲେ ମୁଖ୍ୟ ରାସ୍ତାରେ ରହିବାକୁ ଦିଆଯାଏ ନାହିଁ ଏବଂ ପ୍ରାୟ ସବୁ ଟୋଲ୍‌ ରାସ୍ତାରେ ‘ଲେ-ବାଇ’ ସୁବିଧା ସୃଷ୍ଟି କରାଯାଇଥାଏ, ଯେଉଁଥିରେ ସମସ୍ୟା ସମୟରେ କିମ୍ବା ଯାନ୍ତ୍ରିକ ତ୍ରୁଟି ଯୋଗୁ ମୋଟରଗାଡ଼ି ମୁଖ୍ୟ ରାସ୍ତାରୁ ଯାଇ ‘ଲେ-ବାଇ’ରେ ପାର୍କ ହୋଇପାରିବ। ଟୋଲ୍‌ ରାସ୍ତାରେ ବିଜୁଳି ଆଲୋକ ଦେବା ସହିତ ସାମ୍ନାରୁ ଆସୁଥିବା ଗାଡ଼ିର ଅତ୍ୟଧିକ ହେଡ୍‌ଲାଇଟ୍‌ ଚାଳକର ଆଖିରେ ଯେମିତି ପଡ଼ିବ ନାହିଁ ସେଥିପାଇଁ ମଝି (ମିଡିଆନ୍‌)ରେ ବ୍ୟବସ୍ଥା କରାଯାଇଥାଏ। ଦେଖିବାକୁଗଲେ ଟୋଲ୍‌ ଟିକସ ପଡ଼ୁଥିବା ରାସ୍ତାରେ ଗାଡ଼ିଚାଳକ ଓ ଯାତ୍ରୀଙ୍କୁ ଅନେକ ସୁରକ୍ଷା ଓ ସୁବିଧା ଯୋଗାଇ ଦିଆଯାଏ, ଯାହାକି ଭାରତବର୍ଷରେ କୌଣସି ରାଜପଥରେ ଦେଖିବାକୁ ମିଳୁନାହିଁ। ଏପରିକି ଭାରତରେ ମହିଳାମାନଙ୍କ ପାଇଁ ରାଜପଥ କଡ଼ରେ ପରିଚ୍ଛନ୍ନ ଶୌଚାଳୟର ବ୍ୟବସ୍ଥା ଏପର୍ଯ୍ୟନ୍ତ କରାଯାଇ ନାହିଁ। ଅଧିକାଂଶ ପେଟ୍ରୋଲ୍‌ ପମ୍ପରେ ଥିବା ଶୌଚାଳୟ ବ୍ୟବହାରଯୋଗ୍ୟ ହୋଇପାରୁ ନାହିଁ। ତଥାପି ନାଗରିକଙ୍କ ତଥ୍ୟ ଜାଣିବା ପାଇଁ ଆମ ସରକାର ଗଛପତ୍ରରେ ପଡ଼ିଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri