Posted inଖେଳ

ବ୍ରିଜ୍‌ ଭୂଷଣଙ୍କ ବାସଭବନରୁ କାର୍ଯ୍ୟାଳୟ ସ୍ଥାନାନ୍ତର

ନୂଆଦିଲ୍ଲୀ, ୩୦ା୧୨: କ୍ରୀଡ଼ା ମନ୍ତ୍ରଣାଳୟର ଆପତ୍ତି ଉଠାଇବା ପରେ ଭାରତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ଶୁକ୍ରବାର ଏହାର କାର୍ଯ୍ୟାଳୟକୁ ମହାସଂଘର ପୂର୍ବତନ ସଭାପତି ତଥା ଭାଜପା ଏମ୍‌ପି ବ୍ରିଜଭୂଷଣ ଶରଣ ସିଂଙ୍କ ବାସଭବନରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବାଧ୍ୟ ହୋଇଛି।

ଡବ୍ଲ୍ୟୁଏଫ୍‌ଆଇର ନୂଆ କାର୍ଯ୍ୟାଳୟ ନୂଆଦିଲ୍ଲୀସ୍ଥିତ ହରି ନଗରରେ ଅବସ୍ଥିତ। ସଭାପତି ସଞ୍ଜୟ ସିଂଙ୍କ ନେତୃତ୍ୱରେ ନୂଆ ଡବ୍ଲ୍ୟୁଏଫ୍‌ଆଇ ପ୍ୟାନେଲ ଗଠନ ହେବାର ୩ ଦିନ ପରେ ଡିସେମ୍ବର ୨୪ରେ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ସସ୍‌ପେଣ୍ଡ ହୋଇଛି। ବ୍ରିଜ ଭୂଷଣଙ୍କ ବାସଭବନରେ କାର୍ଯ୍ୟାଳୟ ଚଳାଇବା ଏହି କାର୍ଯ୍ୟାନୁଷ୍ଠାନ ପଛରେ ରହିଥିବା କାରଣଗୁଡ଼ିକ ମଧ୍ୟରେ ଅନ୍ୟତମ। ମହାସଂଘର ସମସ୍ତ କାର୍ଯ୍ୟ ପୂର୍ବତନ କର୍ମକର୍ତ୍ତା (ବ୍ରିଜ ଭୂଷଣ)ମାନଙ୍କ ଦ୍ୱାରା ପରିଚାଳିତ ହେଉଥିଲା, ଯେଉଁ ପରିସରରେ କି ମହିଳା କୁସ୍ତିଯୋଦ୍ଧା ଯୌନ ଶୋଷଣର ଶିକାର ହେଉଥିଲେ ବୋଲି ଅଭିଯୋଗ ହୋଇଛି। ମାମଲା ବର୍ତ୍ତମାନ କୋର୍ଟରେ ବିଚାରଧୀନ ରହିଛି ବୋଲି ମନ୍ତ୍ରଣାଳୟ ଏହାର ଚିଠିରେ ଉଲ୍ଲେଖ କରିଛି। ଡବ୍ଲ୍ୟୁଏଫ୍‌ଆଇର ନୂଆ ପରିଚାଳନା ପରିଷଦ ସମ୍ପୂର୍ଣ୍ଣ ଭାବେ ପୂର୍ବତନ କର୍ମକର୍ତ୍ତାଙ୍କ ନିୟନ୍ତ୍ରିତ ହେଉଥିଲା, ଏହାଦ୍ୱାରା ଜାତୀୟ କ୍ରୀଡ଼ା ଆଚରଣ ବିଧି ଉଲ୍ଲଂଘନ ହେଉଛି ବୋଲି ମଧ୍ୟ ମନ୍ତ୍ରଣାଳୟ କହିଥିଲା। ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକ ଏବଂ ବିଶ୍ୱ ଚାମ୍ପିୟନଶିପ୍‌ ପଦକ ବିଜେତା ଭିନେଶ ଫୋଗଟ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛି। ଏହି ମାମଲାର ଶୁଣାଣି ବର୍ତ୍ତମାନ ଦିଲ୍ଲୀ ହାଇକୋର୍ଟରେ ହେଉଛି। ସୂଚନାଯୋଗ୍ୟ, ଡିସେମ୍ବର ୨୧ରେ ବ୍ରିଜ ଭୁଷଣଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂ ଡଡବ୍ଲ୍ୟୁଏଫ୍‌ଆଇର ମୁଖ୍ୟ ଭାବେ ନିର୍ବାଚିତ ହେବା ପରେ ସାକ୍ଷୀ କୁସ୍ତିରୁ ଅବସର ନିଷ୍ପତ୍ତି ନେଇଥିବାବେଳେ ବଜରଙ୍ଗ ପଦ୍ମଶ୍ରୀ ଫେରାଇ ଦେଇଥିଲେ ଏବଂ ଭିନେଶ ତାଙ୍କର ଖେଳରନତ୍ ଓ ଅର୍ଜୁନ ପୁରସ୍କାର ଫେରାଇଦେବାକୁ ନିଷ୍ପତ୍ତି ନେଇଛନ୍ତି। ମହାସଂଘ ଏହି ଭାଜପା ଏମ୍‌ପିଙ୍କ କୌଣସି ଘନିଷ୍ଠ କିମ୍ବା ଅନୁଗତଙ୍କ ଦ୍ୱାରା ପରିଚାଳିତ ନ ହେଉ ବୋଲି ସେମାନେ ଚାହାନ୍ତି। ଡବ୍ଲ୍ୟୁଏଫ୍‌ଆଇ ବର୍ତ୍ତମାନ ସସ୍‌ପେଣ୍ଡ ହୋଇଥିବାରୁ ଏହାର ପରିଚାଳନା ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ପୁଣି ଥିରେ ଭାରତ ଉଷୁ ଆସୋସିଏଶନ ମୁଖ୍ୟ ଭୂପିନ୍ଦର ସିଂ ବାଜଓ୍ବାଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ ସଦସ୍ୟ ବିଶିଷ୍ଟ ଆଡହକ୍‌ କମିଟି ଗଠନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri