କିଏ ଏହି କାମିଆ ଜାନି, ଯାହାକୁ ନେଇ ଓଡିଶା ରାଜନୀତିରେ ଏତେ ହଲଚଲ

ଭୁବନେଶ୍ୱର,୨୩।୧୨: ଓଡିଶା ରାଜନୀତିରେ ହଲଚଲ ସୃଷ୍ଟି କରିଛନ୍ତି ଜଣାଶୁଣା ବ୍ଲଗର ଓ ୟୁଟ୍ୟୁବର କାମିଆ ଜାନ। ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ସହ କାମିଆ ନଜର ଆସିବା ପରେ ଜାତୀୟ ରାଜନୀତି ଠାରୁ ରାଜ୍ୟ ରାଜନୀତି ସରଗରମ ହୋଇଛିି।
କାମିଆ ଗୋ ମାଂସ ସେବନ କରିଥିବାରୁ ତାଙ୍କୁ କାହିଁକି ଶ୍ରୀମନ୍ଦିର ଭିତରକୁ ନିଆଯାଇଥିଲା କାହିଁକି ମହାପ୍ରସାଦ ସେବନ ପାଇଁ ଦିଆଯାଇଥିଲା ଏନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଏନେଇ ରାଜ୍ୟର ବିରୋଧୀ ଦଳ ଭାଜପା ସହ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଘେରିଛନ୍ତି।

ସୂଚନାଯୋଗ୍ୟ, କାମିଆ ଶ୍ରୀକ୍ଷେତ୍ର ପରିକ୍ରମାକୁ ନେଇ ଏକ ଭିଡିଓ ପ୍ରସ୍ତୁତ କରିଥିଲେ। ଏହାକୁ ନେଇ ଭାଜପା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। କାମିଆ ଜାନିଙ୍କୁ ମନ୍ଦିରରେ ପ୍ରବେଶ କରି ସରକାର ବିଶ୍ୱର ହିନ୍ଦୁମାନଙ୍କ ଧାର୍ମିକ ଭାବନା ଉପରେ କୁଠାରଘାତ କରିଛନ୍ତି ବୋଲି ଦଳ ଅଭିଯୋଗ କରିଛି। ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସାଧାରଣ ସମ୍ପାଦକ ଯତୀନ ମହାନ୍ତି କହିଛନ୍ତି, କାମିଆଙ୍କ ଭିଡିଓ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି। ସେ ପୂର୍ବରୁ ଗୋ ମାଂସ ଖାଇଥିବା ସ୍ବୀକାର କରିଛନ୍ତି। ଶ୍ରୀମନ୍ଦିର ନିୟମନୁସାରେ, ଗୋ ମାଂସ ଭକ୍ଷଣକାରୀ ଶୁଦ୍ଧି ନ ହେବା ପର୍ଯ୍ୟନ୍ତ ମନ୍ଦିରରେ ପ୍ରବେଶ କରିବା ଅର୍ନିବାର୍ଯ୍ୟ।
ଏହାକୁ ନେଇ ବିଜେଡିର ମୁଖପାତ୍ର ଇପ୍ସିତା ସାହୁ ଓ ସଂୟପ୍ରକାଶ ମହାପ୍ରକାଶ କହିଛନ୍ତି, ପରିକ୍ରମା ପ୍ରକଳ୍ପକୁ ଜାତୀୟ ସ୍ତରରେ ପ୍ରଶଂସା ହେଉଛି ବୋଲି ଭାଜପା ସହି ପାରୁନାହିଁ। ସେଥିପାଇଁ ଭିଡିଓକୁ ନେଇ ମିଛ ତଥ୍ୟ ଦେଇ ନାଟକ ରଚନା କରୁଛି।

ସୋସିଆଲ ମିଡିଆ ଓ ୟୁଟ୍ୟୁବର ଦୁନିଆର ବଡ ଚେହେରା କାମିଆ ଜାନି। ଯାହାଙ୍କ ଭିଡିଓକୁ ସୋସିଆଲ ମଡିଆରେ ଲକ୍ଷ ଲକ୍ଷ ଲୋକ ଦେଖିଥାନ୍ତି। କାମିଆଙ୍କ ୟୁଟ୍ୟୁବ ଚ୍ୟାନେଲର ଏବେ ପ୍ରାୟ ୩୦ ଲକ୍ଷ ଏବେ ସବସ୍କ୍ରାଇବର ରହିଛନ୍ତ। ତାଙ୍କ ୟୁଟ୍ୟୁବ ଚ୍ୟାନେଲର ନାଁ ହେଉଛି “କର୍ଲି ଟେଲ୍ସ”। ସେହିପରି ଇନଷ୍ଚାଗ୍ରାମରେ କାମିଆଙ୍କର ୭୫୬ କେ’ ଫର୍ଲୋସ ଅଛନ୍ତି। ୟୁଟ୍ୟୁବର ପୂର୍ବରୁ ସେ ଜଣେ ସାମ୍ବାଦିକା ଥିଲେ। ତାଙ୍କ କ୍ୟାରିୟର ସାମ୍ବାଦିକତାରୁ ଆରମ୍ଭ ହୁଏ । ସେ ୨୦୦୬ରେ ‘ଟାଇମ୍ସ ଅଫ ଇଣ୍ତିଆ’ରୁ ସାମ୍ବାଦିକା ଭାବେ କ୍ୟାରିୟର ଆରମ୍ଭ କରିଥଲେ । ଏହାପରେ ସିଏନବିସି ଟିଭି ୧୮ରେ ମଧ୍ୟ ସାମ୍ବାଦିକତା କରିଥିଲେ। ଦୀର୍ଘଦିନର ସାମ୍ବାଦିକତା ପରେ ସେ ୨୦୧୬ରେ ସୋସିଆଲ ମିଡିଆ ଦୁନିଆରେ ପାଦ ଦେଇଥିଲେ। ଦେଶ ବିଦେଶର ପର୍ଯ୍ୟଟନ ସ୍ଥଳ ବୁଲି ୟୁଟ୍ୟୁବରେ ବ୍ଲଗ ବନାଇଥିଲେ। ଯାହା ତାଙ୍କୁ ଲୋକପ୍ରିୟ ୟୁଟ୍ୟୁବର ଭାବରେ ପରିଚିତ କରାଇଥିଲା।

ଶ୍ରୀମନ୍ଦିର ମହାପ୍ରସାଦ ସେବନକୁ ନେଇ ବିବାଦ ଦେଖା ଦେବା ପରେ ଏଥିରେ ପ୍ରତିକ୍ରିୟା ରଖିଛନ୍ତି ୟୁଟ୍ୟୁବର କାମିଆ ଜାନି । ସୋସିଆଲ ମିଡିଆରେ ପୋଷ୍ଟ କରି ସେ କହିଛନ୍ତି, ମୁଁ ଗୋ-ମାଂସ ଖାଏ ନାହିଁ କି ଏହାକୁ କେବେ ଖାଇବି ନାହିଁ । କାମିଆଙ୍କ ପ୍ରତିକ୍ରିୟା ମିଳିବା ପରେ ରାଜ୍ୟ ରାଜନୀତିରେ ପୁଣି ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri