Posted inRasifala

ରାଶିଫଳ: ରବିବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ
ଆଜି ଦଶମ ଚନ୍ଦ୍ର ହେତୁ ଯାହା ଚାହୁଁଛନ୍ତି ତାହା ବନ୍ଧୁଙ୍କ ସାନ୍ନିଧ୍ୟରୁ ପାଇପାରିବେ। ନୂଆ ଯୋଜନାଟିଏ କରିବା ସକାଶେ ମନ ବଳାଇ କାମରେ ଲାଗିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ କେତେକ ଆକସ୍ମିକ ସମସ୍ୟା କାରଣରୁ ସ୍ଥଗିତ ରହିପାରେ। ଆନୁଷ୍ଠାନିକ କ୍ଷେତ୍ରରେ ଟିକିଏ ନରମି ମୁଣ୍ଡ ନୁଆଁଇଲେ ସମସ୍ୟାର ସରଳ ସମାଧାନ ହୋଇଯିବ।
ବୃଷ
ବୃଷ
କେନ୍ଦ୍ରସ୍ଥ ଶୁକ୍ର ପ୍ରଭାବରୁ ସୁଖ, ସୌଭାଗ୍ୟ ପ୍ରାପ୍ତି ଯୋଗୁ ଖୁସି ରହିବେ। ଆପଣ ଯାହା ପାଇଁ ବହୁତ କଷ୍ଟ ସ୍ବୀକାର କରି ସାହାଯ୍ୟ କରିଥିଲେ, ସେହି ବ୍ୟକ୍ତି ହିଁ ଶତ୍ରୁତା କରିବ। କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦଢ଼ତାର ସହ ସମ୍ମୁଖୀନ ହୋଇ କାମ କରିପାରନ୍ତି। ସଙ୍ଗୀତ, କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତି କରିବେ।
ମିଥୁନ
ମିଥୁନ
ରବି ଓ ବୁଧ ରାଶିକୁ ଦେଖୁଥିବାରୁ ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଉପଭୋଗ୍ୟ ହେବ। ସହକର୍ମୀ ସମସ୍ୟା ସୃଷ୍ଟି କରିବାକୁ ଚେଷ୍ଟାକରି ଅପଦସ୍ଥ ହେବେ। ପରିବାର ଭିତରେ ପୁରୁଣା କଥାର ଆଲୋଚନା ହିଁ କଳହର କାରଣ ହୋଇପାରେ। ଧାତୁ ଅଳଙ୍କାରାଦି କ୍ରୟ, ବିକ୍ରୟ ପାଇଁ ଦିନଟି ବହୁତ ଭଲ। ଦୂରଯାତ୍ରା ଯୋଗ ଅନୁକୂଳ।
କର୍କଟ
କର୍କଟ
ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ରଜନିତ ସ୍ବାସ୍ଥ୍ୟ ଭଲ ରହିବା ସହ ବ୍ୟବସାୟ ମଧ୍ୟ ଭଲ ରହିବ। ନିଜେ ଅସୁବିଧା ଭିତରେ ଚଳୁଥିଲେ ମଧ୍ୟୁ ବନ୍ଧୁଙ୍କ କାମରେ ଯଥାସାଧ୍ୟ ସାହାଯ୍ୟ କରିବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ମାନସିକ ଅସୁସ୍ଥତାର କାରଣ ହେବ। ବନ୍ଧୁର ଅଭିମାନଭରା କଥା ଆପଣଙ୍କୁ ଦୁଃଖ ଦେଇପାରେ।
ସି˚ହ
ସି˚ହ
ସ୍ବଗୃହୀ ମଙ୍ଗଳ ଯୋଗୁ ଆଜି ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ ଏବଂ ଆଶା ଅପୂରଣ ରହିବ ନାହିଁ। ପ୍ରିୟ ବନ୍ଧୁଙ୍କ ସାକ୍ଷାତ୍‌ରୁ କିଛି ପରିମାଣରେ ଉପକୃତ ହୋଇ ପାରନ୍ତି। ଆଜି ମାତ୍ରାଧିକ ଭ୍ରମଣ ଓ କାମର ଚାପ ଯୋଗୁ କ୍ଳାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ କିଛି ଆଶ୍ୱସ୍ତି ସୂଚକ କଥା ଶୁଣି ମନ ହାଲୁକା ହୋଇଯିବ।
କନ୍ୟା
କେତୁ ରାଶିରେ ଥିବାରୁ ମାନସିକ ସ୍ଥିତି ବିଶେଷ ଭଲ ରହିବ ନାହିଁ। କୌଣସି ଗୃହୋପକରଣ କିଣିବା ସକାଶେ ଯୋଜନା କରି ଶେଷ ସମୟରେ ନିରାଶ ହେବାକୁ ପଡ଼ିପାରେ। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ସମସ୍ୟା ଥିବା ଘଟଣାରେ ମୁଣ୍ଡ ନ ପୂରାଇବା ଭଲ। ଶିଳ୍ପ, ବାଣିଜ୍ୟ, ପରିବହନ, ମାଲି ମକଦ୍ଦମାରେ ଉନ୍ନତି କରିବେ।
ତୁଳା
ତୁଳା
ଆଜି କେନ୍ଦ୍ରସ୍ଥ ଚନ୍ଦ୍ର ହେତୁ ପ୍ରତ୍ୟେକ କାର୍ଯ୍ୟ ସହଜରେ ହାସଲ କରିପାରିବେ। ବନ୍ଧୁଙ୍କ ପାଇଁ ଯେତେ ଭଲ କାମ କଲେ ହେଁ ସେ ଅନ୍ୟର କାନକୁହା କଥା ଶୁଣି ଭଲ ପାଇବେ ନାହିଁ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ। ଗୃହ, ଗାଡ଼ି, ଧାତୁ ଅଳଙ୍କାର ତଥା ଯାନ୍ତ୍ରିକ ଜିନିଷ କିଣିବାକୁ ମନ ବଳାଇପାରନ୍ତି।
ବିଛା
ବିଛା
ସ୍ବଗୃହୀ ମଙ୍ଗଳ ଯୋଗୁ ବିଭିନ୍ନ କୌଶଳ ଅବଲମ୍ବନ କରି ଆଶା ପୂରଣ ଦିଗରେ ଚେଷ୍ଟା କରିପାରନ୍ତି। ସାହିତ୍ୟ, ସଂଗୀତ, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବେ। ବିଶ୍ୱାସର ସହ କାମ କରି ଚାଲନ୍ତୁ, ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ଅଟକି ରହିଥିବା କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ।
ଧନୁ
ଧନୁ
ଦେବଗୁରୁଙ୍କ ଦିବ୍ୟଦୃଷ୍ଟିରୁ କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ଆଗାମୀ ମାଙ୍ଗଳିକ କାମର ପ୍ରସ୍ତୁତି କରି ବିଚଳିତବୋଧ କରିପାରନ୍ତି। ବିବାଦୀୟ ଘଟଣାରେ ନୀରବ ରହିଯିବା ଏକ ପ୍ରକାର ଭଲ ହେବ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ନିଜ ନିଜ ଭିତରେ ଟଣାଓଟରା ଲାଗିପାରନ୍ତି।
ମକର
ମକର
ଚନ୍ଦ୍ର ପ୍ରଭାବରୁ ସାହାଯ୍ୟ ସହଯୋଗ ପାଇ କାମ ଆଗକୁ ବଢ଼ାଇବାରେ ସମର୍ଥ ହେବେ। ସଭାସମିତି, କଳା, କ୍ରୀଡ଼ା, ସଙ୍ଗୀତ ଚର୍ଚ୍ଚା, ସାହିତ୍ୟ, ସାମ୍ବାଦିକତା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ସ୍ବାସ୍ଥ୍ୟରେ ଉନ୍ନତି ଯୋଗୁ ମାନସିକ ଶାନ୍ତି ମିଳିବ। ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
କୁମ୍ଭ
କୁମ୍ଭ
ସ୍ବଗୃହୀ ଶନି ପ୍ରଭାବରୁ ସ୍ବାସ୍ଥ୍ୟ ଭଲ ରହିବ, କିନ୍ତୁ କର୍ମକ୍ଷେତ୍ରରେ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ପାରିବାରିକ ଶୃଙ୍ଖଳା ରକ୍ଷା କରିବାକୁ ଯାଇ କଷ୍ଟ ସ୍ବୀକାର କରିବେ। ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ଧୈର୍ଯ୍ୟ ଧରିଲେ ଉପକୃତ ହେବେ। କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ।
ମୀନମୀନ

ପରିସ୍ଥିତିର ଗୁରୁତ୍ୱକୁ ଦେଖି ପାରିବାରିକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟ ହେବେ। ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିବା ଦ୍ୱାରା ଅଫିସ୍‌ କାମର ଜଞ୍ଜାଳ ବୃଦ୍ଧି ପାଇପାରେ। ରବି ଓ ବୁଧଜନିତ ବ୍ୟସ୍ତତା ପରିହାର କରି ବନ୍ଧୁଟି ଦ୍ୱାରା କାମ ହାସଲ କରିବା ପାଇଁ ପ୍ରଯନତ୍ କରିବା ଭଲ ହେବ। ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ବନ୍ଧୁ ସମ୍ପର୍କରେ ଆଶାଜନକ ଫଳ ପାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri