Posted inଜାତୀୟ

ଜାନୁୟାରୀ ୧୬ରୁ ରାମମନ୍ଦିର ପ୍ରତିଷ୍ଠା ନୀତି

ବାରାଣସୀ,୯ା୧୨: ଅଯୋଧ୍ୟାର ନବନିର୍ମିତ ମନ୍ଦିରରେ ରାମ ଲାଲାଙ୍କ ବିଗ୍ରହ ପ୍ରତିଷ୍ଠା ଜାନୁୟାରୀ ୨୨ରେ ହେବାକୁ ଥିବାବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ମହାପୂଜନ ପାଇଁ ଜାନୁୟାରୀ ୧୬ରୁ ରୀତିନୀତି ଆରମ୍ଭ ହେବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମଥୁରାନାଥ ଦୀକ୍ଷିତଙ୍କ ନେତୃତ୍ୱରେ ବୈଦିକ ପଣ୍ଡିତ ତଥା ପୂଜକମାନେ ସର୍ବପ୍ରାୟଶ୍ଚିତ୍ତ ହୋମ, ସରଯୂ ନଦୀରେ ସ୍ନାନ, ଯଜ୍ଞ ଅନୁଷ୍ଠାନ ପାଇଁ ଯଜମାନଙ୍କ ଆସ୍ଥାନ ଗ୍ରହଣ ସମେତ ମୂଳ ରୀତିନୀତି ୧୬ ତାରିଖ ଅପରାହ୍ନରୁ ଆରମ୍ଭ ହେବ। ୧୭ରେ ଜଳଯାତ୍ରା, ତୀର୍ଥ ଓ କଳସ ପୂଜନ ଏବଂ କଳସ ଯାତ୍ରା ଅନୁଷ୍ଠିତ ହେବ। ପ୍ରଧାନ ସଙ୍କଳ୍ପ ଏବଂ ଗଣେଶାମ୍ବିକା ପୂଜନ ସହ ୧୮ ତାରିଖ ଅପରାହ୍ନରୁ ବିଗ୍ରହ ପ୍ରତିଷ୍ଠାର ମୁଖ୍ୟ ରୀତିନୀତି ଆରମ୍ଭ ହେବ। ସେହିଦିନ ମଣ୍ଡପ ପ୍ରବେଶ ଓ ପୂଜନ ତଥା ଯଜ୍ଞଭୂମି ପୂଜନ ମଧ୍ୟ ଅନୁଷ୍ଠିତ ହେବ। ୧୯ରେ ଦେବତା ପୂଜନ, ସମସ୍ତ ବେଦର ଆବୃତ୍ତି, ଅଧିବାଶନ, କୁଣ୍ଡ ପୂଜନ, ପ୍ରାକୃତିକ ହବନ ପଦ୍ଧତିରେ ଅଗ୍ନିପ୍ରବାହ, ଜଳାଧିବାସ ଆଦି ହେବାକୁ ଥିବାବେଳେ ୨୦ରେ ମନ୍ଦିରର ବାସ୍ତୁ ପୂଜନ ଏବଂ ମନ୍ଦିର ପରିସରକୁ ଶୁଦ୍ଧୀକରଣ କରାଯିବ। ୨୧ ତାରିଖରେ ବିଭିନ୍ନ ତୀର୍ଥକ୍ଷେତ୍ର ଏବଂ ନଦୀରୁ ଅଣାଯାଇଥିବା ପବିତ୍ର ଜଳରେ ବିଗ୍ରହଙ୍କୁ ସ୍ନାନ କରାଯିବା ପରେ ମହାପୂଜା ଓ ନଗର ଭ୍ରମଣ କରାଯିବ। ଏହା ପରେ ବିଗ୍ରହକୁ ଯଜ୍ଞ ମଣ୍ଡପକୁ ଅଣାଯାଇ ଶାୟାଧିବାସ, ତତ୍ତ୍ୱନ୍ୟାସ, ମହାନ୍ୟାସ ଆଦି ନୀତି ସମ୍ପନ୍ନ ହେବ। ୨୨ ଅପରାହ୍ନରେ ବିଗ୍ରହଙ୍କୁ ଅଧିଷ୍ଠାନ ସ୍ଥାନକୁ ନିଆଯାଇ ଦେବପ୍ରାଣପ୍ରତିଷ୍ଠା କରାଯିବ। ଏହାପରେ ସଂସ୍କାର ମହାପୂଜନ, ଆରତୀ ଓ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri