ଭଞ୍ଜନଗର ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ମନୋନୀତ: ଜାଣନ୍ତୁ ସେମାନେ ସବୁ କିଏ…

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପିଏମଶ୍ରୀ ୟୁ. ବି. ହାଇସ୍କୁଲଠାରେ ବ୍ଲକର ଓଷ୍ଟା ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଦିଲ୍ଲୀପ କୁମାର ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ଜିଲା ସଭାପତି ସନ୍ତୋଷ କୁମାର ଜେନା, ସମ୍ପାଦକ ବିଜୟ କୁମାର ବେହେରା, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା,ବ୍ଲକ ସମ୍ପାଦକ ଗୌରୀନନ୍ଦନ ହୋତା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାମଚନ୍ଦ୍ର ପୋଲାଇ, ଜିଲା ଉପଦେଷ୍ଟା ଭିକାରୀ ଚରଣ ଗୌଡ଼, ବରିଷ୍ଠ ଶିକ୍ଷକ ଉମାକାନ୍ତ ନାହାକ ଯୋଗ ଦେଇ ଶିକ୍ଷା, ଶିକ୍ଷକ, ଶିକ୍ଷାୟତନର ବିକାଶ କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଭାବେ ପ୍ରଫେସର କୃତ୍ତିବାସ ବିଶ୍ୱାଳ ଯୋଗଦେଇ ଓଷ୍ଟାର କାର୍ଯ୍ୟକ୍ରମ, ସଂଗଠନ, ବିଭିନ୍ନ ସମସ୍ୟାର ସମାଧାନ କରୁଥିବା ଉପରେ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ବରିଷ୍ଠ ଶିକ୍ଷୟିତ୍ରୀ ଉଷା ଦାସ ପ୍ରାରମ୍ଭିକ ସଂଗୀତ ଗାନ କରିବା ପରେ ସମ୍ପାଦକ ଗୌରୀନନ୍ଦନ ହୋତା ସମ୍ପାଦକୀୟ ବିବରଣୀ ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ କାମରାଜୁ ଗୌଡ଼, ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଉମାକାନ୍ତ ନାହାକ ଆଗାମୀ କାର୍ଯ୍ୟଧାରା ଉପରେ ଗୁରୁତ୍ୱ ଦେଇ ସଂଗଠନକୁ ସୁଦୃଢ କରାଯିବା ଉପରେ କହିଥିଲେ। ଓଷ୍ଟା ଭଞ୍ଜନଗର ବ୍ଲକର କାର୍ଯ୍ୟକାଳ ସରିଯାଇଥିବା ଯୋଗୁ ତାକୁ ଭାଙ୍ଗି ଆଗାମୀ ତିନି ବର୍ଷ ପାଇଁ ଏକ ନୂତନ ବ୍ଲକ କମିଟି ଗଠନ ସର୍ବସମ୍ମତି କ୍ରମେ କରାଯାଇଛି। ଏଥିରେ ସଭାପତି ଭାବେ ଉପେନ୍ଦ୍ରଭଞ୍ଜ ଉଚ୍ଚ ବିଦ୍ୟାଳୟର ଉମାକାନ୍ତ ନାହାକ, ଉପସଭାପତି ଭାବେ ଗାଲେରୀ ହାଇସ୍କୁଲର ଆଦିତ୍ୟ ପ୍ରସାଦ ତ୍ରିପାଠୀ, ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବୈଜୟନ୍ତୀମାଳା ପ୍ରିୟଦର୍ଶିନୀ ବାହାଡାପଦର ହାଇସ୍କୁଲର ହୃଷିକେଶ ନାୟକ, ସମ୍ପାଦକ ଭାବେ ଦଦରାଲୁଣ୍ଡା ହାଇସ୍କୁଲର ସତ୍ୟବାନ ସାହୁ, ଯୁଗ୍ମସମ୍ପାଦକ ଭାବେ ପ୍ରମୋଦ ପାତ୍ର ହାଇସ୍କୁଲ,ଲେମ୍ଭେଇରୁ ଶେଷଦେ ସାହୁ, ସାର୍ଦୁଳ ହାଇସ୍କୁଲରୁ ପ୍ରଦୀପ କୁମାର ଗୌଡ଼, ଡିହପଢlଳ ହାଇସ୍କୁଲରୁ ରୀତା ସାହୁ, ଜିଲା ସଦସ୍ୟ ଭାବେ ବଡକୋଦଣ୍ଡା ହାଇସ୍କୁଲରୁ ମନୋରଞ୍ଜନ ପଣ୍ଡା, କୁଲାଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଲଷ୍ମୀଧର ସଂଗ୍ରାମସିଂ ରାଜ୍ୟ ସଦସ୍ୟ ଭାବେ ବିପ୍ରଚରଣ ହାଇସ୍କୁଲ, ତିଲିସିଙ୍ଗିରୁ କାମରାଜୂ ଗୌଡ଼,ବ୍ରାହ୍ମଣପଦର ହାଇସ୍କୁଲରୁ ମହେନ୍ଦ୍ର କୁମାର ଘଡେଇ ମନୋନୀତ ହୋଇଥିବାବେଳେ ଉପଦେଷ୍ଟା ଭାବେ ବାସନ୍ତୀ ପାଣିଗ୍ରାହୀ,ସନ୍ତୋଷ କୁମାର ଜେନା, ଦିଲ୍ଲୀପ କୁମାର ସ୍ବାଇଁ, ସରୋଜଲଷ୍ମୀ ଦାସ, ରାଜଲଷ୍ମୀ ସେଠୀଙ୍କୁ ନିର୍ବାଚିତ କରାଯିବା ପରେ ଜିଲା ସମ୍ପାଦକ ଶ୍ରୀଯୁକ୍ତ ବେହେରା ଶପଥ ପାଠ କରାଇଥିଲେ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri