ବର ଶୋଭଯାତ୍ରା ପୂର୍ବରୁ ଅଘଟଣ: ପେଟ୍ରୋଲ ନିଆଁରେ ୩ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ

ପଟ୍ଟାମୁଣ୍ଡାଇ, ୭ା୧୨ (କଳ୍ପତରୁ ନାୟକ): ବାହାଘର ପାଇଁ ବନ୍ଧୁବାନ୍ଧବ ଆସି ଘରେ ପହଞ୍ଚତ୍ ସାରିଥିଲେ। ବରକୁ ନେଇ ବରଯାତ୍ରୀ କନ୍ୟାଘରକୁ ଯିବାକୁ ପ୍ରସ୍ତୁତ ହେଉଥିଲେ।  ଏଥିପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏକ ଅଭାବନୀୟ ଘଟଣା ବହୁ ଓଲଟପାଲଟ କରିଦେଇଥିଲା। ବରଯାତ୍ରୀଙ୍କ ଗାଡ଼ିରେ ପକାଯିବା ପାଇଁ ଆସିଥିବା ପେଟ୍ରୋଲରେ ହଠାତ୍‌ ନିଅଁା ଲାଗିବା ଓ ଏଥିରେ ଜଣେ ୩ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ ହେବା ଘଟଣା ବିବାହ ଉତ୍ସବକୁ ଲୁହରେ ଭିଜାଇ ଦେଇଥିଲା। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡ଼ପଡ଼ା ଗ୍ରାମରେ ଗୁରୁବାର ଏହି ଦୁଃଖଦ ଘଟଣା ଘଟିଛି। ସେହି ନିଆଁରେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। ୨ ବଖରା ଘର ସହ ଟେଣ୍ଟ ମଧ୍ୟ ଜଳିଯାଇଛି। ଏଭଳି ଘଟଣା ପରେ ପରିବାର ପକ୍ଷରୁ ବିବାହକୁ ବାତିଲ କରି ଦିଆଯାଇଛି। କାନ୍ଦ ବୋବାଳିରେ ଗଁା ଫାଟି ପଡୁଥିବା ବେଳେ ବଡ଼ପଡ଼ା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ବଡ଼ପଡ଼ା ଗ୍ରାମର ରତ୍ନାକର ମଳିକଙ୍କ ବଡ଼ପୁଅ ଜାଗେଶ୍ୱରଙ୍କ ଚଉଦକୁଲାଟ ଅଞ୍ଚଳରେ ବିବାହ ପାଇଁ ଗୁରୁବାର ତିଥି ଧାର୍ଯ୍ୟ ହୋଇଥିଲା। ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଥିଲା। ବରଯାତ୍ରୀ ବାଇକ୍‌ରେ ଯିବା ପାଇଁ ବର ଘର ପକ୍ଷରୁ ଏକ ପ୍ଲାଷ୍ଟିକ ଜାରରେ ପେଟ୍ରୋଲ ଆଣି ଘରେ ରଖାଯାଇଥିଲା। ବରଯାତ୍ରୀ କନ୍ୟାଘର ଅଭିମୁଖେ ଯିବା ପାଇଁ ପ୍ରସ୍ତୁତ ହୋଇ ସାରିଥିଲେ। ବର ଓ ବରଯାତ୍ରୀ କନ୍ୟାଘର ଅଭିମୁଖେ ବାହାରିବାର ୧୦ ମିନିଟ୍‌ ପୂର୍ବରୁ ଅଗ୍ନିକାଣ୍ଡ ଘଟିଗଲା। ପେଟ୍ରୋଲକୁ ଲାଗି ଏକ ହେଁସ ରଖାଯାଇଥିଲା। ତାହା ଉପରେ ବିଦ୍ୟୁତ୍‌ ତାର ଯାଇଥିଲା। ବିଦ୍ୟୁତ୍‌ ଶର୍ଟ ସର୍କିଟ ଯୋଗୁ ନିଅଁା ଝୁଲ ପଡ଼ି ରଖାଯାଇଥିବା ହେଁସ ଉପରେ ପଡ଼ି ପେଟ୍ରୋଲରେ ଲାଗି ଯାଇଥିଲା। ନିମିଷକେ ଏହି ନିଅଁା ଘରର ଚାରି ଆଡେ ବ୍ୟାପୀ ଯାଇଥିଲା। ଘରେ ବନ୍ଧୁ ବାନ୍ଧବ, ସ୍ତ୍ରୀ, ପିଲା, ଭର୍ତ୍ତି ହୋଇ ରହିଥିଲେ। ନିଆଁ ମଧ୍ୟରୁ ପଦାକୁ ବାହାରି ଆସିବା ପାଇଁ ହୋହଲ୍ଲା ହୋଇଥିଲା। ଠେଲା ପେଲାରେ ଯିଏ ଯେମିତି ପାରିଲେ ପଦାକୁ ଦୌଡ଼ି ପଳାଇ ଆସିଥିଲେ। ହେଲେ ପିଉସୀ ଘରକୁ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ଅନ୍ତର୍ଗତ ମାଟିଆ ଗ୍ରାମର ଅରବିନ୍ଦ ମଳିକ (ପପୁ)ଙ୍କ ପୁଅ ଗୁଗୁଲ (୩) ଘର ଭିତର ନିଆଁରୁ ବାହାରି ପାରି ନ ଥିଲେ। ଫଳରେ ଗୁଗୁଲୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ପୁତୁରା ଗୁଗୁଲକୁ ବଞ୍ଚାଇବାକୁ ଯାଇ ଦାଦା ଶିପୁ ମଳିକ(୧୪) ଗୁରୁତର ଆହତ ହୋଇଛନ୍ତି। ମୃତ ଓ ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶିଶୁ ପୁତ୍ର ଗୁଗୁଲକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ଶିପୁଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷେ ଏହି ଅଗ୍ନିକାଣ୍ଡରେ ବଡ଼ପଡ଼ା ଗ୍ରାମର ତ୍ରିନାଥ ମଳିକ(୪୦) ଓ ତିଗିରିଆ ଗ୍ରାମର ତପନ ମଳିକ (୪୨) ମଧ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ବିଦ୍ୟୁତ୍‌ ଶର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା କେତେଜଣ କହୁଥିବା ବେଳେ ବରଯାତ୍ରାଙ୍କ ବାଇକ୍‌ରେ ପେଟ୍ରୋଲ ଭରିବା ସମୟରେ ସିଗାରେଟ୍‌ ନିଅଁାରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ହେଲେ ଅଗ୍ନିକାଣ୍ଡ ପ୍ରକୃତ କାରଣ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଗ୍ରାମାଞ୍ଚଳ ଥାନା ଆଇଆଇସି ପଦ୍ମାଳୟା ପ୍ରଧାନ ପହଞ୍ଚତ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିତୃତ୍ୱ ପାଇଁ ଜନ୍ମ ସାର୍ଟିଫିକେଟ ନୁହେଁ ବାଧକ: ଶିଶୁପୁତ୍ର ହସ୍ତାନ୍ତର ପାଇଁ ଅଜାଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୯ା୧୨(କାର୍ତ୍ତିକ ସାହୁ): ପିତୃତ୍ୱର ପ୍ରମାଣ ପାଇଁ ଜନ୍ମ ସାର୍ଟିଫିକେଟ ବାଧକ ନୁହେଁ। ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବା କାରଣରୁ ଜନ୍ମିତ ପିତାଙ୍କୁ...

ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି

ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ...

୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ…

କୋରାପୁଟ,୯।୧୨(ଅମିତାଭ ବେହେରା ): କୋରାପୁଟ ଜିଲା ନାମ ସଂକୀର୍ତ୍ତନ ଭାଗବତ ସତସଙ୍ଗ ତରଫରୁ ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋମବାର...

୪୨ବର୍ଷ ପରେ ମନ୍ଦିରକୁ ଫେରିବ ବିରଳ ପ୍ରାଚୀନ ମୂର୍ତ୍ତି: ଉଦ୍ଧାର ପରେ ସିବିଆଇ ମାଲଖାନାରେ…

ସୋନପୁର,୯ା୧୨(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ସହର ଗୋପାଳଜୀ ମନ୍ଦିରରୁ ଚୋରି ହୋଇ ଦୀର୍ଘ ୪୨ବର୍ଷ ସିବିଆଇ ମାଲଖାନାରେ ଥିବା ୧୨ ବିରଳ ପ୍ରାଚୀନ ମୂର୍ତ୍ତି ପୁଣି ମନ୍ଦିରକୁ ଫେରିବ।...

ପୁଟିନଙ୍କ ଭାରତ ଗସ୍ତକୁ ନେଇ ଚାଇନା ଦେଲା ଏମିତି ପ୍ରତିକ୍ରିୟା ଆମେରିକାକୁ ଲାଗିବ ବଡ଼ ଝଟକା

ବେଜିଂ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସାମ୍ପ୍ରତିକ ଭାରତ ଗସ୍ତ ପ୍ରତି ଚାଇନା ଏକ ସକାରାତ୍ମକ ମନୋଭାବ ପ୍ରକାଶ କରିଛି, କହିଛି ଯେ ଭାରତ, ଚାଇନା...

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri