Posted inଖେଳ

ଅରାଇଜିତ୍‌ଙ୍କ ହ୍ୟାଟ୍ରିକ୍‌: ବିଜୟରୁ ଭାରତର ଅଭିଯାନ

କୁଆଲାଲମ୍ପୁର,୬ା୧୨(ପି.ଟି.):ମାଲେସିଆରେ ଆରମ୍ଭ ହୋଇଥିବା ପୁରୁଷ ଜୁନିୟର ହକି ବିଶ୍ୱକପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। ଫରଓ୍ବାର୍ଡ ଅରାଇଜିତ୍‌ ସିଂ ହୁଣ୍ଡାଲଙ୍କ ହ୍ୟାଟ୍ରିକ୍‌ ବଳରେ ଭାରତ ୪-୨ରେ କୋରିଆକୁ ପରାସ୍ତ କରିଛି। ଅରାଇଜିତ୍‌ ୧୧, ୧୬ ଓ ୪୧ ମିନିଟରେ ୩ ଗୋଲ ଦେଇଥିବା ବେଳେ ଅମନଦୀପ୍‌ ୩୦ ମିନିଟରେ ଅନ୍ୟ ଗୋଲଟି ଦେଇଥିଲେ। କୋରିଆ ପକ୍ଷରୁ ଡୋୟୁନ୍‌ ଲିମ୍‌(୩୮) ଓ ମିଙ୍କଓନ୍‌ କିମ୍‌ ୪୫ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ବୁକିତ୍‌ ଜଲିଲର ନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ପକ୍ଷରୁ ଅରାଇଜିତ ଚମତ୍କାର ପ୍ରଦର୍ଶନ କରିଥିଲେ।
ଆରମ୍ଭରୁ ମ୍ୟାଚ୍‌ଟି ସଂଘର୍ଷପୂର୍ଣ୍ଣ ରହିଥିଲା। ଉଭୟ ଦଳ ସ୍କୋର କରିବା ପାଇଁ ଉଦ୍ୟମ କରିଥିବା ବେଳେ ୧୧ତମ ମିନିଟରେ ଅରାଇଜିତ ପ୍ରଥମ ଗୋଲ ଦେଇଥିଲେ। ପେନାଲ୍ଟି କର୍ନରରୁ ସେ ଭାରତକୁ ୧-୦ରେ ଆଗୁଆ କରିଥିଲେ। ପ୍ରଥମ କ୍ୱାର୍ଟରରେ ୧-୦ରେ ଆଗୁଆ ରହିବା ପରେ ଦ୍ୱିତୀୟ କ୍ୱାର୍ଟରର ପ୍ରଥମ ମିନିଟରେ ଅରାଇଜିତ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେଇଥିଲେ। ବବିଙ୍କ ଆଟାକିଂ ରନ୍‌ର ଫାଇଦା ଉଠାଇ ଅରାଇଜିତ ଗୋଲ ଦେଇଥିଲେ। ଦ୍ୱିତୀୟ କ୍ୱାର୍ଟର ଶେଷ ହେବାର ଠିକ୍‌ ପୂର୍ବରୁ ଅମନଦୀପ୍‌ ଭାରତ ପାଇଁ ତୃତୀୟ ଗୋଲ ଦେଇଥିଲେ। ୨୯ ତମ ମିନିଟରେ ପେନାଲ୍ଟି କର୍ନରରୁ ଗୋଲ ରୋକିବାରେ ସମର୍ଥ ହୋଇଥିଲା କୋରିଆ। ତେବେ ଏହାର ୧ ମିନିଟ ମଧ୍ୟରେ ଅମନଦୀପ ଭାରତକୁ ୩-୦ରେ ଆଗୁଆ କରିଥିଲେ।
ତୃତୀୟ କ୍ୱାର୍ଟରରେ କୋରିଆ ଆକ୍ରମଣାତ୍ମକ ପ୍ରଦର୍ଶନ କରିବା ସହିତ ୩୮ ତମ ମିନିଟରେ କୋରିଆ ପକ୍ଷରୁ ଡୋୟୁନ୍‌ ଲିମ୍‌ ଏକ ଗୋଲ ପରିଶୋଧ କରିଥିଲେ। ଏହାର ୩ ମିନିଟରେ ଅରାଇଜିତ ନିଜର ହ୍ୟାଟ୍ରିକ୍‌ ପୂରଣ କରିଥିଲେ। ତେବେ ୪୧ ତମ ମିନିଟରେ ଅଧିନାୟକ ଉତ୍ତମ ସିଂଙ୍କୁ ଗ୍ରୀନ୍‌ କାର୍ଡ ଓ ରୋହିତଙ୍କୁ ୟେଲୋ କାର୍ଡ ମିଳିଥିଲା। ଉଭୟ ଖେଳାଳିଙ୍କୁ ୫ ମିନିଟରେ ପଡିଆ ଛାଡିବାକୁ ପଡିଥିଲା। ଏହାର ଫାଇଦା ଉଠାଇ ମିଙ୍କଓନ୍‌ କିମ୍‌ କୋରିଆ ପକ୍ଷରୁ ଦ୍ୱିତୀୟ ଗୋଲ ଦେଇଥିଲେ। ଅନ୍ତିମ କ୍ୱାର୍ଟର ଗୋଲଶୂନ୍ୟ ରହିବା ସହ ଭାରତ ୪-୨ରେ ମ୍ୟାଚ୍‌କୁ ଜିତି ନେଇଥିଲା। ଭାରତ ଗୁରୁବାର ଦ୍ୱିତୀୟ ମ୍ୟାଚ୍‌ରେ ସ୍ପେନ୍‌କୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri