Odisha Elections 2024

ଲଜ୍‌ ଭିତରୁ ମହିଳାଙ୍କୁ ଗଳିତ ମୃତଦେହ ଜବତ, ସ୍ବାମୀ ଫେରାର

ବ୍ରହ୍ମପୁର,୨୬ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଗୋଇଲୁଣ୍ଡି- କୋର୍ଟପେଟା ରାସ୍ତାରେ ଥିବା ଏକ ଲଜ୍‌ ଭିତରୁ ଜଣେ ମହିଳାଙ୍କ ମୃତଦେହ ଜବତ ହୋଇଛି। ମୃତକଙ୍କ ନାଁ ଅବଦୁଲ ପରିପାଲିପ ବୋଲି ଲଜର ରେଜିଷ୍ଟରରୁ ଜଣାପଡ଼ିଛି । ତାଙ୍କ ବୟସ ୩୫ ହେବ ବୋଲି ଅନୁମାନ କରାଯାଉଛି । ମହିଳା ଜଣଙ୍କ ସ୍ବାମୀ  ସମସନ ଏସ୍‌ଙ୍କ ସହ ଗତ ୧୯ ତାରିଖରେ ବ୍ରହ୍ମପୁର ମେଡିକାଲ ଚିକିତ୍ସା ପାଇଁ ଆସିଥିଲେ। ଉଭୟ ଗତ ୧୯ ତାରିଖରୁ ଉକ୍ତ ଲଜ୍‌ରେ ରହୁଥିଲେ। ସେମାନେ ବ୍ରହ୍ମପୁରକୁ ମେଡିକାଲ କାମରେ ଆସିଥିବା ଲଜ୍‌ କର୍ମଚାରୀଙ୍କୁ କହିଥିଲେ। ଦୁଇ ଦିନପୁର୍ବେ ଉଭୟ ଲଜ୍‌ ଭିତରେ ଥିଲେ। ହେଲେ ଶନିବାର ସନ୍ଧ୍ୟାରେ ଲଜ୍‌ କର୍ମଚାରୀ ସଫେଇ କରିବାକୁ ଯାଇଥିବା ବେଳେ କବାଟ ବାଡ଼େଇବା ପରେ ମଧ୍ୟ କେହି ଶୁଣି ନ ଥିଲେ। ଏ ନେଇ ଲଜ୍‌ ପକ୍ଷରୁ ବୈଦ୍ୟନାଥପୁର ଥାନାକୁ ଖବର ଦିଆଯାଇଥିଲା। ଥାନାଧିକାରୀ ଲଜ୍‌କୁ ଯାଇ ଉକ୍ତ ରୁମ୍‌ର କବାଟ ଖୋଲି ଭିତରକୁ ପଶିବା ପରେ ମହିଳାଙ୍କ ମୃତଦେହ ଶଯ୍ୟା ଉପରେ ପଡ଼ିଥିବା ଦେଖିଥିଲେ। ମହିଳା ଜଣଙ୍କ ମୃତ୍ୟୁର କୌଣସି କାରଣ ଜଣାପଡ଼ିନାହିଁ। ତେବେ ଘଟଣାସ୍ଥଳରେ ମୃତ ମହିଳାଙ୍କ ସ୍ବାମୀ ଫେରାର ଥିବା ଜଣାପଡ଼ିଛି। ମହିଳାଙ୍କ କେଉଁ କାରଣରୁ ମୃତ୍ୟୁ ହେଲା ତାହା ଜଣାପଡ଼ିନାହିଁ । ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି। ରବିବାର ସନ୍ଧାନୀ କୁକୁର ଓ ଟିମ ଆସି ତଦନ୍ତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୋଲିସ ମୃତ ମହିଳାଙ୍କ ପରିବାର ଲୋକଙ୍କୁ ଜଣାଇଛି। ସେମାନେ ଆସିବା ପରେ ମୃତଦେହ ତାଙ୍କୁ ହସ୍ତାନ୍ତର କରାଯିବ ବୋଲି ବ୍ରହ୍ମପୁର ଏସ୍‌ପି ଡ. ସର୍ନା ବିବେକ ଏମ୍‌. ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟରାତିରେ ସ୍ଥଳଭାଗ ଛୁଇବ ବାତ୍ୟା ‘ରେମାଲ’: ବର୍ଷା, ପବନର ମୁକାବିଲା ପାଇଁ ଜିଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୨୬।୫: ପୂର୍ବ କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ରେମାଲ’ ରବିବାର ମଧ୍ୟରାତିରେ ସାଗର ଦ୍ୱୀପ ଏବଂ ବାଂଲାଦେଶର ଖେପୁପରା ମଝିରେ ବାଂଲାଦେଶ...

ବୃଦ୍ଧଙ୍କୁ ଧକ୍କା ଦେଲା କାର୍‌

ଛତ୍ରପୁର,୧୬।୫(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକ ଠାରେ ଏକ କାର ଧକ୍କାରେ ବୃଦ୍ଧ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ରବିବାର ୨...

ଛତ୍ରପୁର ବ୍ଲକ ଟପ୍ପର ହେଲେ ଅଭିପ୍ସା

ଛତ୍ରପୁର,୨୬।୫(ଦିଲ୍ଲୀପ ସାମଲ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୪ ମାଟ୍ରିକ ପରୀକ୍ଷା ଫଳାଫଳ ରବିବାର ପ୍ରକାଶ ପାଇଛି । ଏଥିରେ ଛତ୍ରପୁର ବ୍ଲକର...

ମାଟ୍ରିକ ପରୀକ୍ଷାରେ ଚମକିଲେ ଦିବ୍ୟ ପ୍ରସାଦ

ପାଟଣା,୨୬।୫(ବୀର କିଶୋର ଦାଶ): ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ପରିଷଦ କଟକ ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। କେନ୍ଦୁଝର ଜିଲା ପାଟଣା...

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ପରେ ଚାଲିଛି ମୂଲ୍ୟାଙ୍କନ, ଏହି ଦଳ ମାରିବ ବାଜି…

ହାଟଡିହୀ,୨୬ା୫: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନୀ ପରୀକ୍ଷା ସରିଯାଇଛି। କାହା ସପକ୍ଷରେ କେତେ ଭୋଟ୍‌ ଯିବ ତାକୁ ନେଇ ଏବେ ମୂଲ୍ୟାଙ୍କନ ଚାଲିଛି। ଜନାଦେଶ ଫଳାଫଳ...

ମୋରଡ଼ା ବ୍ଲକର ଦୁଇ ଛାତ୍ରୀଛାତ୍ର ଗ୍ରେଡ୍‌ ଏ-୧ରେ କୃତକାର୍ଯ୍ୟ

ମୋରଡ଼ା,୨୬ା୫(ସ୍ମାରକ ମାଜୀ): ରବିବାର ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଦୁଇଜଣ ଛାତ୍ରୀଛାତ୍ର ଏ-୧ ଗ୍ରେଡ୍‌ରେ କୃତକାର୍ଯ୍ୟ ହୋଇଛନ୍ତି।...

ମାଟ୍ରିକ ପରୀକ୍ଷାରେ ଦେବଗଡ଼ ଜିଲା ଟପ୍ପର ହେଲେ ସାଇପ୍ରଜ୍ଞା

ଦେବଗଡ଼,୨୬ା୫(ଶଶାଙ୍କ ଶେଖର ଝାଙ୍କର): ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଦେବଗଡ଼ ଜିଲାର ସହର ଶିଶୁମନ୍ଦିର ଛାତ୍ରୀ ଓ୍ବାର୍ଡନମ୍ବର ୩ ମଠ ସାହିର...

ମାଟ୍ରିକ ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀଛାତ୍ରଙ୍କ ସଫଳତା

ବାଲିଗୁଡ଼ା,୨୬ା୫(ସଞ୍ଜୟ କୁମାର ପାଣିଗ୍ରାହୀ): ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦାରା ପରିଚାଳିତ ଦଶମ ମାଟ୍ରିକ ପରୀକ୍ଷା ଫଳାଫଳ ରବିବାର ପ୍ରକାଶ ପାଇଛି। ଚଳିତ ବର୍ଷର ପାସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri