Posted inଖେଳ

ଆଜିଠୁ ଟି୨୦ ସିରିଜ୍‌: ଜାଣନ୍ତୁ କେଉଁଠି, କେତେବେଳେ ଦେଖିବେ ମ୍ୟାଚ୍‌…

ବିଶାଖାପଟ୍ଟନମ,୨୩ା୧୧(ପି.ଟି.): ବିଶ୍ୱକପ ଫାଇନାଲ ପରାଜୟର ଗ୍ଲାନି ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍‌। ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ବିଶାଖାପଟ୍ଟନମରେ ଖେଳାଯିବ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଅନୁପସ୍ଥିତ ଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ନେତୃତ୍ୱ ନେବେ। ଭାରତୀୟ ଦଳରେ ଏକାଧିକ ଯୁବ ଖେଳାଳି ଖେଳୁଥିବାରୁ ସେମାନଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ବିଶ୍ୱକପ ପରାଜୟରେ ଭାରତୀୟ ଫ୍ୟାନ ମାନେ ମର୍ମାହତ ହୋଇଥିବା ବେଳେ ଏଥିରୁ ବାହାରିବା ପାଇଁ ନିଶ୍ଚିତ ସମୟ ଲାଗିବ। ତେବେ ସୂର୍ଯ୍ୟକୁମାର ଯାଦବ ନିଜ ଫେଭରିଟ୍‌ ଫର୍ମାଟକୁ ଫେରିଥିବା ବେଳେ ଦଳକୁ ବିଜୟୀ କରିବାକୁ ଚେଷ୍ଟା କରିବେ। ତେବେ ସୂର୍ଯ୍ୟ କେବଳ ସିରିଜ୍‌ ବିଜୟୀ ହେବାକୁ ପ୍ରାଥମିକତା ଦେବେ ନାହିଁ ବରଂ ବିଭିନ୍ନ ଯୁବ ଖେଳାଳି ମାନଙ୍କୁ ନେଇ ପରୀକ୍ଷା ନୀରିକ୍ଷା ମଧ୍ୟ କରିବେ। ଆସନ୍ତା ବର୍ଷ ଟି୨୦ ବିଶ୍ୱକପ ଥିବାରୁ ସେ ନେଇ ଖେଳାଳି ମାନଙ୍କୁ ଆଗୁଆ ପ୍ରସ୍ତୁତ କରିବାକୁ ପଡିବ। ଜୁନ୍‌ ଓ ଜୁଲାଇ ମାସରେ ଆମେରିକାରେ ଟି୨୦ ବିଶ୍ୱକପ ଖେଳାଯିବ।

ଭାରତୀୟ ଦଳରେ ଯଶସ୍ବୀ ଜୟସ୍ବାଲ, ରିଙ୍କୁ ସିଂ, ତିଲକ ବର୍ମା, ଜିତେଶ ଶର୍ମା ଓ ମୁକେଶ କୁମାରଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଏହି ସମସ୍ତ ଖେଳାଳି ବିଗତ କିଛି ମାସ ତଳେ ହିଁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ ମଧ୍ୟ ନିଜର ଏକ ଛାପ ଛାଡିବାରେ ସମର୍ଥ ହୋଇଛନ୍ତି। ରୋହିତ ଶର୍ମା, ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ଅନୁପସ୍ଥିତିରେ ଏହି ଖେଳାଳି ମାନଙ୍କ ଉପରେ ଭାରତୀୟ ପ୍ରଶଂସକଙ୍କ ନଜର ରହିବ। ଏହି ଖେଳାଳି ମାନଙ୍କ ମଧ୍ୟରୁ ରିଙ୍କୁ ସିଂ ଫିନିଶର ଭୂମିକାରେ ସବୁଠାରୁ ପ୍ରଭାବୀ ପ୍ରଦର୍ଶନ କରିଥିବା ବେଳେ ଯଶସ୍ବୀ ଜୟସ୍ବାଲ, ତିଳକ ବର୍ମା ଓ ମୁକେଶ କୁମାର ମଧ୍ୟ କିଛି ମ୍ୟାଚରେ ନିଜର ଛାପ ଛାଡିବାରେ ସକ୍ଷମ ହୋଇଛନ୍ତି। ଇଶାନ କିଶନଙ୍କୁ ଭାରତୀୟ ଦଳକୁ ଡାକରା ମିଳିଥିବା ବେଳେ ଜୀତେଶ ଶର୍ମା ବେଞ୍ଚରେ ବସିବା ସ୍ପଷ୍ଟ ହୋଇଛି। ଏହି ଖେଳାଳି ମାନେ ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ୍‌, ଆୟର୍ଲାଣ୍ଡ ଓ ଏସିଆନ୍‌ ଗେମ୍ସର ଦୁର୍ବଳ ଦଳ ମାନଙ୍କ ବିପକ୍ଷରେ ଖେଳିଥିବା ବେଳେ ଗୁରୁବାର ଏମାନଙ୍କ ପ୍ରକୃତ ପରୀକ୍ଷା ହେବ। ଏକ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳ ବିପକ୍ଷରେ କିଭଳି ପ୍ରଦର୍ଶନ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିବ। ଏହି ସିରିଜ୍‌ ପରେ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ସିରିଜ୍‌ ଆସୁଥିବା ବେଳେ ଏହି ଖେଳାଳି ମାନେ ପ୍ରଭାବୀ ପ୍ରଦର୍ଶନ କରିବାକୁ ଚାହିଁବେ। ଆଇପିଏଲ୍‌ ପୂର୍ବରୁ ଭାରତୀୟ ଖେଳାଳିଙ୍କ ନିକଟରେ ୨ ମାସର ସମୟ ରହିଥିବା ବେଳେ ୧୧ ଟି୨୦ ମ୍ୟାଚ୍‌ ଖେଳାଯିବ। ଅନ୍ତରୀଣ ମୁଖ୍ୟ କୋଚ୍‌ ରହିଥିବା ଭିଭିଏସ୍‌ ଲକ୍ଷ୍ମଣଙ୍କ ନିକଟରେ ବ୍ୟାଟିଂ ଅର୍ଡରକୁ ନେଇ ଚିନ୍ତା ରହିବ। ଦକ୍ଷିଣ ଆଫ୍ରିକା ସିରିଜ୍‌ ବେଳକୁ ଶୁବମନ ଗିଲ୍‌ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଏହା ଓପନିଙ୍ଗ ଯୋଡିକୁ ନେଇ ସମସ୍ୟା ସୃଷ୍ଟି କରି ପାରେ। ଋତୁରାଜ ଗାଏକ୍ୱାଡ ଓପନ କରିବା ସ୍ପଷ୍ଟ ହୋଇଥିବା ବେଳେ ତାଙ୍କ ସହିତ ଯଶସ୍ବୀ ଜୟସ୍ବାଲ କିମ୍ବା ଇଶାନ କିଶନଙ୍କ ମଧ୍ୟରୁ ଜଣେ ଓପନ କରିବେ। ସୂର୍ଯ୍ୟକୁମାର ଯାଦବ ୩/୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ। ଏହି ଦଳରେ ୭ ଜଣ ବାମହାତୀ ବ୍ୟାଟର ରହିଥିବା ବେଳେ ଏହା ଏକ ସମସ୍ୟା ହୋଇପାରେ। ଫିନିଶର ଭାବରେ ରିଙ୍କୁ ଓ ଜିତେଶ ଖେଳିବାର ସମ୍ଭାବନା ଅଧିକ। ବୋଲିଂରେ ଲେଗ୍‌ ସ୍ପିନର ରବି ବିଷ୍ଣୋଇଙ୍କୁ ଏକାଧିକ ମ୍ୟାଚ୍‌ରେ ସୁଯୋଗ ମିଳିବ। ଦ୍ୱିତୀୟ ସ୍ପିନର ଭାବରେ ଅକ୍ଷର ପଟେଲ ଖେଳିବାର ସମ୍ଭାବନା ଅଧିକ।
ଅନ୍ୟ ପକ୍ଷରେ ବିଶ୍ୱକପ ବିଜୟ ପରେ ଆତ୍ମବିଶ୍ୱାସର ସହ ଏହି ସିରିଜ୍‌ ଖେଳିବ ଅଷ୍ଟ୍ରେଲିଅ। ସନ୍‌ ଆବୋଟ୍‌, ଟ୍ରାଭିସ୍‌ ହେଡ୍‌, ଜୋଶ ଇଂଲିଶ, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ, ଷ୍ଟିଭ୍‌ ସ୍ମିଥ୍‌, ମାର୍କସ୍‌ ଷ୍ଟୋଇନିସ୍‌ ଓ ଆଡାମ ଜାମ୍ପାଙ୍କ ପରି ବିଶ୍ୱକପ ଖେଳିଥିବା ଖେଳାଳିଙ୍କ ମଧ୍ୟରୁ ମାତ୍ର ୭ ଜଣ ଟି ୨୦ ଦଳ ସହ ରହିବେ। ସେହିପରି ଦଳର ଏକାଧିକ ଖେଳାଳି ଆଇପିଏଲ ଖେଳୁଥିବାରୁ ଏହା ଅଷ୍ଟ୍ରେଲିଆ ପାଇଁ ସହାୟକ ହେବ। ବିଶାଖାପଟ୍ଟନମ ପିଚ୍‌ରେ ଦ୍ରୁତ ବୋଲରଙ୍କୁ ସାମାନ୍ୟ ସହୟତା ମିଳିବା ନେଇ ଆଶା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମେଲବୋର୍ନ ପିଚ୍‌କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍‌ ପଏଣ୍ଟ

ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…

ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri