Posted inରାଜ୍ୟ

ରିକିଙ୍କ ସଙ୍ଗୀତରେ ପରିବେଶ

ସାରା ବିଶ୍ୱ ପାଇଁ ଜଳବାୟୁ ପରିବର୍ତ୍ତନ ଏବେ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କର ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ ହୋଇ ଅନ୍ୟମାନଙ୍କୁ ଏ କ୍ଷେତ୍ରରେ ସହଭାଗୀ କରାଇବେ, ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌’। ଚଳିତବର୍ଷର ପ୍ରସଙ୍ଗ ରହିଛି ‘କ୍ଲାଇମେଟ୍‌ ଚେଞ୍ଜ: ଦି ପାଥ୍‌ ଆହେଡ୍‌’। ରାଜ୍ୟର ଯୁବପିଢ଼ିଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଆସନ୍ତା ୨୪ ତାରିଖରେ ‘ଯୁବ ସମ୍ମିଳନୀ’ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ। ‘ଧରିତ୍ରୀ’ର ୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ହେବାକୁ ଥିବା ଏହି ୟୁଥ୍‌ କନ୍‌କ୍ଲେଭ୍‌ରେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ।

‘ଧରିତ୍ରୀ’ ପକ୍ଷରୁ ଆୟୋଜନ ହେଉଥିବା ଯୁବ ସମ୍ମିଳନୀରେ ଯୋଗଦେବେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାରତୀୟ ମ୍ୟୁଜିକ୍‌ କମ୍ପୋଜର ରିକି କେଜ୍‌। ଜଣେ ପରିବେଶବିତ୍‌ ଭାବେ ମଧ୍ୟ ତାଙ୍କର ଆଉ ଏକ ପରିଚୟ ରହିଛି। ତିନିଥର ଗ୍ରାମୀ ଆୱାର୍ଡ ପାଇଥିବା ରିକି ତାଙ୍କ ସଙ୍ଗୀତରେ ପରିବେଶକୁ ସ୍ଥାନ ଦେଇଥାନ୍ତି। ନ୍ୟୁୟର୍କ, ଜେନେଭାସ୍ଥିତ ଜାତିସଂଘ କାର୍ଯ୍ୟାଳୟ ସମେତ ୩୦ ରାଷ୍ଟ୍ରରେ ସେ ସଙ୍ଗୀତ ପରିବେଷଣ କରି ବିଶ୍ୱବାସୀଙ୍କ ହୃଦୟ ଜିଣିଛନ୍ତି। ୨୦୧୫ରେ ଆୟୋଜିତ ୫୭ତମ ଗ୍ରାମୀ ଆୱାଡର୍‌ସରେ ‘ଉଇଣ୍ଡ୍ସ ଅଫ୍‌ ସମ୍‌ସାର’ ପାଇଁ ସେ ପ୍ରଥମଥର ପୁରସ୍କାର ପାଇଥିଲେ। ଏହାପରେ ୨୦୨୨ ଓ ୨୦୨୩ରେ ‘ଡିଭାଇନ୍‌ ଟାଇଡ୍ସ’ର ମ୍ୟୁଜିକ୍‌ କମ୍ପୋଜ୍‌ କରି ସେ ଲଗାତର ୨ବର୍ଷ ଗ୍ରାମୀ ଆୱାର୍ଡ ହାସଲ କରିଛନ୍ତି। ୨୦୨୦ରେ ଜିକ୍ୟୁ ମାଗାଜିନ୍‌ ପକ୍ଷରୁ ତାଙ୍କୁ ‘ଜିକ୍ୟୁ ହିରୋ’ ନାମରେ ନାମିତ କରାଯାଇଥିଲା। ଏଥିସହ ସେ ୨୦ ଦେଶରୁ ୧୦୦ରୁ ଅଧିକ ପୁରସ୍କାର ଓ ସମ୍ମାନ ପାଇଛନ୍ତି।
୧୯୮୧ ମସିହା ଅଗଷ୍ଟ ୫ରେ ଭାରତୀୟ ବଂଶୋଦ୍ଭବ ମାତାପିତାଙ୍କଠାରୁ ରିକି ଆମେରିକାର ଉତ୍ତର କରୋଲିନାଠାରେ ଜନ୍ମଗ୍ରହଣ କରିଥିଲେ। ସେତେବେଳେ ତାଙ୍କ ବାପା ଡ. ଜ୍ଞାନ କେଜ୍‌ ସେଠାରେ ଜଣେ ଜେନେରାଲ୍‌ ଫିଜିସିଆନ୍‌ ଥିଲେ। ମା’ଙ୍କ ନଁା ପମି କେଜ୍‌। ୧୯୮୬ରେ ପରିବାର ସହ ରିକି ଭାରତ ଫେରିଥିଲେ। ଏହାପରେ ୮ବର୍ଷ ବୟସରେ ରିକି ବେଙ୍ଗାଲୁରୁସ୍ଥିତ ‘ବିଶପ୍‌ କଟନ ବୟଜ୍‌’ ସ୍କୁଲରେ ଶିକ୍ଷାଲାଭ କଲେ। ଏଥିସହ ସେଠାରେ ଅକ୍ସଫୋର୍ଡ ଡେଣ୍ଟାଲ କଲେଜରେ ପାଠ ପଢ଼ିଥିଲେ। ଡାକ୍ତର ପରିବାରରେ ଜନ୍ମ ନେଇଥିଲେ ମଧ୍ୟ ସଙ୍ଗୀତ ପ୍ରତି ତାଙ୍କର ଦୁର୍ବଳତା ଥିଲା। ତେଣୁ ସେ ସଙ୍ଗୀତକୁ କ୍ୟାରିଅର କଲେ। କଲେଜରେ ପଢ଼ୁଥିବା ସମୟରୁ ହିଁ ସେ ବ୍ୟାଣ୍ଡ୍‌ରେ ଯୋଗଦେଇ ମ୍ୟୁଜିକ୍‌ କମ୍ପୋଜ କରିବା ଆରମ୍ଭ କରିଦେଇଥିଲେ। ଜଣେ କିବୋର୍ଡ ଆର୍ଟିଷ୍ଟ ଭାବେ କ୍ୟାରିୟର ଆରମ୍ଭ କରିଥିବା ରିକି ୨ବର୍ଷ ପରେ ଜଣେ ଫୁଲ୍‌ଟାଇମ୍‌ କମ୍ପୋଜର ଭାବେ ପରିଚିତି ହାସଲ କରିଥିଲେ। ସେତେବେଳକୁ ଅର୍ଥାତ୍‌ ୨୦୦୩ରେ ସେ ବେଙ୍ଗାଲୁରୁରେ ରାଭେଲ୍ୟୁଶନ୍‌ ନାମକ ଏକ ବ୍ୟାଣ୍ଡ୍‌ ଆରମ୍ଭ କରିସାରିଥିଲେ। ପ୍ରଥମେ ସେ ବିଜ୍ଞାପନ ଏବଂ କାନାଡ଼ା ଫିଲ୍ମ ପାଇଁ କମ୍ପୋଜ୍‌ କଲେ। ୨୦୦୮ରେ ଜିଙ୍ଗଲ-ଟ୍ରିଜ ଫର୍‌ ଫ୍ରି, ୨୦୦୯ରେ ଜିଙ୍ଗଲ-ସେଭେଣ୍ଟି ଏମ୍‌ଏମ୍‌ ମୁଭି ରେଣ୍ଟାଲ୍‌ସ, ୨୦୧୦ରେ ଶାନ୍ତି ଅର୍କେଷ୍ଟ୍ରା, ୨୦୧୩ରେ ଫର୍‌ ଏଭର, ୨୦୧୫ରେ ଉଇଣ୍ଡସ୍‌ ଅଫ୍‌ ସମ୍‌ସାର, ମହାତ୍ମା, ନିୟୁ ଆର୍ଥ କଲିଙ୍ଗ, ପାନାସୋନିକ ପି୮୧, ୨୦୧୭ରେ ଗଙ୍ଗା, ୨୦୧୯ରେ ୱାନ୍‌ ଉଇଥ୍‌ ଆର୍ଥ ସଙ୍ଗ୍‌, ମାଇଁ ଆର୍ଥ ସଙ୍ଗ୍‌, ବ୍ରେଦ୍‌ ଲାଇଫ୍‌ ଭଳି ଲୋକପ୍ରିୟ ସଙ୍ଗୀତ ଓ ଆଡ୍‌ କମ୍ପୋଜ୍‌ କରିଛନ୍ତି। ୨୦୧୮ରେ ଜାତିସଂଘରୁ ବଛା ଯାଇଥିବା ରିୟଲ ଲିଡର୍ସ ୧୦୦ ମଧ୍ୟରେ ଭାରତରୁ ରିକି ହିଁ ଏକମାତ୍ର ପ୍ରତିନିଧିତ୍ୱ କରିଥିଲେ। ୧୭ଟି ନିରନ୍ତର ବିକାଶ ଲକ୍ଷ୍ୟକୁ ନେଇ ସେ ‘ମାଇଁ ଆର୍ଥ’ ଗୀତ ପ୍ରସ୍ତୁତ କରିଥିଲେ। ଏହି ଗୀତକୁ ୟୁନିସେଫ୍‌ ଲଞ୍ଚ କରିବା ସହ ଇଂଲିଶ, ହିନ୍ଦୀ ଓ କନ୍ନଡ଼ ଭାଷାରେ ପାଖାପାଖି ୫ମିଲିୟନ୍‌ରୁ ଅଧିକ ପୁସ୍ତକରେ ଏହା ପ୍ରକାଶ ପାଇଛି। ରିକିଙ୍କ ୧୭ଟି ଷ୍ଟୁଡିଓ ଆଲବମ୍‌ ରିଲିଜ ହୋଇଛି। ମାତ୍ର ସବୁଗୁଡ଼ିକ ୟୁନାଇଟେଡ୍‌ ଷ୍ଟେଟ୍‌ସରେ ରିଲିଜ ହୋଇଥିବାବେଳେ ନିଜ ଦେଶରେ ଗୋଟିଏ ବି ହୋଇନାହିଁ। ଏ ନେଇ ରିକିଙ୍କ ମତ ଯେ ଭାରତରେ ସଙ୍ଗୀତକୁ କିଣିବା ଭଳି ଏକ ପୋର୍‌ କଲ୍‌ଚର ରହିଛି। ଏଥିସହ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଡୋମିନାଣ୍ଟ ପ୍ରେଜେନ୍ସ ପାଇଁ ସେ ଭାରତରେ କମ୍ପୋଜ୍‌ କରନ୍ତି ନାହିଁ ବୋଲି କହିଛନ୍ତି। ୨୦୧୪ରେ ରିକି ବର୍ଷା ଗୌଡ଼ାଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri