Posted inଜାତୀୟ

ସ୍ବରେଜ୍‌ ଗ୍ୟାସ୍‌ରେ ଜଳୁଛି ରୋଷେଇ ଘରେ ଚୁଲି

ନୂଆଦିଲ୍ଲୀ, ୧୦।୮: ଅସୁବିଧା ହିଁ ନୂଆ ଆବିଷ୍କାର ପାଇଁ ପ୍ରେରଣା ଦେଇଥାଏ। ଏହା ଦିଲ୍ଲୀର ଗାଜିଆବାଦ୍‌ରେ ବାସ କରୁଥିବା ୭ ଜଣ ଉଦ୍ୟମୀଙ୍କ ଲାଗି ସତ୍ୟରେ ପରିଣତ ହୋଇଛି। ଏଠାରେ ଏହି ୭ଜଣଙ୍କ ପ୍ରୟାସରେ ସ୍ବରେଜ୍‌ ଗ୍ୟାସ୍‌ରୁ ରୋଷେଇ ଘରେ ଚୁଲି ଜଳିପାରୁଛି। ସ୍ଥାନୀୟ ବୃଜ୍‌ ବିହାର ଅଞ୍ଚଳରେ ବାସ କରୁଥିବା ୫୮ ବର୍ଷ ବୟସ୍କ ଇଞ୍ଜିନିୟର ହେମନ୍ତ ଭରଦ୍ୱାଜଙ୍କ ନେତୃତ୍ୱରେ ଅନ୍ୟ ୬ ଜଣ ସ୍ବରେଜ୍‌ରୁ ଗ୍ୟାସ୍‌ ପ୍ରସ୍ତୁତ କରି ଏଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ନାମରେ ଅଟଳ ଜ୍ୟୋତି ପ୍ରଜ୍ଜଳିତ କରିଛନ୍ତି। ଏହା ସହିତ କେତେକ ପରିବାରକୁ ଏହି ଗ୍ୟାସ୍‌ କନେକସନ୍‌ ଦିଆଯାଇଛି। ପ୍ରତି ରବିବାର ଏଠାରେ ଗରିବ ପିଲାଙ୍କ ପାଇଁ ଖାଦ୍ୟ ରନ୍ଧା ଯାଇ ବଣ୍ଟନ କରାଯାଇଥାଏ। ୧୯୯୬ରେ ହେମନ୍ତ ଏଠାକୁ ରହିବାକୁ ଆସିଥିଲେ। ତେବେ ସ୍ବରେଜ୍‌ରୁ ସୃଷ୍ଟି ହେଉଥିବା ଦୁର୍ଗନ୍ଧ ଗ୍ୟାସ୍‌ରେ ଏଠାରେ ରହିବା ସମ୍ଭବପର ନ ଥିଲା। ମାତ୍ର ସେ ହାର୍‌ ମାନି ନ ଥିଲେ। ଏଥିରେ ତାଙ୍କ ଦୁଇ ପୁଅ ହେମନ୍ତଙ୍କୁ ସହଯୋଗ କରିଥିଲେ। ହେମନ୍ତଙ୍କ ଏହି କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ମଧ୍ୟ ପ୍ରଶଂସା କରି ସାରିଛନ୍ତି। ହେମନ୍ତ ୟୁଟ୍ୟୁବ୍‌ରୁ ନାଳ ପାଣିରୁ ଗ୍ୟାସ୍‌ ପ୍ରସ୍ତୁତ କରିବାର ପ୍ରଣାଳୀ ସମ୍ପର୍କରେ ଶିକ୍ଷା ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ହେମନ୍ତଙ୍କୁ ଏଥିରେ ରାମ ନିବାସ, ବୀରନ୍ଦ୍ର ନୈଟିୟାଲ, ବସନ୍ତ ଲାଲ୍‌, ଦେବ ନୈଟିୟାଲ୍‌, ବୋବି ତ୍ୟାଗୀ ଏବଂ ପ୍ରଦୀପ ଗୁପ୍ତା ପ୍ରମୁଖ ସହାୟତା କରିଥିଲେ। ସେମାନେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଏହା କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri